ETV Bharat / state

ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

author img

By ETV Bharat Odisha Team

Published : Jan 20, 2024, 9:03 PM IST

ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ବାର୍ଷିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା
ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ବାର୍ଷିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

Thailand Apple Ber Farming in Niali: କୋରୋନା କାଳରେ ବେରୋଜଗାର ହୋଇଯାଇଥିବା ସିଠାଳୋ ଗ୍ରାମର ସୂର୍ଯ୍ୟକାନ୍ତ ପାଢୀଙ୍କୁ ସ୍ବାବଲମ୍ବୀ କରିଛି ଥାଇଲାଣ୍ଡ ବରକୋଳି ଚାଷ । ୨ ପ୍ରକାର ବରକୋଳି ଚାଷ ଫଳରେ ବର୍ଷକୁ ହେଉଛି ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର । ଅଧିକ ପଢନ୍ତୁ

ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ବାର୍ଷିକ ୩ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା

ନିଆଳି: ଜମିରେ ଫଳିଛି ପେନ୍ଥା ପେନ୍ଥା ବିଦେଶୀ ବରକୋଳି । ଦେଖିବା ପାଇଁ ଯେମିତି ସୁନ୍ଦର ଖାଇବାକୁ ମଧ୍ୟ ଠିକ ସୁଆଦିଆ । ଏଭଳି ଫଳ ଚାଷ କରି ଆତ୍ମନିର୍ଭରଶୀଳ ହୋଇଛନ୍ତି କଟକ ଜିଲ୍ଲା ନିଆଳି ବ୍ଳକର ସିଠାଳୋ ଗ୍ରାମର ସୂର୍ଯ୍ୟକାନ୍ତ ପାଢୀ । ପେଶାରେ ରୋଷେୟା ଥିବା ସୂର୍ଯ୍ୟକାନ୍ତ କୋରନା ସମୟରେ ବେରୋଜଗାର ହୋଇଯାଇଥିଲେ । ଫଳରେ କିଛି ଉପାୟ ନ ପାଇ ସେ ଥାଇଲାଣ୍ଡ ବରକୋଳି ଚାଷ ପାଇଁ ମନ ବଳାଇଥିଲେ ।

ଏହା ମଧ୍ୟ ପଢନ୍ତୁ ... ଖୋର୍ଦ୍ଧା ମାଟିରେ ଥାଇଲ୍ୟାଣ୍ଡ କୋଳି, ଚାଷ କରି ମାଲାମାଲ ହେଉଛନ୍ତି ଦୁଇ ଭାଇ


କଲିକତାରୁ ଚାରା ମଗାଇ ନିଜ ଏକ ଏକର ଜମିରେ ପାଖାପାଖି ୩୦୦ ଶହ ବର କୋଳି ଗଛ ଲଗାଇଥିଲେ । ଯାହା ତାଙ୍କୁ ନିଜ ଗୋଡରେ ଛିଡା ହେବା ପାଇଁ ସାହାଯ୍ୟ କରିଥିଲା । ଏବେ ଗୋଟିଏ ଗୋଟିଏ ଗଛରେ ୩୦/୪୦ କିଲୋ ପର୍ଯ୍ୟନ୍ତ ବରକୋଳି ଫଳୁଛି । ଏଭଳି ମନଲୋଭା କୋଳିକୁ ଦେଖି ଗ୍ରାହକ ଏବଂ ବ୍ୟବସାୟୀ ବରକୋଳି ନେଇ ଯାଉଛନ୍ତି । କିଲୋ ୫୦ ଟଙ୍କାରୁ ଆରମ୍ଭ କରି ୧୦୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ଏହି ଥାଇଲାଣ୍ଡ ବରକୋଳି ।

ଏହା ମଧ୍ୟ ପଢନ୍ତୁ ... ଅନୁଗୋଳ ମାଟିରେ ଥାଇଲାଣ୍ଡ ବରକୋଳି; ବାର୍ଷିକ ଲକ୍ଷ ଲକ୍ଷ ଲାଭ, ଚାରା ଥରେ ଲାଗିଲେ ୮ବର୍ଷ ଫଳିବ


ଗୋଟିଏ ଏକରରେ ଏହି ବିଦେଶୀ ଥାଇଲାଣ୍ଡ ବରକୋଳି ପାଖାପାଖି ବର୍ଷକୁ ତିନି ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ରୋଜଗାର ଦେଉଛି ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ ପାଢୀ । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଥରେ ଚାଷ କଲେ ଦଶ ବର୍ଷ ପର୍ଯ୍ୟନ୍ତ ରୋଜଗାର ଦେଉଛି ଏହି ଥାଇଲାଣ୍ଡ ବରକୋଳି । କେବଳ ସାର, ଔଷଧ, ପାଣି ସାଙ୍ଗକୁ ବରକୋଳି ସଂଗ୍ରହ ପରେ ପରେ ଗଛ ଗୁଡିକୁ ମୂଳ ଠାରୁ କିଛି ଅଂଶକୁ ଛାଡି କାଟିବାକୁ ପଡିଥାଏ । ଏହି ବରକୋଳି ଚାଷ ଏକ ଲାଭ ଦାୟକ ଫସଲ ବୋଲି କହିଛନ୍ତି ସୂର୍ଯ୍ୟକାନ୍ତ । ଜାନୁଆରୀ ମାସରୁ ମାର୍ଚ୍ଚ ମାସ ଯାଏ ବରକୋଳି ସଂଗ୍ରହ ହୋଇଥାଏ । ଏଥିଲାଗି ବରକୋଳି ତୋଳିଆ ପାଇଁ ଶ୍ରମିକ ମଧ୍ୟ ନିୟୋଜିତ ହୋଇଥାନ୍ତି । ଆପୋଲ ବେରୀ ଏବଂ ବଲ ସୁନ୍ଦରୀ ବରକୋଳି ଦୁଇ ପ୍ରକାରର ଗଛ ଲଗାଇଛନ୍ତି ସୂର୍ଯ୍ୟକାନ୍ତ । ଆଗାମୀ ଦିନରେ କାଶ୍ମୀର ସୁନ୍ଦରୀ ବରକୋଳି ଚାଷ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି ସୂର୍ଯ୍ୟକାନ୍ତ ।

ଇଟିଭି ଭାରତ,ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.