ETV Bharat / state

ରମାଦେବୀରେ ଛାତ୍ରୀଙ୍କ ବିକ୍ଷୋଭ, +୩ ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବି - Ramadevi Students Protest

author img

By ETV Bharat Odisha Team

Published : Apr 26, 2024, 1:57 PM IST

Updated : Apr 26, 2024, 2:55 PM IST

Etv Bharat
Etv Bharat

Protest in Ramadevi University: ପ୍ରବଳ ଖରା ଯୋଗୁଁ +୩ ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ରମାଦେବୀ ଛାତ୍ରୀଙ୍କ ବିକ୍ଷୋଭ । ବିଶ୍ବବିଦ୍ୟାଳୟର ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଲେ । ଅଧିକ ପଢନ୍ତୁ

ରାମଦେବୀରେ ଛାତ୍ରୀଙ୍କ ବିକ୍ଷୋଭ, +୩ ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବି

ଭୁବନେଶ୍ବର: ରମାଦେବୀ ବିଶ୍ବବିଦ୍ୟାଳୟରେ ଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ । ଯୁକ୍ତ ତିନି ଦ୍ବିତୀୟ ବର୍ଷର ପରୀକ୍ଷା ଘୁଞ୍ଚାଇବା ଦାବିରେ ଛାତ୍ରୀମାନେ ଆଜି (ଶୁକ୍ରବାର) ବିକ୍ଷୋଭ କରୁଛନ୍ତି । ବିଶ୍ବବିଦ୍ୟାଳୟ ମୁଖ୍ୟ ଗେଟ୍ ସମ୍ମୁଖରେ ଧାରଣାରେ ବସିଛନ୍ତି । ପ୍ରବଳ ଖରା ହେଉଥିବାରୁ ବିଶ୍ବବିଦ୍ୟାଳୟକୁ ଆସି ପରୀକ୍ଷା ଦେବା ସମ୍ଭବ ନୁହେଁ । ତେଣୁ ପରୀକ୍ଷା ତାରିଖ ଘୁଞ୍ଚାଇବାକୁ ଛାତ୍ରୀମାନେ ଦାବି କରିଛନ୍ତି । ଏନେଇ ସେମାନେ ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି ରଖିଥିଲେ ବି କିଛି ସୁଫଳ ନମିଳିବାରୁ ଆଜି ଧାରଣାରେ ବସିଛନ୍ତି ।


ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟର ଚତୁର୍ଥ ସେମିଷ୍ଟାର ଆସନ୍ତା ୩୦ ତାରିଖରୁ ମେ' ୯ ତାରିଖ ଯାଏଁ ଅନୁଷ୍ଠିତ ହେବାକୁ ଯାଉଛି । ଏନେଇ ବିଶ୍ୱବିଦ୍ୟାଳୟ ପକ୍ଷରୁ ପରୀକ୍ଷା ସୂଚୀ ଜାରି କରାଯାଇଛି । ହେଲେ ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଦୃଷ୍ଟିରୁ ଛାତ୍ରୀମାନେ ପରୀକ୍ଷା ଘୁଞ୍ଚାଇବାକୁ ଦାବି କରିଛନ୍ତି । ଏନେଇ ସେମାନେ ଗତକାଲି (ଗୁରୁବାର) କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିବା ବେଳେ ଆଜି ରମାଦେବୀ ବିଶ୍ଵବିଦ୍ୟାଳୟର ମୁଖ୍ୟ ଫାଟକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଅନେକ ବିଭାଗର ଛାତ୍ରୀ ପୃଥକ ଭାବେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷଙ୍କୁ ଏନେଇ ଦାବିପତ୍ର ମଧ୍ୟ ପ୍ରଦାନ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ପାନୀୟ ଜଳ ପାଇଁ ହନ୍ତସନ୍ତ ଲୋକେ, ଗରା-ବାଲ୍ଟି ଧରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ବାହାରେ ବିକ୍ଷୋଭ - Drinking Water Problem

ଛାତ୍ରୀମାନଙ୍କ କହିବା ଅନୁଯାୟୀ, ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉଚ୍ଚଶିକ୍ଷା ବିଭାଗ କ୍ୟାଲେଣ୍ଡର ଅନୁସାରେ ଆସନ୍ତା ୪ ତାରିଖ ଶେଷ କାର୍ଯ୍ୟ ଦିବସ ରହିଛି । ଆଗକୁୁ ଆହୁରି ଗ୍ରୀଷ୍ମ ପ୍ରବାହ ବଢ଼ିବାକୁ ଥିବାରୁ ପରୀକ୍ଷାକୁ ଘୁଞ୍ଚାଇ ଖରା ଛୁଟି ପରେ କରାଯାଉ । ସେହିପରି ଉତ୍କଳ ବିଶ୍ୱବିଦ୍ୟାଳୟର ଉଦାହରଣ ଦେଇ କହିଛନ୍ତି ଯେ, ଶେଷ ବର୍ଷ ବିଦ୍ୟାର୍ଥୀଙ୍କ ହିତ ଦୃଷ୍ଟିରୁ ଚତୁର୍ଥ ଓ ପଞ୍ଚମ ସେମିଷ୍ଟାର ପରୀକ୍ଷାର କେବଳ ବ୍ୟାକ୍ ପେପର୍ ଅନୁଷ୍ଠିତ ହେଉଛି । ଏଣୁ ରମାଦବେୀ କର୍ତ୍ତୃପକ୍ଷ ପରୀକ୍ଷା ସମ୍ପର୍କିତ ନିଷ୍ପତ୍ତିର ପୁନଃବିଚାର କରିବାକୁ ସେ ଦାବି କରିଛନ୍ତି । ଏନେଇ ବାରମ୍ବାର କର୍ତ୍ତୃପକ୍ଷଙ୍କୁ ଅଭିଯୋଗ ଦାବିପତ୍ର ଦିଆଯାଇଥିଲେ ମଧ୍ୟ କୌଣସି ସୁଫଳ ମିଳିଲାନି । ତେଣୁ ସେମାନେ ବିଶ୍ବବିଦ୍ୟାଳୟ ଗେଟ୍ ସମ୍ମୁଖରେ ବସି ରହି ବିକ୍ଷୋଭ ପ୍ରଦର୍ଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି ।

ଛାତ୍ରୀଙ୍କ ବିକ୍ଷୋଭ ନେଇ ରମାଦେବୀ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷଙ୍କ ପ୍ରତିକ୍ରିୟା ମିଳିପାରିନି । ଏପଟେ ଛାତ୍ରୀମାନେ ଟାଣ ଖରାରେ ଗେଟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଛତା ପାଣି ରଖିବା ସତ୍ତ୍ବେ ଅନେକ ଧାରଣାରତ ଛାତ୍ରୀଙ୍କ ସ୍ଵାସ୍ଥ୍ୟଗତ ସମସ୍ୟା ହେବାର ସମ୍ଭାବନା ରହିଛି । ତେବେ ବିକ୍ଷୋଭ ସ୍ଥଳରେ ପୋଲିସ ଏବଂ ଆମ୍ବୁଲାନ୍ସ ରହିଛି । ତେବେ ଛାତ୍ରୀମାନଙ୍କର ଦାବି ପୂରଣ ନହେବା ପର୍ଯ୍ୟନ୍ତ ଗେଟ ସମ୍ମୁଖରୁ ହଟିବେ ନାହିଁ ବୋଲି ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କୁ ଚେତାବନୀ ଦେଇଛନ୍ତି ।


ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 26, 2024, 2:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.