ETV Bharat / state

ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା, ବସିଲା ପ୍ରସ୍ତୁତି ବୈଠକ

author img

By ETV Bharat Odisha Team

Published : Feb 5, 2024, 10:11 PM IST

ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ
ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

Pankodhar Ekadasi and Jagar Yatra of Lord Lokanath: ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଓ 8 ତାରିଖରେ ଜାଗର ଯାତ୍ରା । ଶୃଙ୍ଖଳିତ ଭାବେ ପାଳନ ପାଇଁ ପୁରୀ ଉପଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ବସିଲା ପ୍ରସ୍ତୁତି ବୈଠକ । ଅଧିକ ପଢ଼ନ୍ତୁ

ପଙ୍କୋଦ୍ଧାର ଏକାଦଶୀ ଓ ଜାଗର ଯାତ୍ରା ପ୍ରସ୍ତୁତି ବୈଠକ

ପୁରୀ: ଆସନ୍ତା ମାର୍ଚ୍ଚ 6 ତାରିଖରେ ପ୍ରଭୁ ଲୋକନାଥଙ୍କ ପଙ୍କୋଦ୍ଧାର ଏକାଦଶୀ ନୀତି ଓ 8 ତାରିଖରେ ଜାଗର ପର୍ବ ପାଳନ ହେବ । ତେବେ ଏହାକୁ ଶୃଙ୍ଖଳିତ ଭାବେ କିପରି ପରିଚାଳନା କରାଯିବ, ସେନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପୁରୀ ଉପଜିଲ୍ଲାପାଳ ଭବ ତରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପ୍ରଭୁ ଲୋକନାଥଙ୍କ ସେବକ ଓ ବିଭିନ୍ନ ବିଭାଗର ଅଧିକାରୀ ଯୋଗ ଦେଇଥିଲେ । ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କ ନୀତି କିଭଳି ଶୃଙ୍ଖଳିତ ହୋଇପାରିବ, ସେନେଇ ଆଲୋଚନା ହୋଇଥଲା ।

ପଙ୍କୋଦ୍ଧାର ଏକାଦଶୀରେ ପ୍ରଭୁ ଲୋକନାଥଙ୍କୁ ବର୍ଷକରେ ଗୋଟାଏ ଦିନ ଦର୍ଶନ କରିବାର ସୁଯୋଗ ଭକ୍ତଙ୍କୁ ମିଳିଥାଏ । ତେଣୁ ଏହିଦିନ ଭକ୍ତଙ୍କର ବେଶ ଭିଡ ହୋଇଥାଏ । ଯାହାକୁ ପରିଚାଳନା କରିବା ପୋଲିସ ଓ ପ୍ରଶାସନ ପାଇଁ ବଡ଼ ଚ୍ୟାଲେଞ୍ଜ ହୋଇଥାଏ । ସେଥିପାଇଁ ସେହିଦିନ କିଭଳି ପଙ୍କୋଦ୍ଧାର ହେବ, ସେଠାରେ କେଉଁ କେଉଁ ବ୍ୟକ୍ତି ଉପସ୍ଥିତ ରହିବେ ସେନେଇ ପ୍ରସ୍ତୁତି ବୈଠକରେ ବିସ୍ତୃତ ଆଲୋଚନା ହୋଇଛି । ଅଗ୍ନିଶମବାହିନୀକୁ ମଧ୍ୟ ଆଲର୍ଟ ରଖାଯିବ । ସମସ୍ତ କାର୍ଯ୍ୟ ସୁରୁଖୁରୁରେ ଶେଷ କରିବା ପାଇଁ ସମସ୍ତ ବିଭାଗୀୟ ଅଧିକାରୀ ଓ ମନ୍ଦିର ସେବକଙ୍କ ସହଯୋଗ ଲୋଡ଼ିଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିରରେ ସେବାୟତଙ୍କ ମଧ୍ୟରେ ବିବାଦ, ମହାପ୍ରସାଦ ପାଇବାରୁ ବଞ୍ଚିତ ହେଲେ ହଜାର ହଜାର ଭକ୍ତ

ସେହିପରି ଆସନ୍ତା ମାର୍ଚ୍ଚ 8 ତାରିଖରେ ପବିତ୍ର ଜାଗର ପର୍ବ । ଏହିଦିନ କିଭଳି ପ୍ରଭୁ ଲୋକନାଥଙ୍କର ସହଳ ନୀତି ହୋଇ ପାରିବ, ଭକ୍ତମାନେ ଶୃଙ୍ଖଳିତ ଦର୍ଶନ କରିପାରିବେ, ସେନେଇ ଆଜିର ପ୍ରସ୍ତୁତି ବୈଠକରେ ଆଲୋଚୋନା ହୋଇଥଲା । ମନ୍ଦିର ସମ୍ମୁଖରେ ହଜାର ହଜାର ଭକ୍ତ ଦୀପ ଜାଳିବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ସହ ଅଗ୍ନିଶମ ବାହିନୀକୁ ଆଲର୍ଟ ରଖାଯିବ ବୋଲି ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି । ସେହିପରି ଭକ୍ତଙ୍କ ସୁବିଧା ପାଇଁ ପାନୀୟ ଜଳ, ଟଏଲେଟ୍, ଉଜ୍ବଳ ଆଲୋକ ବ୍ୟବସ୍ଥା, ସୁରକ୍ଷା ପାଇଁ ବ୍ୟାପକ ପୋଲିସ ମୁତୟନ ସହିତ ଭକ୍ତଙ୍କୁ ସହଯୋଗ କରିବା ପାଇଁ ସ୍ବେଚ୍ଛାସେବୀଙ୍କୁ ମଧ୍ୟ ନିୟୋଜନ କରାଯିବା ନେଇ ସୂଚନା ଦେଇଛନ୍ତି ଉପଜିଲ୍ଲାପାଳ ଭବ ତରଣ ସାହୁ ।

ଏହା ମଧ୍ୟ ପଢ଼ନ୍ତୁ...ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟ ତଳେ ଫାଟ: ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ, ଉପଯୁକ୍ତ ସୁରକ୍ଷା ଦାବି

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.