ETV Bharat / state

ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟ ତଳେ ଫାଟ: ଭକ୍ତ ଓ ସେବାୟତ ମହଲରେ ଅସନ୍ତୋଷ, ଉପଯୁକ୍ତ ସୁରକ୍ଷା ଦାବି

author img

By ETV Bharat Odisha Team

Published : Feb 5, 2024, 6:25 PM IST

Crack Develops On Gumuta
Crack Develops On Gumuta

Crack Develops On Gumuta: ମନ୍ଦିର ଉତ୍ତର ଦ୍ଵାର ଗୁମୁଟ ତଳେ ଫାଟକୁ ନେଇ ତେଜିଲା ଅସନ୍ତୋଷ।ମନ୍ଦିରର ସୁରକ୍ଷା ପାଇଁ ଯଥାଶୀଘ୍ର ଆବଶ୍ୟକୀୟ ପଦକ୍ଷେପ ନେବାକୁ ଦାବି କରିଛନ୍ତି ଭକ୍ତ ଓ ସେବାୟତ । ଅଧିକ ପଢନ୍ତୁ

Crack Develops On Gumuta

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟ ତଳେ ଫାଟକୁ ନେଇ ତେଜିଲା ଅସନ୍ତୋଷ । ମନ୍ଦିରର ସୁରକ୍ଷା ନେଇ ପ୍ରଶ୍ନ ଉଠାଇଛନ୍ତି ଭକ୍ତ ଓ ସେବାୟତ । ଗୁମୁଟର ତଳେ ଥିବା ପଦ୍ମ ଭଳି ପାଖୁଡ଼ା କାରୁକାର୍ଯ୍ୟ ସମ୍ପୂର୍ଣ୍ଣ ଫାଟି ଯାଇଛି। ଏଠାରେ ଲାଗିଥିବା ପଥରର ଏକାଧିକ ସ୍ଥାନରେ ଫାଟ ରହିଛି। ଯାହାକୁ ନେଇ ନାନା ଆଶଙ୍କା ପ୍ରକାଶ ପାଇଛି। ଆଗାମୀ ଦିନରେ ଏହା ଗୁମୁଟ ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ରହିଛି। ଏହି ଘଟଣା ନଜରକୁ ଆସିବା ପରେ ଜଗନ୍ନାଥ ପ୍ରେମୀ ଓ ସେବାୟତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।

ଏନେଇ ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ କହିଛନ୍ତି, "ରାଜ୍ୟ ସରକାର ଓ ଏଏସଆଇର ଅବହେଳା ପାଇଁ ଶ୍ରୀମନ୍ଦିର ଏବେ ବିପଦ ମୁହଁକୁ ଠେଲି ହୋଇଯାଇଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ସମୟରେ ସମସ୍ତ ନୀତି ନିୟମକୁ ନମାନି ରାଜ୍ୟ ସରକାର ଯେଭଳି କାର୍ଯ୍ୟ କଲେ ତାହାର ଏହା ପରିଣାମ। ମନ୍ଦିର ଚାରିପାଖରେ ବଡ଼ ବଡ଼ ଭାଇବ୍ରେଟର ମେସିନରେ କାର୍ଯ୍ୟ ହେବା ଏବଂ 30 ଫୁଟ୍ ଗାତ ଖୋଳାଯାଇଥିବାରୁ ମେସିନର କମ୍ପନରେ ମାଟି ଦୋହଲି ଯାଇ ଏଭଳି ଫାଟ ସୃଷ୍ଟି ହୋଇଛି। 1958ରେ ଜାତୀୟ କୀର୍ତ୍ତିରାଜିକୁ ସୁରକ୍ଷା ଦେବା ପାଇଁ କେନ୍ଦ୍ର ସରକାର ଆମସାର୍ ଆକ୍ଟ ଲାଗୁ କରିଥଲେ।"

"ନିୟମ ଅନୁଯାୟୀ, ଐତିହ୍ୟ କୀର୍ତ୍ତିରାଜିର 100 ମିଟର ଭିତରେ କୌଣସି ନିର୍ମାଣ କାର୍ଯ୍ୟ ହୋଇପାରିବ ନାହିଁ। କେବଳ ମୌଳିକ ସୁବିଧା ସମ୍ପର୍କିତ କାର୍ଯ୍ୟ ହୋଇ ପାରିବ। 100 ମିଟର ଭିତରେ ନିର୍ମାଣ କାର୍ଯ୍ୟ ହେଲେ ପୁରାତନ କୀର୍ତ୍ତିରାଜି ପ୍ରତି ବିପଦ ସୃଷ୍ଟି ହେବ। ଖୋଳା ଖୋଳି ଦ୍ୱାରା ଐତିହ୍ୟ କୀର୍ତ୍ତିରାଜି ଭୁଶୁଡି ପଡିବାର ଆଶଙ୍କା ରହିଛି। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବେଳେ ପୁରୀର ଏକ ଆଇନଜୀବୀ କମିଟି ଘଟଣାସ୍ଥଳ ପରିଦର୍ଶନ କରି ଶ୍ରୀମନ୍ଦିର ଚାରିପାଖରେ ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ। ହେଲେ ଏହା ସରକାର ନମାନିବା ଯୋଗୁଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ଫାଟ ହୋଇଛି । ଆଉ ବିଳମ୍ବ ନକରି ଏଏସଆଇ, ଏନଏମଏ ଓ ରାଜ୍ୟ ସରକାର ମିଳିତ ଭାବେ ଶ୍ରୀମନ୍ଦିର ସ୍ଥିତି ଅନୁଧ୍ୟାନ କରି ଏହାର ଉପଯୁକ୍ତ ସୁରକ୍ଷା ଦିଅନ୍ତୁ" ବୋଲି ଦାବି କରିଛନ୍ତି ବରିଷ୍ଠ ଆଇନଜୀବୀ ଶରତ ରାୟଗୁରୁ।

ଏହା ବି ପଢନ୍ତୁ...ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ, ଏଏସଆଇ କରିବ ମରାମତି

ସେପଟେ ଏହି ଫାଟ ପାଇଁ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଶ୍ରୀମନ୍ଦିର ବରିଷ୍ଠ ସେବାୟତ ଗୌରହରି ପ୍ରଧାନ। ସେ କହିଛନ୍ତି, "ଏଏସଆଇ ଶ୍ରୀମନ୍ଦିର ସୁରକ୍ଷାକୁ ଗୁରୁତ୍ଵ ଦେଉନାହିଁ। ଶ୍ରୀମନ୍ଦିରର ଅନେକ ସ୍ଥାନରେ ଫାଟ ଥିବାବେଳେ ଏହାର ସଠିକ ସୁରକ୍ଷା ଏଏସଆଇ କରୁନାହିଁ। ଏହାର ଅଧିକାରୀମାନେ ପୁରୀକୁ ଆସି ସଠିକ ଭାବେ ଅନୁଧ୍ୟାନ କରୁନାହାନ୍ତି। ତୁରନ୍ତ ରାଜ୍ୟ ସରକାର ଏକ କମିଟି ଗଠନ କରି ଏହାର ଯାଞ୍ଜ କରନ୍ତୁ। ଯେଉଁ ଜାଗାରେ ଫାଟ ଅଛି ଏଏସଆଇ ତୁରନ୍ତ ମରାମତି କରାଯାଉ।" ସେପଟେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟରେ ଫାଟ ଉପରେ ଏଏସଆଇ ଅଧିକାରୀଙ୍କ କହିବା କଥା, ଗୁମୁଟର ତଳ ପାର୍ଶ୍ୱରେ ଥିବା ଫାଟର ଅନୁଧ୍ୟାନ କରଯାଇଛି। ଏଏସଆଇର ନିୟମ ଅନୁଯାୟୀ, ଏହାର ମରାମତି ହେବ। ନହେଲେ ଏହାକୁ ବଦଳାଇ ନୂଆ ପଥର ଦିଆଯିବ। ଏହି ଫାଟ ଯୋଗୁଁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟକୁ କୌଣସି ବିପଦ ନାହିଁ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.