ETV Bharat / state

ମାଓ ସଂଗଠନର ପ୍ରେସ ବିଜ୍ଞପ୍ତି: ନବୀନ ସରକାର ପ୍ରତାରକ, ଭୋଟ ବର୍ଜନ କରିବାକୁ ଅପିଲ୍‌ - Maoist Organization

author img

By ETV Bharat Odisha Team

Published : Apr 3, 2024, 1:52 PM IST

Press Release of Maoist Organization
Press Release of Maoist Organization

Press Release of Maoist Organization: ମାଓ ସଂଗଠନର ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନର ସଚିବ ରାକେଶ ପ୍ରେସ ବିଜ୍ଞପ୍ତି ଜାରି କରି କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଉପରେ ଗର୍ଜିଛନ୍ତି । ଅଧିକ ପଢନ୍ତୁ

ମାଲକାନଗିରି: ଆଗକୁ ସାଧାରଣ ନିର୍ବାଚନ । ନିର୍ବାଚନ ପୂର୍ବରୁ ପ୍ରେସ ବିଜ୍ଞପ୍ତି ଜାରି କରି ଉଭୟ ବିଜେପି ଓ ବିଜେଡି ସରକାର ଉପରେ ବର୍ଷିଲା ମାଓ ସଙ୍ଗଠନ ।ମାଓ ସଂଗଠନର ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନ ପକ୍ଷରୁ ଏହି ପ୍ରେସ ବିଜ୍ଞପ୍ତି ଜାରି ହୋଇଛି । ଯେଉଁଥିରେ କେନ୍ଦ୍ରର ବିଜେପି ସରକାର ଓ ରାଜ୍ୟର ବିଜେଡି ସରକାରଙ୍କ ଉପରେ ଗର୍ଜିଛନ୍ତି ମାଲକାନଗିରି-କୋରାପୁଟ ବର୍ଡର ଡିଭିଜନର ସଚିବ । ଏହି ଦୁଇ ସରକାରଙ୍କୁ ବିରୋଧ କରିବା ନେଇ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି । ଏଥିସହ ନକଲି ବିଧାନସଭା ଓ ଲୋକସଭା ନିର୍ବାଚନକୁ ବର୍ଜନ କରିବାକୁ ଆହ୍ବାନ ଦେଇଛନ୍ତି । ମେ ୧୩ରୁ ଜୁନ ୧ ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବିଧାନସଭା ଓ ଲୋକସଭା ନିର୍ବାଚନରେ ଏଥର ବିରୋଧୀ ଦଳ ବିଜୟୀ ହେବା ଉଚିତ । କମ ଶକ୍ତିଶାଳୀ ଦଳ ଏଥର ବିଜୟୀ ହେବା ଉଚିତ ବୋଲି ଉଲ୍ଲେଖ କରିଛନ୍ତି ।

ଏବେ ସରକାରରେ ଥିବା ଦଳମାନେ ଟଙ୍କା,ମଦ,ମାଂସ,ଧମକ ଓ ଠକେଇ କରି ଏହି ନିର୍ବାଚନକୁ ଜିତିବା ପାଇଁ ସମସ୍ତ ଚେଷ୍ଟା କରିବେ । ଯେତେ ସରକାର ଆସିଛନ୍ତି ସମସ୍ତେ ଲୋକଙ୍କର ଟଙ୍କା,ଜମି ଲୁଟ କରିଛନ୍ତି । ଆଜି ବି ଲୋକେ ଦାରିଦ୍ର୍ୟର ସୀମାରେଖା ତଳେ ବସବାସ କରୁଛନ୍ତି । ଗତ ୨୦ ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘତମ ଶାସକ ଭାବେ ମାନ୍ୟତା ପାଇଥିଲେ ମଧ୍ୟ ସେ ଲୋକଙ୍କୁ ପ୍ରତାରଣା କରିଆସୁଛନ୍ତି ବୋଲି ଅଭିଯୋଗ ହୋଇଛି । ଘରୋଇ ସମ୍ପତ୍ତି ଲୁଟ କରିବାରେ ବିଜେଡି ସରକାର ଆଗରେ ରହିଥିବା କୁହାଯାଇଛି । ସମ୍ପତ୍ତିକୁ ଲୁଟ କରି କର୍ପୋରେଟରମାନଙ୍କ ହାତକୁ ଟେକି ଦିଆଯାଇଛି ।

ନିୟମଗିରି,କଳିଙ୍ଗନଗର,କାଶୀପୁର,ମାଳି,ଦେଓମାଳି,ଡାଙ୍ଗଦେଭୁଲା,ବାଗଡଙ୍ଗର,କଡିଙ୍ଗମାଳି,ସିଜିମାଳି,ଚେରୁବାଣ୍ଡା ଇତ୍ୟାଦି ଖଣି ବହୁ ରାଷ୍ଟ୍ରୀୟ କମ୍ପାନୀକୁ ହସ୍ତାନ୍ତର କରାଯାଇଛି । ଏଥିପାଇଁ ଏମଓୟୁ ମଧ୍ୟ ଦସ୍ତଖତ ସରିଛି । ଲକ୍ଷ ଲକ୍ଷ ଲୋକଙ୍କୁ ସେମାନଙ୍କର ଜମି ଓ ଜଙ୍ଗଲରୁ ବାହାରକୁ ତଡି ଦିଆଯାଇଛି । ଆଜି ଓଡିଶାର ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ପଡୋଶୀ ରାଜ୍ୟକୁ ଯାଉଛନ୍ତି । ସେଠାରେ ଦୁର୍ବିସହ ଜୀବନ ବିତାଉଛନ୍ତି । ସରକାର ପୂର୍ବ ନିର୍ବାଚନରେ ମଧ୍ୟ ବହୁ ପ୍ରତିଶ୍ରୁତି ଦେଇଥିଲେ । କିନ୍ତୁ ଆଜି ବି ବେରୋଜଗାର ହୋଇ ଯୁବକମାନେ ବୁଲୁଛନ୍ତି ।

ଏହା ମଧ୍ୟ ପଢନ୍ତୁ-କୋରାପୁଟ ସୁଙ୍କିରେ ଚାଲିଥିଲା ମାଓ କ୍ୟାମ୍ପ, ପୋଲିସ ପାଟ୍ରୋଲିଂ ଟିମକୁ ଦେଖି ଆନ୍ଧ୍ର ସୀମାକୁ ମାରିଲେ ଚମ୍ପଟ

ସେହିପରି ରାଜ୍ୟକୁ ସ୍ବତନ୍ତ୍ର ମାନ୍ୟତା ନେଇ ଦାବି କରାଯାଇଥିଲା । ତାହା କୁଆଡେ ଗଲା ବୋଲି ପ୍ରଶ୍ନ କରିଛି ମାଓ ସଂଗଠନ । ନୂଆଦିଲ୍ଲୀର ଏଡିଆର ତରଫରୁ କରାଯାଇଥିବା ସର୍ଭେରେ ରାଜ୍ୟରେ ସର୍ବାଧିକ ସମ୍ପତ୍ତି ଥିବା ଶ୍ରେଷ୍ଠ ୧୦ ଜଣ ବିଧାୟକ ମଧ୍ୟରୁ ନବୀନ ପଟ୍ଟନାୟକ ପ୍ରଥମ ସ୍ଥାନରେ ରହିଛନ୍ତି । ପରବର୍ତ୍ତୀ ୭ଟି ସ୍ଥାନରେ ମଧ୍ୟ ବିଜେଡି ବିଧାୟକ ରହିଛନ୍ତି । ଲୋକଙ୍କ ସମ୍ପତ୍ତି ଲୁଟିବା ପାଇଁ ରାସ୍ତା,ବିମାନବନ୍ଦର,ବିଦ୍ୟୁତ ପ୍ରକଳ୍ପ,ବିଶାଳ ଜଳ ପ୍ରକଳ୍ପ ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଉଛି ବୋଲି କୁହାଯାଇଛି । ସଂଗ୍ରାମ କରୁଥିବା ଲୋକଙ୍କୁ ଦମନ କରିବା ପାଇଁ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ପୋଲିସ କ୍ୟାମ୍ପ ପ୍ରତିଷ୍ଠା କରାଯାଉଛି ବୋଲି ଅଭିଯୋଗ କରାଯାଇଛି । ତେଣୁ ସମସ୍ତେ ଏହି ନିର୍ବାଚନକୁ ବର୍ଜନ କରନ୍ତୁ । ସବୁ ଦଳ ପ୍ରତିଶ୍ରୁତି ଦେବେ ଓ ପରେ ଭୁଲିଯିବେ । ତେଣୁ ସମସ୍ତ ନେତାକୁ ମାରିକି ଦୂରାନ୍ତୁ ବୋଲି ମାଓ ସଂଗଠନ ଆହ୍ବାନ ଦେଇଛି ।

ଇଟିଭି ଭାରତ, ମାଲକାନଗିରି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.