ETV Bharat / state

ତଳସରା ନିର୍ବାଚନ ମଣ୍ଡଳୀକୁ ନେଇ ବିଜେଡି-ବିଜେପି ମଧ୍ୟରେ ବାକ୍ ଯୁଦ୍ଧ - Talasara Politics

author img

By ETV Bharat Odisha Team

Published : May 2, 2024, 5:40 PM IST

Talsara Assembly constituency
Talsara Assembly constituency(etv bharat odisha)

Talsara Assembly constituency: ତଳସରା ନିର୍ବାଚନ ମଣ୍ଡଳୀକୁ ନେଇ ଆରମ୍ଭ ହୋଇଛି ବିଜେଡି-ବିଜେପି ମଧ୍ୟରେ ବାକ୍‌ ଯୁଦ୍ଧ । ଗଡ ଦଖଲ ଲକ୍ଷ୍ୟରେ ପ୍ରାର୍ଥୀ । ଅଧିକ ପଢନ୍ତୁ

Talasara Politics (ETV Bharat Odisha)

ରାଉରକେଲା: ତଳସରା ନିର୍ବାଚନ ମଣ୍ଡଳରେ ଉଷ୍ଣ ହେବାରେ ଲାଗିଛି ରାଜନୀତି ମଇଦାନ । ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି ସେତିକି ସରଗରମ ହେବାରେ ଲାଗିଛି ରାଜନୀତି ପାଣିପାଗ । ଦଳ ଦଳ ମଧ୍ୟରେ ଆରୋପ ପ୍ରତ୍ୟାରୋପ ଲାଗି ରହିଛି । ତଳସରାରେ ବିଜେଡି ଏବଂ ବିଜେପି ମଧ୍ୟରେରେ ବର୍ତ୍ତମାନ ଜୋର ଧରିଛି ବାକ୍ ଯୁଦ୍ଧ ।

ବିଜେଡିରୁ ଚଳିତଥର ପ୍ରାର୍ଥୀ ହୋଇଛନ୍ତି ବିନୟ ଟପ୍ପୋ । ବିଜେଡି କିଭଳି ବାଜି ମାରିବ ସେନେଇ ରଣନୀତି ପ୍ରସ୍ତୁତ ହୋଇଥିବା ନେଇ କହିଛନ୍ତି ବିଜେଡି ପ୍ରାର୍ଥୀ ବିନୟ ଟପ୍ପୋ । ସେ କହିଛନ୍ତି, "ଏଥର ନବୀନ ପଟ୍ଟନାୟକଙ୍କ ବିକାଶ ଧାରାକୁ ନେଇ ଲଢେଇ ହେବ । ସୁନ୍ଦରଗଡ଼ ଜିଲ୍ଲାରେ ଶିକ୍ଷା ଓ ସ୍ୱାସ୍ଥ୍ୟ, କ୍ରୀଡ଼ା ଓ ଗମନାଗମନ କ୍ଷେତ୍ରରେ ରାଜ୍ୟ ସରକାର ଅଗ୍ରଣୀ ଭୂମିକା ଗ୍ରହଣ କରିବା ପାଇଁ ସରକାର ଦୃଢ ସଂକଳ୍ପ ନେଇଛନ୍ତି । ଲୋକେ ଏହାରୁ ଗ୍ରହଣ ମଧ୍ୟ କରିଛନ୍ତି । ଲୋକଙ୍କ ଦୃଢ଼ ସମର୍ଥନ ଏବଂ ବିଶ୍ୱାସ ପ୍ରକଟ ତାଙ୍କୁ ନିର୍ବାଚନ ମଇଦାନରେ ବିଜୟୀ କରାଇବ ଏବଂ ଏଥର ଲଢେଇ ହେବନାହିଁ ଏକ ପାଖିଆ ବିଜେଡି ବିଜୟୀ ହେବ । "

ଏହା ମଧ୍ୟ ପଢନ୍ତୁ: ତଳସରାରେ ତ୍ରିମୁଖୀ ଲଢେଇ: କଂଗ୍ରେସ ହାତକୁ ଫେରିବ କି ଗଡ ? - Talasara Politics

ଅନ୍ୟପଟେ ଭବାନୀ ଭୋଇଙ୍କୁ ପ୍ରାର୍ଥୀ ଘୋଷଣା କରିଛି ବିଜେପି । ସେ କହିଛନ୍ତି, "ଗତଥର ଭଳି ତଳସରା ଆସନରେ ବିଜେପି ହିଁ ଜିତିବ । ରାଜ୍ୟ ସରକାରଙ୍କ ଭିତରେ ଥିବା ଜନ ଅବହେଳା ଓ ଦୁର୍ନୀତି ସହ ଗ୍ରାମାଞ୍ଚଳରେ ସରକାରୀ ଯୋଜନା ଅପହଞ୍ଚ ବିଷୟରେ ଜନସାଧାରଣ ଅବଗତ ରହିଛନ୍ତି । ଜିଲ୍ଲାରେ କେନ୍ଦ୍ର ସରକାରଙ୍କ ଯେଉଁ ସମସ୍ତ ଯୋଜନା ଜିଲ୍ଲା ଖଣିଜ ପାଣ୍ଠି, ପ୍ରଧାନମନ୍ତ୍ରୀ ଆବାସ ଯୋଜନା କୁହନ୍ତୁ ବା କେନ୍ଦ୍ରର ଅନ୍ୟାନ୍ୟ ଯୋଜନା ଆଜି ସମ୍ପୂର୍ଣ୍ଣ ଭାବରେ ଲୋକଙ୍କ ପାଖରେ ପହଞ୍ଚିଛି । ବିରୋଧୀ ଦଳ ଭାବରେ ମଧ୍ୟ ଆମେ ବହୁତ କାର୍ଯ୍ୟକ୍ରମ କରିଛୁ । ତେଣୁ ଆମେ ଭୟଭୀତ ବିଲକୁଲ ନାହୁଁ ଆମେ ଏଥର ନିଶ୍ଚିତ ଭାବରେ ବିଜୟୀ ହେବୁ । ଫାଇଟ ହେବ କିନ୍ତୁ ବିଜେପି ଜିତିବ ନେଇ ଲୋକେ ସୁନିଶ୍ଚିତ କରିଛନ୍ତି ଓ ବିଜେପି ବିଜୟୀ ହେବ ।"

କଂଗ୍ରେସର ଗଡ଼ ବୋଲାଉଥିବା ଏହି ତଳସରା ନିର୍ବାଚନ ମଣ୍ଡଳୀ ହେଉଛି କଂଗ୍ରେସ ଦଳର ଗଡ଼ । ତେବେ ଏହି ଗଡ଼ ବର୍ତ୍ତମାନ ଭାଙ୍ଗିଥିବା ବେଳେ କଂଗ୍ରେସ ଆଉ ଜିତି ପାରିବ ନାହିଁ ବୋଲି କହିଛନ୍ତି ବିଜେଡ଼ି ଏବଂ ବିଜେପି । ତେବେ ବର୍ତ୍ତମାନ ତଳସରାରେ କିଏ ହେଉଛି ବିଜୟୀ ତାହା ଦେଖିବା ବାକି ରହିଲା । ବିଜେଡି ଏବଂ ବିଜେପି ମଧ୍ୟରେ ବର୍ତ୍ତମାନ ନିର୍ବାଚନରେ ମହା ଲଢେଇ ହେବ ବୋଲି ଅନୁମାନ କରାଯାଉଛି ।

ଇଟିଭି ଭାରତ, ରାଉରକେଲା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.