ETV Bharat / state

ଫିଲ୍ମ ଷ୍ଟାଇଲରେ ଆକ୍ରମଣ କରି ସୁନା ଗହଣା ଲୁଟିଲେ ଦୁବୃର୍ତ୍ତ - ROBBERY IN PIPILI

author img

By ETV Bharat Odisha Team

Published : Apr 7, 2024, 7:57 PM IST

Theft Case In Pipili: ଘରୁ ସୁନା ଗହଣା ଓ ଟଙ୍କା ଲୁଟି ନେଇ ଛୁ ମାରିଛନ୍ତି ଚୋର । ପ୍ରତିବାଦ କରିବାରୁ ପରିବାର ସସ୍ୟଙ୍କୁ କରିଛନ୍ତି ମରଣାନ୍ତର ଆକ୍ରମଣ । ଅଧିକ ପଢନ୍ତୁ

Theft Case In Pipili
Theft Case In Pipili

Theft Case In Pipili

ନିମାପଡ଼ା: ଫିଲ୍ମ ଷ୍ଟାଇଲରେ ଆସି ଲୁଟିନେଲେ ଦୁବୃର୍ତ୍ତ । ଆକ୍ରମଣ କରିବା ସହ ଘରୁ ସୁନା ଗହଣା ଓ ଟଙ୍କା ନେଇ ଛୁ ମାରିଛନ୍ତି ଚୋର । ଏପରିକି ପରିବାର ସଦସ୍ୟ ଏନେଇ ପ୍ରତିବାଦ କରିବାରୁ ସେମାନେ ଆକ୍ରମଣ କରିବାକୁ ମଧ୍ୟ ପଛାଇନାହାନ୍ତି । ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ବ୍ଲକ ସରସ୍ଵତୀପୁର ପଞ୍ଜାୟତ ଦକ୍ଷିଣ ସାହି ଖରିଜା ଗ୍ରାମରେ । ବିଳମ୍ବିତ ରାତି ଚୋରି ହୋଇଥିବା ଜଣାପଡ଼ିଛି । ୪/୫ବର୍ଷର ଶିଶୁ ପୁତ୍ରକୁ ମାରି ଦେବାର ଭୟ ଦେଖାଇ ଘରେ ଥିବା ସୁନା ରୂପା ଅଳଙ୍କାର ସହିତ ନଗଦ ପ୍ରାୟ ୧୫ ହଜାର ଟଙ୍କା ଲୁଟ୍ କରିଥିବା ନେଇ ଅଭିୟୋଗ ହୋଇଛି ।

ହୋମିଓପ୍ୟାଥିକ ଡାକ୍ତର ରବୀନ୍ଦ୍ର କୁମାର ମହାପାତ୍ର, ତାଙ୍କ ସ୍ତ୍ରୀ, ପୁଅ ଓ ବୋହୂଙ୍କୁ ଦୁର୍ବୃତ୍ତ ଆକ୍ରମଣ କରି ଫେରାର ହୋଇଯାଇଥିବା ନେଇ ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ, ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଘର ସମ୍ମୁଖରେ ଥିବା ଗ୍ରୀଲ ତାଲାକୁ କାଟି ଘରେ ପଶି ସମସ୍ତଙ୍କୁ ଭୟଭୀତ କରିଥିଲେ । ଲୁହା ରଡ଼ରେ ଆକ୍ରମଣ କରିବା ସହିତ ଶିଶୁ ପୁତ୍ରକୁ ଆକ୍ରମଣ କରିବାର ଧମକ ଦେଇ ଘରେ କଳାକନା ବୁଲାଇଥିଲେ । ଦୁର୍ବୃତ୍ତଙ୍କ ଆକ୍ରମଣରେ ଘର ମାଲିକ ରବୀନ୍ଦ୍ର କୁମାର ମହାପାତ୍ର, ପତ୍ନୀ ନିରୂପମା ମହାପାତ୍ର, ପୁଅ ଜଗଦୀଶ ମହାପାତ୍ର ଓ ବୋହୂ କଳ୍ପନା ମହାପାତ୍ର ଗୁରୁତର ହୋଇଛନ୍ତି । ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ସେମାନଙ୍କ ଚିକିତ୍ସା ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ...ବନ୍ଧୁକ ମୁନରେ ଲୁଟ୍, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର ଲୁଟି ନେଲେ ଦୁର୍ବୃତ୍ତ - Ornament Loot In Delanga
ଏହା ମଧ୍ୟ ପଢନ୍ତୁ...ଲୁଟେରାଙ୍କ 'ପାରାଲିସିସ୍ ମେଡିସିନ' ଫଣ୍ଡା, ନିଶା ଦେଇ ଲୁଟ୍ ଘଟଣାରେ ୨ ଗିରଫ - TWO LOOTERA ARRESTED

ସେପଟେ ଘଟଣା ସ୍ଥଳରେ ପିପିଲି ଏସଡିପିଓ, ବଳଙ୍ଗା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଛାନଭିନ କରିଛନ୍ତି । ପୋଲିସ ବିଭିନ୍ନ ସ୍ଥାନ ଚଢ଼ାଉ ଜାରି ରଖିଛି । ଖୁବଶୀଘ୍ର ଘରେ ଲୁଟ କରିଥିବା ବ୍ୟକ୍ତିଙ୍କୁ ଗିରଫ କରାଯିବ ବୋଲି ପିପିଲି ଏସଡିପିଓ କହିଛନ୍ତି । ଗତକିଛି ଦିନ ତଳେ ଡେଲାଙ୍ଗରେ ଦୁର୍ବୃତ୍ତମାନେ ୨୫ଲକ୍ଷ ଟଙ୍କାର ସୁନା ଅଳଙ୍କାର ଲୁଟ କରିଥିବା ଅଭିଯୋଗ ହୋଇଥିଲା । ହେଲେ ପୋଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରିନଥିବାବେଳେ ଦକ୍ଷିଣ ସାହିରେ ପୁଣି ଥରେ ଏଭଳି ଲୁଟ୍ ହେବା ଘଟଣା ପୋଲିସର ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.