ETV Bharat / state

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

author img

By ETV Bharat Odisha Team

Published : Feb 3, 2024, 4:25 PM IST

Updated : Feb 3, 2024, 4:49 PM IST

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68 ହଜାର କୋଟି ପ୍ରକଳ୍ପର ଦେଲେ ଉପହାର
ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68 ହଜାର କୋଟି ପ୍ରକଳ୍ପର ଦେଲେ ଉପହାର

PM Modi inaugurates and lays the foundation stone : ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପ୍ରତିଷ୍ଠିତ ଜାତୀୟ ଶିକ୍ଷା ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) । 2015 ମସିହାରେ ଘୋଷଣା ସହ ଆରମ୍ଭ ହୋଇଥିବା ଆଇଆଇଏମ ସମ୍ବଲପୁରକୁ ଆଜି ମିଳିଛି ନିଜସ୍ବ ସ୍ଥାୟୀ କ୍ୟାମ୍ପସ । 2 ଜାନୁୟାରୀ 2021 ରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ସମ୍ବଲପୁର ଆସି ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି। ଅଧିକ ପଢନ୍ତୁ

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ସମ୍ବଲପୁର: ଦେଶ ଉଦ୍ଦେଶ୍ୟରେ ଲୋକାର୍ପିତ ହେଲା ପ୍ରତିଷ୍ଠିତ ଜାତୀୟ ଶିକ୍ଷା ଅନୁଷ୍ଠାନ ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ମ୍ୟାନେଜମେଣ୍ଟ (ଆଇଆଇଏମ) । 2015 ମସିହାରେ ଘୋଷଣା ସହ ଆରମ୍ଭ ହୋଇଥିବା ଆଇଆଇଏମ ସମ୍ବଲପୁରକୁ ଆଜି ମିଳିଛି ନିଜସ୍ବ ସ୍ଥାୟୀ କ୍ୟାମ୍ପସ । 2 ଜାନୁୟାରୀ 2021 ରେ ସ୍ଥାୟୀ କ୍ୟାମ୍ପସ ପାଇଁ ଭିତ୍ତିପ୍ରସ୍ତର ରଖିଥିବା ପ୍ରଧାନମନ୍ତ୍ରୀ ମୋଦି ଆଜି ସମ୍ବଲପୁର ଆସି ସ୍ଥାୟୀ କ୍ୟାମ୍ପସର ଲୋକାର୍ପଣ କରିଛନ୍ତି। ଏହାସହ ରାଜ୍ୟବାସୀଙ୍କୁ ପ୍ରାୟ 68 ହଜାର କୋଟି ପ୍ରକଳ୍ପର ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ।

ପ୍ରଧାନମନ୍ତ୍ରୀ ମୋଦି ଆଜି ବାୟୁସେନାର ସ୍ବତନ୍ତ୍ର ଯୋଗେ ଦିନିଆ ଓଡିଶା ଗସ୍ତରେ ଆସି ଝାରସୁଗୁଡା ବିମାନ ବନ୍ଦରରେ ଅପରାହ୍ନ 1ଟା 10 ଅବତରଣ କରିଥିଲେ । ସେଠାରୁ ହେଲିକପ୍ଟରରେ ଯୋଗେ ସମ୍ବଲପୁର ଆଇଆଇଏମ ପରିସରରେ ଅସ୍ଥାୟୀ ହେଲିପ୍ୟାଡରେ ପହଞ୍ଚି ଆଇଆଇଏମ କ୍ୟାମ୍ପସର ଲୋକାର୍ପଣ ଉତ୍ସବରେ ସାମିଲ ହୋଇଥିଲେ । ୪୦୦ କୋଟି ଖର୍ଚ୍ଚରେ ନିର୍ମିତ ଆଇଆଇମ ସ୍ଥାଯୀ କ୍ୟାମସର ପ୍ରଥମ ପର୍ଯ୍ୟାୟକୁ ଉଦଘାଟନ କରିଥିଲେ । ଏହାସହ କ୍ୟାମ୍ପସ ସରିସର ବୁଲି ଦେଖିଥିଲେ । ଉପସ୍ଥିତି ଶିକ୍ଷାବିତ, ଗବେଷକ, ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ । ଆଇଆଇଏମର ନିର୍ଦ୍ଦେଶକ ମହାଦେବ ଜୟସ୍ବାଲ ପ୍ରଧାନମନ୍ତ୍ରୀଙ୍କୁ କ୍ୟାମ୍ପସ ସମ୍ପର୍କରେ ସୂଚନା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ, ସମ୍ବଲପୁର ସାଂସଦ ନୀତେଶ ଗଙ୍ଗଦେବ, ରେଙ୍ଗାଲୀ ବିଧାୟକ ନାଉରୀଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

ଅଧିକ ପଢନ୍ତୁ- ସମ୍ବଲପୁର IIM ନୂଆ କ୍ୟାମ୍ପସ ଲୋକାର୍ପଣ କଲେ ପ୍ରଧାନମନ୍ତ୍ରୀ, ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀ ଉପସ୍ଥିତ

ଆଇଆଇଏମ ସମ୍ବଲପୁର ଲୋକାର୍ପଣ ସହ ପ୍ରଧାନମନ୍ତ୍ରୀ ମୋଦି ସମ୍ବଲପୁରରେ ଉଦଘାଟନ ଓ ଭିତ୍ତିପ୍ରସ୍ତର ରଖିଥିବା ଅନ୍ୟାନ୍ୟ ପ୍ରକଳ୍ପ ମଧ୍ୟରେ ରହିଛି ଜଗଦୀଶପୁର-ହଳଦିଆ ଓ ବୋକାରୋ-ଧାମରା ପାଇପଲାଇନ ପ୍ରକଳ୍ପର ଧାମରା-ଅନୁଗୁଳ ପାଇପଲାଇନ ସେକ୍ସନ । ଯାହା ୪୧୨ କିଲୋମିଟର ରହିଛି । ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଅଧୀନରେ ୨୪୫୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଓଡ଼ିଶାକୁ ଜାତୀୟ ଗ୍ୟାସ ଗ୍ରିଡ ସହ ସଂଯୋଗ କରିବ । ଏହାସହ ପ୍ରଧାନମନ୍ତ୍ରୀ ମୁମ୍ବାଇ-ନାଗପୁର-ଝାରସୁଗୁଡା ପାଇପଲାଇନର ନାଗପୁର ଝାରସୁଗୁଡ଼ା ପ୍ରାକୃତିକ ଗ୍ୟାସ ପାଇପଲାଇନ ସେକ୍ସନ ଯାହା ୬୯୨ କିଲୋମିଟରର ଶିଳାନ୍ୟାସ କରିଛନ୍ତି। ୨୬୬୦ କୋଟି ଟଙ୍କାରୁ ଅଧିକ ବ୍ୟୟରେ ବିକଶିତ ହେବାକୁ ଥିବା ଏହି ପ୍ରକଳ୍ପ ଓଡ଼ିଶା, ମହାରାଷ୍ଟ୍ର ଓ ଛତିଶଗଡ ଭଳି ରାଜ୍ୟରେ ପ୍ରାକୃତିକ ବାଷ୍ପ ଉପଲବ୍ଧତାରେ ଉନ୍ନତି ଆଣିବ।

ସେହିପରି ପ୍ରଧାନମନ୍ତ୍ରୀ ୨୮ ହଜାର ୯୮୦ କୋଟି ଟଙ୍କାର ଏକାଧିକ ବିଦ୍ୟୁତ ପ୍ରକଳ୍ପକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ଶିଳାନ୍ୟାସ କରିଛନ୍ତି । ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ରହିଛି ସୁନ୍ଦରଗଡ ଜିଲ୍ଲାର ଏନଟିପିସି ଦର୍ଲିପାଲି ସୁପର ଥର୍ମାଲ ପାୱାର ଷ୍ଟେସନ ଯାହା ୨୮୦୦ ମେଗାୱାଟ ଏବଂ ଏନଏସପିସିଏଲ ରାଉରକେଲା ପିପି-୨ ସମ୍ପ୍ରସାରଣ ପ୍ରକଳ୍ପ ୧x୨୫୦ ମେଗାୱାଟ ଅନ୍ତର୍ଭୁକ୍ତ। ଏହାବାଦ ଅନୁଗୁଳ ଜିଲ୍ଲାରେ ଏନଟିପିସି ତାଳଚେର ତାପଜ ବିଦ୍ୟୁତ ପ୍ରକଳ୍ପ ଷ୍ଟେଜ-୩ ୟାହା ୨୬୬୦ ମେଗାୱାଟର ଶିଳାନ୍ୟାସ କରିଛନ୍ତି । ଏହି ବିଦ୍ୟୁତ ପ୍ରକଳ୍ପ ଗୁଡ଼ିକ ଓଡ଼ିଶା ସମେତ ଅନ୍ୟ କେତେକ ରାଜ୍ୟକୁ ଶସ୍ତାରେ ବିଜୁଳି ଚାହିଦା ପୂରଣ କରିବ ।

ସମ୍ବଲପୁରରେ ପ୍ରଧାନମନ୍ତ୍ରୀ ମୋଦି; ଓଡିଶାକୁ 68000 କୋଟିର ପ୍ରକଳ୍ପ ଦେଲେ ଉପହାର

ଏତତ ବ୍ୟତୀତ ମୋଦି ପ୍ରଧାନମନ୍ତ୍ରୀ ୨୭୦୦୦ କୋଟିରୁ ଅଧିକ ମୂଲ୍ୟର ନେଭେଲି ଲିଗ୍ନାଇଟ କର୍ପୋରେସନ (ଏନଏଲସି) ତଲାବିରା ତାପଜ ବିଦ୍ୟୁତ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଆତ୍ମନିର୍ଭର ଭାରତର ସ୍ବପ୍ନକୁ ସୁଦୃଢ କରିବା ପାଇଁ ଏହି ଅତ୍ୟାଧୁନିକ ପ୍ରକଳ୍ପ ଦେଶର ଶକ୍ତି ନିରାପତ୍ତା ଦିଗରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେବା ସହ ଦେଶର ଆର୍ଥିକ ଅଭିବୃଦ୍ଧି ଓ ସମୃଦ୍ଧିରେ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରି ୨୪ ଘଣ୍ଟିଆ ବିଦ୍ୟୁତ ଶକ୍ତି ପ୍ରଦାନ କରିବ । ଏହାସହ ପ୍ରଧାନମନ୍ତ୍ରୀ ମହାନଦୀ କୋଲ ଫିଲ୍ଡସ ଲିମିଟେଡର କୋଇଲା ଭିତ୍ତିଭୂମି ପ୍ରକଳ୍ପକୁ ଉଦଘାଟନ କରିଛନ୍ତି । ଯେଉଁଥିରେ ଅନୁଗୁଳ ଜିଲ୍ଲାର ତାଳଚେର କୋଲଫିଲ୍ଡରେ ପ୍ରଥମ ପର୍ଯ୍ୟାୟ ଭୁବନେଶ୍ବରୀ ଏଫଏମସି ପ୍ରକଳ୍ପ ଏବଂ ଲାଜକୁରା ରାପିଡ ଲୋଡିଂ ସିଷ୍ଟମ ଅନ୍ତର୍ଭୁକ୍ତ ରହିଛି । ପାଖାପାଖି ୨୧୪୫ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ରକଳ୍ପ ଗୁଡ଼ିକ ଓଡ଼ିଶାରୁ ଶୁଷ୍କ ଇନ୍ଧନର ଗୁଣବତ୍ତା ଏବଂ ଯୋଗାଣକୁ ପ୍ରୋତ୍ସାହିତ କରିବ। ଏହାବାଦ ଝାରସୁଗୁଡ଼ା ଜିଲ୍ଲାରେ ୫୫୦ କୋଟିରୁ ଅଧିକ ଟଙ୍କା ବ୍ୟୟରେ ନିର୍ମିତ ଇବ ଭ୍ୟାଲି ୱାଶେରୀକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହା ଗୁଣବତ୍ତା ପାଇଁ କୋଇଲା ପ୍ରକ୍ରିୟାକରଣରେ ଏକ ଆଦର୍ଶ ପରିବର୍ତ୍ତନକୁ ଚିହ୍ନିତ କରିବ । ୮୭୮ କୋଟି ଟଙ୍କା ନିବେଶ ସହିତ ମହାନଦୀ କୋଲ ଫିଲ୍ଡସ ଲିମିଟେଡ ଦ୍ବାରା ନିର୍ମିତ ଝାରସୁଗୁଡ଼ା-ବରପାଲି-ସରଡେଗା ରେଳ ଲାଇନ ଫେଜ-୧ର ୫୦ କିଲୋମିଟର ଲମ୍ବା ଦ୍ବିତୀୟ ଟ୍ରାକକୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପଣ କରିଛନ୍ତି।

ଅଧିକ ପଢନ୍ତୁ- ଆଇଆଇଏମ ସମ୍ବଲପୁରକୁ ମିଳିବ ସ୍ଥାୟୀ କ୍ୟାମ୍ପସ, ହେଲା ଭିତ୍ତିପ୍ରସ୍ତର ସ୍ଥାପନ

ସେହିଭଳି ୨୧୧୦ କୋଟି ଟଙ୍କା ବ୍ୟୟରେ ବିକଶିତ ଜାତୀୟ ରାଜପଥର ତିନୋଟି ସଡକ କ୍ଷେତ୍ର ପ୍ରକଳ୍ପକୁ ମଧ୍ୟ ପ୍ରଧାନମନ୍ତ୍ରୀ ଉଦଘାଟନ କରିଛନ୍ତି । ଏହି ପ୍ରକଳ୍ପ ଗୁଡିକ ମଧ୍ୟରେ ଜାତୀୟ ରାଜପଥ ୨୧୫ (ନୂତନ ଜାତୀୟ ରାଜପଥ ନଂ ୫୨୦)ର ରିମୁଳି-କୋଇଡା ସେକ୍ସନକୁ ୪ ଲେନ, ଜାତୀୟ ରାଜପଥ ୨୩ (ନୂଆ ଜାତୀୟ ରାଜପଥ ନଂ ୧୪୩)ର ବୀରମିତ୍ରପୁର-ବ୍ରାହ୍ମଣୀ ବାଇପାସ ସେକ୍ସନର ୪ ଲେନ ଏବଂ ୨୩ ନମ୍ବର ଜାତୀୟ ରାଜପଥ (ନୂଆ ଜାତୀୟ ରାଜପଥ ନଂ ୧୪୩) ର ବ୍ରାହ୍ମଣୀ ବାଇପାସ ଏଣ୍ଡ-ରାଜାମୁଣ୍ଡା ସେକ୍ସନକୁ ୪ ଲେନ କରିବା ଆଦି ପ୍ରକଳ୍ପ ରହିଛି। ଏହି ପ୍ରକଳ୍ପ ଗୁଡିକ ଯୋଗାଯୋଗ ବୃଦ୍ଧି କରିବା ସହ ଅଞ୍ଚଳର ଆର୍ଥିକ ବିକାଶ ଦିଗରେ ମଧ୍ୟ ସହାୟକ ହେବ ।

ଅନ୍ୟପଟେ ପ୍ରଧାନମନ୍ତ୍ରୀ ପ୍ରାୟ ୨୧୪୬ କୋଟି ଟଙ୍କାର ରେଳ ପ୍ରକଳ୍ପର ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବା ସହ ରେଳବାଇର ଏକାଧିକ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଶୈଳଶ୍ରୀ ପ୍ୟାଲେସ ଦ୍ବାରା ଅନୁପ୍ରାଣିତ ସମ୍ବଲପୁର ରେଳ ଷ୍ଟେସନର ପୁନଃନିର୍ମାଣ ପାଇଁ ପ୍ରଧାନମନ୍ତ୍ରୀ ଶିଳାନ୍ୟାସ କରିଛନ୍ତି । ସମ୍ବଲପୁର-ତାଳଚେର ଦୋହରୀକରଣ ରେଳ ଲାଇନ (୧୬୮ କିଲୋମିଟର) ଏବଂ ଝାରତରଭା ସୋନପୁର ନୂଆ ରେଳଲାଇନ (୨୧.୭ କିଲୋମିଟର)କୁ ପ୍ରଧାନମନ୍ତ୍ରୀ ଲୋକାର୍ପଣ କରିଛନ୍ତି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ ହେଲା ପ୍ରଧାନମନ୍ତ୍ରୀ ମୋଦି ପୁରୀ-ସୋନପୁର-ପୁରୀ ସାପ୍ତାହିକ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ଯାହା ସୋନପୁରରୁ ସିଧା ସଳଖ ଶ୍ରୀକ୍ଷେତ୍ର ପୁରୀକୁ ଟ୍ରେନ ଯୋଡିବ । ଏହାବ୍ୟତୀତ ପ୍ରଧାନମନ୍ତ୍ରୀ ଝାରସୁଗୁଡା ମୁଖ୍ୟ ଡାକଘର ଐତିହ୍ୟ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated :Feb 3, 2024, 4:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.