ETV Bharat / state

ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ୍: ଡ୍ରାଇଭର ମୃତ, 10ରୁ ଅଧିକ ଆହତ - Bus Accident

author img

By ETV Bharat Odisha Team

Published : Apr 16, 2024, 9:46 AM IST

Updated : Apr 16, 2024, 12:27 PM IST

Road Accident
Road Accident

Road Accident: ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ବାଲି ବୋଝେଇ ଟ୍ରକକୁ ଧକ୍କା ଦେଲା ଯାତ୍ରୀବାହୀ ବସ । ଫଳରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ । ଅଧିକ ପଢନ୍ତୁ

Road Accident

ଅନୁଗୋଳ: ପୁଣି ବସ୍ ଦୁର୍ଘଟଣା । ଅନୁଗୋଳ ଜିଲ୍ଲା ୫୫ ନମ୍ବର ଜାତୀୟ ରାଜପଥରେ ଆଜି (ମଙ୍ଗଳବାର) ସକାଳେ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି । ଗୋଟିଏ ବାଲି ବୋଝେଇ ଟ୍ରକକୁ ଧକ୍କା ଦେଇଛି ଏହି ବସ୍ । ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି । ସମସ୍ତ ଆହତଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଆଜି ସକାଳୁ ଡଲଫିନ ନାମକ ଘରୋଇ ନାଇଟ କୋଚ୍ ବସଟି ରାୟଗଡାରୁ ପୁରୀ ଅଭିମୁଖେ ଯାଉଥିଲା । ସେହ ସମୟରେ ଜରପଡା ଛକ ନିକଟରେ ଥିବା ଏକ ବାଲି ବୋଝେଇ ଟ୍ରକ ସହ ନାଇଟ କୋଚ୍ ବସ ଧକ୍କା ହୋଇଥିଲା । ଫଳରେ ବସ୍ ଡ୍ରାଇଭରର ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଲୋକଙ୍କ ସହାୟତାରେ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ଦୁଇଟିଯାକ ଗାଡି ଜବଡ଼ କରିବା ସହ ଅଧିକ ତଦନ୍ତ କରିଛି । ସେପଟେ ମୃତ ଡ୍ରାଇଭରଙ୍କ ପରିଚୟ ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ- ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର

ଏହା ମଧ୍ୟ ପଢନ୍ତୁ-ବୌଦ୍ଧ-ଫୁଲବାଣୀ ସୀମାରେ ବସ-ଟ୍ରକ ମୁହାଁମୁହିଁ ଧକ୍କା, ୨୦ରୁ ଊର୍ଦ୍ଧ୍ବ ଆହତ

ରାଜ୍ୟରେ ସଡ଼କ ଦୁର୍ଘଟଣା ନିତିଦିନିଆ ଘଟଣା ହୋଇଗଲାଣି । ପ୍ରତିଦିନ କେଉଁଠି ନା କେଉଁଠି ମର୍ମନ୍ତୁଦ ଦୁର୍ଘଟଣା ଘଟି ନିରୀହ ଲୋକଙ୍କ ଜୀବନ ଯାଉଛି । ବିଶେଷକରି ଗତ କିଛି ଦିନ ମଧ୍ୟରେ ବସ୍‌ ଦୁର୍ଘଟଣା ମାମଲା ଅତି ଚିନ୍ତାଜନକ ରହିଛି । ସେହିପରି ଗତକାଲି(ସୋମବାର) ଯାଜପୁର ଏନଏଚ୍-୧୬ର ବାରବାଟୀ ଛକ ଓଭର ବ୍ରିଜରୁ ତଳକୁ ଗୋଟିଏ ଯାତ୍ରୀବାହୀ ବସ୍ ଖସି ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪୦ ଆହତ ହୋଇଛନ୍ତି । ବସଟି ପୁରୀରୁ କୋଲକାତାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ସେହିପରି ବୌଦ୍ଧ-ଫୁଲବାଣୀ ସୀମାନ୍ତ ଘାଟି ଉପରେ ଟ୍ରକ ସହ ଯାତ୍ରୀବାହୀ ବସ୍ ଧକ୍କା ହୋଇ ୨୦ରୁ ଊର୍ଦ୍ଧ୍ବ ଯାତ୍ରୀ ଗୁରୁତର ଆହତ ହୋଇଥିଲେ । ସେଥିରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା ।

ଇଟିଭି ଭାରତ, ଅନୁଗୋଳ

Last Updated :Apr 16, 2024, 12:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.