ETV Bharat / state

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ, ଏଏସଆଇ କରିବ ମରାମତି

author img

By ETV Bharat Odisha Team

Published : Feb 5, 2024, 8:45 AM IST

Crack in Jagannath Temple
ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ

Crack in North Gate of Jagannath Temple: ଶ୍ରୀମନ୍ଦିର ଉତ୍ତର ଦ୍ବାର ଗୁମୁଟର ତଳ ଭାଗରେ ବଡ ଫାଟ ଦେଖିବାକୁ ମିଳିଛି । ଏହି ଫାଟ ମନ୍ଦିର ପ୍ରତି ବିପଦ ସୃଷ୍ଟି କରିପାରେ । ଏଏସଆଇ ଖୁବଶୀଘ୍ର ଏହାର ମରାମତି କାର୍ଯ୍ୟ କରିବାକୁ ଯାଉଛି । ଅଧିକ ପଢନ୍ତୁ

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟରେ ବଡ ଫାଟ

ପୁରୀ: ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ବଡ ଫାଟ ଦେଖିବାକୁ ମିଳିଛି । ଏହି ଫାଟ ଉତ୍ତର ଦ୍ୱାର ଗୁମୁଟ ପ୍ରତି ବିପଦ ହେବାର ଆଶଙ୍କା ରହିଛି । ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି । ଅନ୍ୟପଟେ ଖୁବଶୀଘ୍ର ଏଏସଆଇ ଏହାର ମରାମତି କରିବାକୁ ଯାଉଛି । ଆସନ୍ତା ଦୁଇ ସପ୍ତାହ ଭିତରେ ଉତ୍ତର ଦ୍ବାର ଗୁମୁଟର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସଆଇ ପକ୍ଷରୁ ସୂଚନା ଦିଆଯାଇଛି ।

ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟର ତଳ ଭାଗରେ ଥିବା ପଦ୍ମ ପାଖୁଡ଼ା ଆକୃତିରେ ଏକ ବଡ ଫାଟ ଦେଖିବାକୁ ମିଳିଛି । ଏକାଧିକ ସ୍ଥାନରେ ଫାଟ ଥିବା ବେଳେ ପଥର ସନ୍ଧିରୁ ପଥର ଖଣ୍ଡ ଖସୁଛି । ଗୁମୁଟର ପାଦଦେଶରୁ ପ୍ରାୟ ଦୁଇଫୁଟ ଉଚ୍ଚରେ ସୃଷ୍ଟି ହୋଇଛି ବଡ ଫାଟ । ଏହି ଫାଟ ଯୋଗୁ ଶ୍ରୀମନ୍ଦିର ଉତ୍ତର ଦ୍ୱାର ଗୁମୁଟ ପ୍ରତି ବିପଦ ହେବାର ଆଶଙ୍କା ରହିଛି । ଏହାର ତୁରନ୍ତ ମରାମତି କରାନଗଲେ ଏହା ଭୁଶୁଡି ଯିବା ଆଶଙ୍କା ପ୍ରକାଶ ପାଇଛି ।

ଏହାମଧ୍ୟ ପଢନ୍ତୁ.. ଅବହେଳିତ ଅବସ୍ଥାରେ ଶ୍ରୀକ୍ଷେତ୍ର ଶ୍ୱେତଗଙ୍ଗା ପୁଷ୍କରିଣୀ, ଭକ୍ତ ଓ ସେବାୟତ ମହଲରେ ତୀବ୍ର ଅସନ୍ତୋଷ

ଏଏସଆଇ ଖୁବଶୀଘ୍ର ଏହାର ମରାମତି କରିବାକୁ ଯାଉଛି । ଏଏଆଇ ଯନ୍ତ୍ରୀଙ୍କ କହିବା ମୁତାବକ," ଦୀର୍ଘ ଦିନ ଧରି ଏହି ସ୍ଥାନରେ 3ରୁ 4 ଫୁଟ ପୋତି ହୋଇରହିଥିଲା । ପୂର୍ବରୁ ଫାଟ ସ୍ଥାନଟି ମାଟିରେ ପୋତି ରହିଥିଲା । ମାଟି ହଟାଯିବା ପରେ ଏବେ ଏହି ଫାଟ ନଜର ଆସିଛି । ଏହାକୁ ମରାମତି କରାଯିବ । ଏଠାରେ ନୂଆ ପଥର ଲାଗିବ ।"ଶ୍ରୀମନ୍ଦିର ଉତ୍ତର ଦ୍ଵାରର ଭିତରପାର୍ଶ୍ୱରେ ଏଏସଆଇ ପକ୍ଷରୁ ସଂରକ୍ଷଣ କାର୍ଯ୍ୟ ଜାରି ରହିଛି । ଆସନ୍ତା ଦୁଇ ସପ୍ତାହ ଭିତରେ ଉତ୍ତର ଦ୍ବାର ଗୁମୁଟର ମରାମତି କାର୍ଯ୍ୟ ଆରମ୍ଭ ହେବ ବୋଲି ଏଏସ ଆଇ ପକ୍ଷରୁ ସୂଚନା ଦିଆଯାଇଛି । ସେପଟେ ଶ୍ରୀମନ୍ଦିର ଉତ୍ତର ଦ୍ଵାର ଗୁମୁଟର ତଳ ପାର୍ଶ୍ଵରେ ଫାଟକୁ ନେଇ ଚିନ୍ତା ପ୍ରକଟ କରିଛନ୍ତି ଭକ୍ତ । ଏଏସଆଇ ମରାମତି କାର୍ଯ୍ୟ ତୁରନ୍ତ କରିବାକୁ ସବୁ ମହଲରେ ଦାବି ହୋଇଛି ।

ଅନ୍ୟପଟେ ଶ୍ରୀମନ୍ଦିରର ନାଟ ମଣ୍ଡପର ମରାମତି କାର୍ଯ୍ୟ ଜାରି ରହିଛି । ଏଏସଆଇ ପକ୍ଷରୁ ଏହି ମରାମତି କାର୍ଯ୍ୟ କରାଯାଉଛି । ନାଟ ମଣ୍ଡପ ମରାମତିରେ ଏଏସଆଇ ବିଳମ୍ବ କରିବାରୁ ହାଇକୋର୍ଟରେ ମାମଲା ପହଞ୍ଚି ଥିଲା । ହାଇକୋର୍ଟ ଏଏସଆଇ ଉପରେ ବିରକ୍ତ ହୋଇଥିଲେ । ତୁରନ୍ତ ନାଟ ମଣ୍ଡପ ମରାମତି କାର୍ଯ୍ୟ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟ । ପରେ ଗତ ଅକ୍ଟୋବର ମାସରୁ ଏଏସଆଇ ପକ୍ଷରୁ ଶ୍ରୀମନ୍ଦିର ନାଟ ମଣ୍ଡପର ବୀମ୍‌ରେ ଥିବା ଫାଟର ମରାମତି କରାଯାଉଛି ।

ଇଟିଭି ଭାରତ, ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.