ETV Bharat / state

ଲୁଟେରାଙ୍କ 'ପାରାଲିସିସ୍ ମେଡିସିନ' ଫଣ୍ଡା, ନିଶା ଦେଇ ଲୁଟ୍ ଘଟଣାରେ ୨ ଗିରଫ - TWO LOOTERA ARRESTED

author img

By ETV Bharat Odisha Team

Published : Mar 31, 2024, 10:27 PM IST

Two Lootera Arrested
Two Lootera Arrested

Two Lootera Arrested: ପାରାଲିସିସ ରୋଗୀଙ୍କ ପାଇଁ ବ୍ୟବହୃତ ମେଡିସିନ ଦେଇ ଲୁଟର ନୂଆ ତରିକା ଆପଣାଇଛନ୍ତି ଲୁଟେରା । ଯାହାର ପର୍ଦ୍ଦାଫାସ କରିବା ସହ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ

ଲୁଟେରାଙ୍କ 'ପାରାଲିସିସ୍ ମେଡିସିନ' ଫଣ୍ଡା, ନିଶା ଦେଇ ଲୁଟ୍ ଘଟଣାରେ ୨ ଗିରଫ

ଭୁବନେଶ୍ବର: ଲୁଟେରାଙ୍କ ନୂଆ ଫଣ୍ଡା । ଲୋକଙ୍କୁ ନିଶା ଦେବା ପାଇଁ ବ୍ୟବହାର କରୁଛନ୍ତି ପାରାଲିସିସ ରୋଗୀଙ୍କ ପାଇଁ ବ୍ୟବହୃତ ମେଡିସିନ । ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ୪୧ ହଜାର ଲୁଟ୍ ଘଟଣାର ପର୍ଦ୍ଦାଫାସ ହୋଇଛି । ଏହି ଦୁଇ ଲଟେରାଙ୍କ ଏମିତି କାରନାମାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏନେଇ ଜୋନ-୫ ଏସିପି ଗୌତମ କିଶାନ ସୂଚନା ଦେଇଛନ୍ତି । ଗତ ୨୨ ତାରିଖରେ ଶହୀଦନଗର ଥାନାରେ ଏନେଇ ଏକ ମାମଲା ହୋଇଥିଲା । ଗତ ୨୨ ତାରିଖରେ ଭୁବନେଶ୍ୱର ୟୁନିଟ-୧ ମାର୍କେଟକୁ ପରିବା ବିକ୍ରି ଆସିଥିବା କଟକ ତିଗିରିଆ ନରସିଂହପୁର ବ୍ୟବସାୟୀ ନରେଶ ସ୍ବାଇଁଙ୍କୁ କିଛି ଲୋକ ଆଚାର୍ଯ୍ୟବିହାରରୁ ଲିଫ୍ଟ ଦେଇଥିଲା । ଆଉ ତା'ପରେ ତାଙ୍କୁ ନିଶା ଦେଇ ୪୧ହଜାର ଟଙ୍କା ଲୁଟି ନେବା ପରେ ବ୍ୟବସାୟୀଙ୍କୁ ଅଚେତ ଅବସ୍ଥାରେ କଟକ ଜଗତପୁରରେ ଛାଡ଼ିଚାଲିଥିଲେ । ଏହି ମାମଲାରେ ବୁଦ୍ଧିଆ ଓରଫ ବୁଧିରାମ ସ୍ବାଇଁ ଓ ତାର ସହଯୋଗୀ ଗୁଡୁ ନାୟକ ଓରଫ ମୁନାକୁ ଗିରଫ କରାଯାଇଛି ।

ଜୋନ-୫ ଏସିପି ଗୌତମ କିସାନ କହିଛନ୍ତି, "ଅଭିଯୁକ୍ତମାନେ ଏହି ବ୍ୟବସାୟୀଙ୍କୁ ପ୍ରଥମେ ଲିଫ୍ଟ ଦେବା ବାହାନାରେ ଆଚାର୍ଯ୍ୟବିହାରରେ ଅଟୋରେ ବସାଇ ନେଇ ବାଟରେ ଥଣ୍ଡା ପାନୀୟରେ ନିଶା ବଟିକା ମିଶାଇ ଅଚେତ କରିଦେଇଥିଲେ । ଏହାପରେ ଟଙ୍କା ନେଇ କଟକ ଜଗତପୁରରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଦେଇଥିଲେ । ଏହି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ଅଟୋକୁ ଜବତ କରିଛି ପୋଲିସ । ପରେ ଲୁଟ ଟଙ୍କା ସହ ୨ଟି ମୋବାଇଲ ଓ କିଛି ନିଶା ବଟିକା ଜବତ କରାଯାଇଥିବା ଜଣାପଡ଼ିଛି । ପୋଲିସ ଯାଞ୍ଚବେଳେ ଜାଣିବାକୁ ପାଇଥିଲା ଯେ, ନିଶା ବଟିକା ଏକ ନିର୍ଦ୍ଦିଷ୍ଟ କମ୍ପାନୀର ରହିଛି । ଯାହାକି ପାରାଲିସିସ ରୋଗୀଙ୍କ କ୍ଷେତ୍ରରେ ବ୍ୟବହାର କରାଯାଏ । ଏସବୁ ମେଡିସିନ ସେମାନେ ବାଲେଶ୍ବର ଅଞ୍ଚଳରୁ କିଣିଛନ୍ତି ସେମାନେ ପୋଲିସକୁ କହିଛନ୍ତି ।" ଏହି ମେଡିସିନ ସେମାନେ ପ୍ରେସକ୍ରିସପସନ ବା ବିନା ପ୍ରେସକ୍ରିପସନରେ କିଣୁଥିଲେ ତାହାର ଯାଞ୍ଚ କରୁଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ...ମୁଙ୍ଗେର ବନ୍ଧୁକ ରାକେଟ୍ କିଙ୍ଗ ଗୋଲଡେନ ସିଂ ସମେତ ସହଯୋଗୀ ଗିରଫ - Arms Smuggler Golden Singh Arrested

ଏହି ଭଳି ନିଶା ଦେଇ ଲୁଟ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟ ଭଳି ଜନଗହଳି ସ୍ଥାନରେ ସେମାନେ ବୁଲୁଥିଲେ ବୋଲି କହିଛି ପୋଲିସ । ବିଶେଷ କରି ବୟସ୍କ ଲୋକ ତଥା ଧନୀ ଲୋକଙ୍କୁ ସେମାନେ ଟାର୍ଗେଟ କରୁଥିଲେ । ଲିଫ୍ଟ ଦେବା ବାହାନାରେ ଏଭଳି ପାରାଲିସିସ ରୋଗୀଙ୍କ ମେଡିସିନ ବ୍ୟବହାର କରି ଲୁଟ୍ କରୁଥିଲେ । ତେବେ ୨୦୨୨ରେ ବୁଦ୍ଧିଆ ନିଶା ଦେଇ ଲୁଟ ଘଟଣାରେ ଦୋଷୀ ସାବ୍ୟସ୍ତ ହୋଇଥିଲା । ଜେଲ ସଜ୍ଜା କାଟି ମୁକୁଳିବା ପରେ ପୁଣି ଏଭଳି ଲୁଟ ଆରମ୍ଭ କରିଛି । ପୂର୍ବରୁ ଏକ ଡକାୟତି ମାମଲାରେ ଗିରଫ ହୋଇଥିବା ଗୁଡୁ ନାୟକ ଓରଫ ମୁନା ମଧ୍ୟ ଅଟୋ କିଣି ଏଭଳି ନିଶା ଦେଇ ଲୁଟ୍ କରିବାରେ ସହଯୋଗ କରୁଥିଲା ବୋଲି ପୋଲିସ ଜାଣିବାକୁ ପାଇଛି । ଉଭୟଙ୍କ ନାଁରେ ଏକାଧିକ ଅପରାଧିକ ମାମଲା ରହିଛି ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.