ETV Bharat / politics

ତଳସରାରେ ତ୍ରିମୁଖୀ ଲଢେଇ: କଂଗ୍ରେସ ହାତକୁ ଫେରିବ କି ଗଡ ? - talasara politics

author img

By ETV Bharat Odisha Team

Published : Apr 5, 2024, 7:31 AM IST

Talasara Politics: ତଳସରା ନିର୍ବାଚନ ମଣ୍ଡଳୀରେ ସରଗରମ ରାଜନୀତି । କଂଗ୍ରେସର ଗଡ଼ କୁହାଯାଉଥିବା ଏହି ଆସନରେ ପୁଣି ଦଳ ପୂର୍ବ ଅବସ୍ଥାକୁ ଫେରିବାକୁ ଚେଷ୍ଠା କରୁଥିବା ବେଳେ ବିଜେପି ଏବଂ ବିଜେଡ଼ି କ୍ଷମତା ହାତେଇବା ପାଇଁ ଆପ୍ରାଣ ଉଦ୍ୟମ କରୁଛନ୍ତି । ଆସନ୍ତୁ ଶୁଣିବା ଦଳୀୟ ପ୍ରାର୍ଥୀଙ୍କ ପ୍ରତିକ୍ରିୟା କ'ଣ ରହିଛି ।

ତଳସରାରେ ତ୍ରିମୁଖୀ ଲଢେଇ, ପ୍ରଥମ ଥର ବିଜୟ ଲକ୍ଷ୍ୟରେ ବିଜେଡି
ତଳସରାରେ ତ୍ରିମୁଖୀ ଲଢେଇ, ପ୍ରଥମ ଥର ବିଜୟ ଲକ୍ଷ୍ୟରେ ବିଜେଡି

ତଳସରାରେ ତ୍ରିମୁଖୀ ଲଢେଇ, ପ୍ରଥମ ଥର ବିଜୟ ଲକ୍ଷ୍ୟରେ ବିଜେଡି

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲାର ତଳସରା ବିଧାନସଭା ମଣ୍ଡଳୀ ପାଇଁ ଲଢେଇ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ନାଁ ଘୋଷଣା ପରେ ଆସନରେ ବର୍ତ୍ତମାନ ଉଷ୍ମତା ବଢ଼ିବାରେ ଲାଗିଛି । ବର୍ତ୍ତମାନ ସାରା ରାଜ୍ୟରେ ସାଧାରଣ ନିର୍ବାଚନର ମାହୋଲ । ଏହାରି ମଧ୍ୟରେ ବିଜେପି ଏବଂ କଂଗ୍ରେସ ଏବଂ ବିଜେଡି ତଳସରା ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛନ୍ତି । ବିଜେପି ବର୍ତ୍ତମାନର MLA ଭବାନୀ ଭୋଇଙ୍କୁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ କଂଗ୍ରେସଙ୍କୁ ପ୍ରାର୍ଥୀ ଭାବେ ପୂର୍ବତନ ଭାରତୀୟ ହକି ଦଳ କ୍ୟାପଟେନ ପ୍ରବୋଧ ତିର୍କୀଙ୍କ ନାଁ ଘୋଷଣା କରିଛି । ସେହିପରି ବିଜେଡି ବର୍ତ୍ତମାନ ବିନୟ ଟପ୍ପୋଙ୍କୁ ଟିକେଟ ପ୍ରଦାନ କରିଛି । ଏହାରି ମଧ୍ୟରେ ବିଜେପି,କଂଗ୍ରେସର ଏବଂ ବିଜେଡ଼ି କ୍ଷମତାକୁ ଆସିବା ପାଇଁ ଚେଷ୍ଟା କରୁଛି । ଚଳିତ ନିର୍ବାଚନରେ ବିଜେଡ଼ି କିଭଳି ପ୍ରଥମ ଥର ପାଇଁ ଏଠାରେ କିଭଳି ବିଜୟୀ ହେବ ସେ ନେଇ ସ୍ବତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି ।

ତେବେ ଏହି ବିଧାନସଭା ଆସନ କଂଗ୍ରେସର ଗଡ଼ ହୋଇଥିବା ବେଳେ ଏଥିରେ ଗତଥର 2019ରେ ପ୍ରଥମ ଥର କଂଗ୍ରେସ ପରାସ୍ତ ହୋଇଥିଲା ଏବଂ ବିଜେପି ଏଠାରେ ବିଜୟୀ ହୋଇଥିଲା । ତେବେ ଭବାନୀ ଭୋଇ କେନ୍ଦ୍ର ସରକାରଙ୍କ ଉନ୍ନତି ଏବଂ ବିକାଶକୁ ନେଇ ନିର୍ବାଚନ ଲଢ଼ିବେ ବୋଲି କହିଥିବା ବେଳେ ତାଙ୍କ ପ୍ରାର୍ଥୀତ୍ବ ଉପରେ ଆସ୍ଥା ପ୍ରକଟ କରି କେନ୍ଦ୍ର ସରକାରଙ୍କ ଉନ୍ନତି ଓ ବିକାଶ ମୂଳକ ପଦକ୍ଷେପ ଉପରେ ଗୁରୁତ୍ବ ଦେବାକୁ ସଙ୍କଳ୍ପ ନେଇଛନ୍ତି ।ଏବଂ ଟିକେଟ ମିଳିଥିବାରୁ ଖୁସି ଥିବା ସହ ଦଳର ବରିଷ୍ଠ ନେତାଙ୍କ ଧନ୍ୟବାଦ ଅର୍ପଣ କରିଛନ୍ତି । ଏଥର ମଧ୍ୟ ଗତଥର ଭଳି ତଳସରା ଆସନକୁ ବିଜେପି ହିଁ ଜିତିବ ବୋଲି ପ୍ରତିକ୍ରିୟା ଦେଇଛନ୍ତି ।

ଅନ୍ୟପକ୍ଷରେ ହକି ତାରକା ପ୍ରବୋଧ ତିର୍କୀ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିବା ସହ ଏଥର ତଳସରାରେ କଂଗ୍ରେସ ବିପୁଳ ଭୋଟରେ ଜୟଯୁକ୍ତ ହେବ ବୋଲି ଦୃଢୋକ୍ତି ପ୍ରକାଶ କରିଛନ୍ତି । କଂଗ୍ରେସ ଏଥର କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାର ଜନ ସାଧାରଣଙ୍କ ପ୍ରତି କରୁଥିବା ଅବହେଳାକୁ ଏବଂ ଦୁର୍ନୀତିକୁ ନେଇ ଲଢ଼ିବ ବୋଲି ସେ କହିଛନ୍ତି ।


ଏହା ମଧ୍ୟ ପଢନ୍ତୁ......ନବୀନ ହିଁ ହେବା ଦରକାର ବିଜେଡିର ଷ୍ଟାର ପ୍ରଚାରକ: ରାଜନୀତି ସମୀକ୍ଷକ - Star Campaigner Of BJD

ତେବେ ବିଜେଡି ଏହି ନିର୍ବାଚନ ମଣ୍ଡଳୀରେ ଆଜି ପର୍ଯ୍ୟନ୍ତ କେବେ ବିଜୟୀ ହୋଇନାହିଁ । ଏଥର ପ୍ରଥମ ଥର ଏହି କଂଗ୍ରେସ ଗଡ଼କୁ ଦଖଲ କରିବା ପାଇଁ ଦଳ ଉଦ୍ୟମ ଜାରି ରଖିଛି । ରାଜ୍ୟ ସରକାରଙ୍କ ଜନ କଲ୍ୟାଣକାରୀ ଯୋଜନା ସହ କେନ୍ଦ୍ର ସରକାରଙ୍କ ରାଜ୍ୟ ପ୍ରତି ଅବହେଳା ଏବଂ କଂଗ୍ରେସର ଏହି ମଣ୍ଡଳୀରେ ଅପାରଗତାକୁ ନେଇ ଏଥର ବିଜେଡି ଏଠାରେ ଓହ୍ଲାଇଛି । ଏଠାରେ କେବଳ କଂଗ୍ରେସ ଦଳ 1974ରୁ 9 ଥର ଲେଖାଏଁ ବିଜୟୀ ହୋଇଛି । ଏଠାରେ କଂଗ୍ରେସ 1995 ରୁ 2019 ଯାଏ ନିରନ୍ତର ରହିଥିଲା କିନ୍ତୁ ଗତ ନିର୍ବାଚନରେ ପରାସ୍ତ ହୋଇଥିଲା ଦଳ । ତେବେ ଏଥର ତଳସରା ଆସନରେ କିଏ ହେଉଛି ବିଧାୟକ ଏବଂ କାହାକୁ ଚାହୁଁଛନ୍ତି ଲୋକେ, ତାହା ଦେଖିବା ବାକି ରହିଲା ।

ଇଟିଭି ଭାରତ, ସୁନ୍ଦରଗଡ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.