ETV Bharat / state

ଯାଜପୁରରେ ଯାତ୍ରୀବାହୀ ବସ୍ ଦୁର୍ଘଟଣା: 5 ମୃତ ଓ ୪୦ରୁ ଊର୍ଦ୍ଧ୍ୱ ଆହତ, ଆହତଙ୍କ ଚିକିତ୍ସା ଖର୍ଚ୍ଚ ବହନ କରିବେ ସରକାର - Bus Accident

author img

By ETV Bharat Odisha Team

Published : Apr 15, 2024, 10:06 PM IST

Updated : Apr 15, 2024, 11:04 PM IST

Jajpur Bus Accident
Jajpur Bus Accident

Jajpur Bus Accident: ଯାଜପୁରରେ ବସ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଭରବ୍ରିଜ ତଳକୁ ଖସିଲା ବସ୍ । 40ରୁ ଉର୍ଦ୍ଧ୍ୱ ଆହତ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ଯାଜପୁରରେ ଓଭରବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍; 5 ମୃତ, ୪୦ରୁ ଊର୍ଦ୍ଧ୍ୱ ଆହତ

ଯାଜପୁର: ଜିଲ୍ଲାରେ ମର୍ମନ୍ତୁଦ ବସ ଦୁର୍ଘଟଣା । ଯାଜପୁରରେ ଓଭର ବ୍ରିଜରୁ ତଳକୁ ଖସିଲା ଯାତ୍ରୀବାହୀ ବସ୍ । ଏନଏଚ୍-୧୬ର ବାରବାଟୀ ଛକ ପାଖରେ ଓଲଟିଲା ବସ । ଏହି ଦୁର୍ଘଟଣାରେ ୪୦ ଆହତ ହୋଇଥିବା ବେଳେ 5 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟାରେ ବୃଦ୍ଧି ଘଟିପାରେ ବୋଲି ଆଶଙ୍କା କରାଯାଉଛି । ଦୁର୍ଘଟଣା ସ୍ଥଳରେ ପୋଲିସ ପହଞ୍ଚି ଥିବାବେଳେ ଉଦ୍ଧାର କାର୍ଯ୍ୟ ଜୋରଦାର ରହିଛି। ବସଟି ପୁରୀରୁ କୋଲକାତାକୁ ଯାଉଥିବା ନେଇ ଜଣାପଡିଛି । ଦୁର୍ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଶୋକସନ୍ତପ୍ତ ପରିବାରବର୍ଗକୁ ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ। ଏହା ସହିତ ମୃତକଙ୍କ ପରିବାର ପାଇଁ ୩ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଆହତ ବ୍ୟକ୍ତିମାନଙ୍କ ପାଇଁ ଉପଯୁକ୍ତ ଚିକିତ୍ସା ବ୍ୟବସ୍ଥା କରିବା ପାଇଁ ମୁଖ୍ୟମନ୍ତ୍ରୀ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି । ଆହତଙ୍କ ଚିକତ୍ସା ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି । ଏହା ସହିତ ଆହତମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ମୁଖ୍ୟମନ୍ତ୍ରୀ ।

ଏହାମଧ୍ୟ ପଢନ୍ତୁ.. ଭୁବନ ଜାତୀୟ ରାଜପଥରେ ଭୟଙ୍କର ସଡ଼କ ଦୁର୍ଘଟଣା, ଦମ୍ପତିଙ୍କ ସହ ପୁଅ ଗୁରୁତର - Road Accident In Bhuban

ସୂଚନା ଅନୁଯାୟୀ, ଆଜି (ସୋମବାର) ରାତି ପ୍ରାୟ ୮ଟା ୪୫ ସମୟରେ ଯାଜପୁର ଜିଲ୍ଲାର କୁଆଖିଆ ଅଞ୍ଚଳର ୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅନ୍ତର୍ଗତ ବାରବାଟି ଓଭରବ୍ରିଜ ନିକଟରେ ବସ ଦୁର୍ଘଟଣା ଘଟିଛି । ବସଟି ଭାରସାମ୍ୟ ହରାଇ ତଳକୁ ଖସି ପଡ଼ିଥିବା ନେଇ ଜଣାପଡିଛି । ତେବେ ଦୁର୍ଘଟଣାଗ୍ରସ୍ତ ଯାତ୍ରୀବାହୀ ବସଟିର ନାମ 'କାଳିଆ ନନା' ହୋଇଥିବା ବେଳେ ଏହା ପୁୁରୀରୁ କୋଲକାତା ଅଭିମୁଖେ ଯାଉଥିଲା ନେଇ ସ୍ଥାନୀୟ ସୂତ୍ରରୁ ଜଣାପଡିଛି ।

ବସଟି ପ୍ରାୟ ୨୫ ଫୁଟ ଉଚ୍ଚରୁ ଖସି ପଡିବା କାରଣରୁ ଚେପା ହୋଇଯାଇଥିଲା । ଯାହାଫଳରେ ଯାତ୍ରୀମାନେ ବାହାରକୁ ବାହାରିବା କଷ୍ଟକର ହୋଇପଡିଥିଲା । ବସରେ ଥିବା ପାଖାପାଖି 40 ଜଣ ଆହତ ହୋଇଥିବା ବେଳେ 2 ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ଅନ୍ୟପଟେ ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଉଛି । ଆହତଙ୍କ ମଧ୍ୟରେ ଅନେକଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି । ସ୍ଥାନୀୟ ଲୋକଙ୍କ ଦ୍ୱାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଖବର ପାଇ ରସୁଲପୁର ଓ ଧର୍ମଶାଳା ଅଗ୍ନିଶମ ବାହିନୀ ଓ କୁଆଖିଆ ଏବଂ ଧର୍ମଶାଳା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଦୁର୍ଘଟଣା ଗ୍ରସ୍ତ ବସ ଭିତରୁ ଆହତ ଯାତ୍ରୀମାନଙ୍କୁ ଉଦ୍ଧାର କରି ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇଥିଲେ । ମୃତାହତଙ୍କର ପରିଚୟ ମିଳିପାରିନାହିଁ । ଗୁରୁତର ଆହତ ମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ କଟକ ବଡ ଡାକ୍ତରଖାନାକୁ ପଠାଯାଉଛି । ଦୁର୍ଘଟଣା ସ୍ଥଳରେ ହଜାର ହଜାର ଲୋକ ଭିଡ ଦେଖିବାକୁ ମିଳିଛି ।

ଇଟିଭି ଭାରତ, ଯାଜପୁର

Last Updated :Apr 15, 2024, 11:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.