ETV Bharat / state

ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ସାମାଜିକ ସଂଗଠନର ନିନ୍ଦା, ସୁରକ୍ଷା ଆଇନ ପ୍ରଣୟନ ଦାବି

author img

By ETV Bharat Odisha Team

Published : Feb 15, 2024, 2:14 PM IST

Updated : Feb 15, 2024, 3:39 PM IST

Etv Bharat
Etv Bharat

Journalist brutally attacked in Bhubaneswar: ରାଜଧାନୀରେ ସାମ୍ବାଦିକଙ୍କୁ ଆକ୍ରମଣ ଘଟଣାକୁ ନିନ୍ଦା । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବାକୁ ଦାବି କଲା ନିୟୁ ଥିଙ୍କିଙ୍ଗ ଫୋରମ । ଅଧିକ ପଢନ୍ତୁ,

Journalist Protection Act

ଖୋର୍ଦ୍ଧା: ରାଜଧାନୀରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ଆକ୍ରମଣ ଘଟଣାକୁ ତୀବ୍ର ନିନ୍ଦା କରିଛି ଖୋର୍ଦ୍ଧାର ଅଗ୍ରଣୀ ସ୍ଵେଚ୍ଛାସେବୀ ସଂଗଠନ ନିୟୁ ଥିଙ୍କିଙ୍ଗ ଫୋରମ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଦାବିପତ୍ର ପ୍ରଦାନ କରିଛନ୍ତି ଫୋରମ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି ।

ଫୋରମ ସଭାପତି ନରେନ୍ଦ୍ର କୁମାର ପୃଷ୍ଟି କହିଛନ୍ତି, ''ଗତ 10 ତାରିଖ ଦିନ ଗଣମାଧ୍ୟମ ପ୍ରତିନିଧି ଜ୍ୟୋତି ମହାପାତ୍ରଙ୍କୁ ଯେଉଁ ଆକ୍ରମଣ ହୋଇଥିଲା ତାହାକୁ ଆମେ ନିନ୍ଦା କରୁଛୁ । ଗଣମାଧ୍ୟମର ସୁରକ୍ଷା ପାଇଁ କୌଣସି ଆଇନ କାନୁନ ନାହିଁ । ରାଜ୍ୟରେ ସେବା ଯୋଗାଉ ଥିବା ରାଜନେତା, ବଡ଼ ବଡ଼ ସରକାରୀ କର୍ମଚାରୀ, ଡାକ୍ତରମାନଙ୍କ ପାଇଁ ସରକାର ସୁରକ୍ଷା ଯୋଗାଇ ଦେଉଥିବା ବେଳେ, ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ସୁରକ୍ଷା ଯୋଗାଇ ଦେବାର ଆବଶ୍ୟକତା ରହିଛି । ଏହା ସାମ୍ବାଦିକମାନଙ୍କ ହକ୍ । ସାମ୍ବାଦିକ ସୁରକ୍ଷା ଆଇନ ପ୍ରଣୟନ କରିବା ପାଇଁ ଆଜି ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଖୋର୍ଦ୍ଧା ଜିଲ୍ଲାପାଳଙ୍କ ଜରିଆରେ ଆମେ ଏକ ଦାବିପତ୍ର ପ୍ରଦାନ କରିଛୁ । ''

ଏହା ମଧ୍ୟ ପଢନ୍ତୁ-ସୀମା ଟପୁଛନ୍ତି ଅପରାଧି: ରାଜଧାନୀରେ ସାମ୍ବାଦିକଙ୍କୁ ହାଣିଲେ, ସରକାରଙ୍କୁ ଘେରିଲେ ବିରୋଧୀ

ସମାଜସେବୀ ବୃନ୍ଦାବନ ପଣ୍ଡା କହିଛନ୍ତି, ''ସାମ୍ବାଦିକମାନଙ୍କୁ ଯେଉଁ ଆକ୍ରମଣ ହେଉଛି ଏହା ଅତ୍ୟନ୍ତ ନିନ୍ଦନୀୟ ବିଷୟ । ଗଣମାଧ୍ୟମ ହେଉଛି ସମାଜର ଚତୁର୍ଥ ସ୍ତମ୍ଭ । ଏମାନେ ସମାଜରେ ଜାଗ୍ରତ ପ୍ରହରୀ ଭଳି କାମ କରନ୍ତି । ସରକାରଙ୍କର ବିଭିନ୍ନ ପ୍ରକାର କାର୍ଯ୍ୟକ୍ରମର ବାର୍ତ୍ତାକୁ ଲୋକମାନଙ୍କ ପାଖରେ ପହଞ୍ଚାଇବା ଓ ଅନ୍ୟ ପକ୍ଷରେ ଜନସାଧାରଣଙ୍କର ସୁବିଧା ଅସୁବିଧାକୁ ମଧ୍ୟ ସରକାରଙ୍କ ପାଖରେ ଉପସ୍ଥାପନ କରିବା ପାଇଁ ଏମାନେ ଅହରହ ସଂଗ୍ରାମ କରୁଛନ୍ତି । ଗଣମାଧ୍ୟମ ବିନା ସମାଜ ପିତୃମାତୃ ଶୂନ୍ୟ । ଗଣମାଧ୍ୟମ ପ୍ରତି ଅତ୍ୟାଚାର ସମାଜ ପ୍ରତି କୁଠାରଘାତ ସଦୃଶ ହୋଇଛି । ଏହାଦ୍ଵାରା ଦେଶ ତଥା ସମାଜର ବିକାଶରେ ବାଧାପ୍ରାପ୍ତ ହେବ । ତେଣୁ ସାମ୍ବାଦିକଙ୍କ ପାଇଁ ଏକ ସୁରକ୍ଷା ଆଇନ ପ୍ରଣୟନ କରାଯାଉ । ''

ଏହା ମଧ୍ୟ ପଢନ୍ତୁୃ-ମୋଦିଙ୍କ ବିରୋଧରେ ବିବାଦୀୟ ମନ୍ତବ୍ୟ; ସାମ୍ବାଦିକଙ୍କ କାର୍ ଭଙ୍ଗାରୁଜା କଲେ ବିଜେପି କର୍ମୀ

ଗତ 10 ତାରିଖରେ ଭୁବନେଶ୍ବରର ଭିଏସଏସ ନଗର ଅଞ୍ଚଳରେ ଜଣେ କର୍ତ୍ତବ୍ୟରତ ସାମ୍ବାଦିକଙ୍କୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ଫଳରେ ସାମ୍ବାଦିକଙ୍କ ମୁଣ୍ଡ ଓ ହାତରେ ଗଭୀର ଆଘାତ ଲାଗିଥିଲା । ଏହି ଘଟଣାରେ ପୋଲିସ 2ଜଣଙ୍କୁ ଗିରଫ କରିଛି ।

ଇଟିଭି ଭାରତ, ଖୋର୍ଦ୍ଧା

Last Updated :Feb 15, 2024, 3:39 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.