ମୁଙ୍ଗେର ବନ୍ଧୁକ ରାକେଟ୍ କିଙ୍ଗ ଗୋଲଡେନ ସିଂ ସମେତ ସହଯୋଗୀ ଗିରଫ - arms smuggler golden singh arrested

By ETV Bharat Odisha Team

Published : Mar 24, 2024, 8:00 PM IST

thumbnail

Arms Smuggling: କଟକ: କମିଶନରେଟ ପୋଲିସକୁ ବଡ଼ ସଫଳତା । ଓଡିଶା-ବିହାର ବନ୍ଧୁକ ବ୍ୟବସାୟ ରାକେଟର ମାଷ୍ଟରମାଇଣ୍ଡ ଗୋଲଡେନ ସିଂକୁ ଗିରଫ କରିଛି ପୋଲିସ । ବିହାର ଏସଟିଏଫ ସହଯୋଗରେ କମିଶରେଟ ପୋଲିସର ସ୍ୱତନ୍ତ୍ର ଟିମ୍ ଅଭିଯୁକ୍ତକୁ ଗିରଫ କରିବାରେ ସକ୍ଷମ ହୋଇଛି । ଗୋଲଡେନକୁ ଏଥିରେ ସହଯୋଗ କରୁଥିବା କଟକ କେଶରପୁର ଅଞ୍ଚଳର ୱାସିମ ଖାନକୁ ମଧ୍ୟ ମଙ୍ଗଳାବାଗ ପୋଲିସ ଗିରଫ କରିଛି । ୱାସିମ ନିକଟରୁ ଗୋଟିଏ ବନ୍ଧୁକ ଓ ଗୋଲଡେନଠାରୁ ୨ଟି ବନ୍ଧୁକ  ଜବତ ହୋଇଛି।" ସେମାନଙ୍କୁ 3 ଦିନିଆ ରିମାଣ୍ଡରେ ଆଣିବା ପାଇଁ କୋର୍ଟରେ ଆବେଦନ କରାଯାଇଛି । ରିମାଣ୍ଡରେ ଆସିବା ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ" ବୋଲି ଡିସିପି କେ ବିଶାଲ ସିଂଙ୍କ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ...କୁଲଡିହା ଗୁଳିକାଣ୍ଡ ଘଟଣା; ଜଙ୍ଗଲରେ ବନ୍ଧୁକ ତିଆରି କାରଖାନା ଠାବ, ଅଭିଯୁକ୍ତ ଗିରଫ - Kuladiha Firing Case

ଗତ କିଛି ଦିନ ତଳେ ଜଗତପୁର ଅଞ୍ଚଳରେ ଏଟିଏମ ଭ୍ୟାନ ଲୁଟ୍ ଯୋଜନା ବେଳେ ପୋଲିସ ହାତରେ ଧରାପଡ଼ିଥିବା 4ଜଣ ଡକାୟତଙ୍କ ନିକଟରୁ 4ଟି ବନ୍ଧୁକ ଜବତ ହୋଇଥିଲା । ଏହି ବନ୍ଧୁକ ସେମାନେ ବିହାରର ମୁଙ୍ଗେରରୁ ଆଣି ଡକାୟତି କଲା ପରେ ବିକ୍ରି କରିବାକୁ ଯୋଜନା କରିଥିବା ପୋଲିସ ଜାଣିବାକୁ ପାଇଥିଲା । ସେମାନଙ୍କ ଠାରୁ ମିଳିଥିବା ତଥ୍ୟ ଆଧାରରେ ଡିସିପିଙ୍କ ନିର୍ଦ୍ଦେଶରେ ଏକ ସ୍ୱତନ୍ତ୍ର ଟିମ୍ ବିହାର ଯାଇଥିଲା । ଅଭିଯୁକ୍ତମାନଙ୍କ ବୟାନକୁ ଆଧାର କରି କଟକ ସମେତ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଥିବା ଡିସିପି କହିଛନ୍ତି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.