ETV Bharat / state

ପୁରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ - puri lok sabha

author img

By ETV Bharat Odisha Team

Published : May 6, 2024, 7:21 PM IST

PURI LOK SABHA: ପୁରୀ ସଂସଦୀୟ କ୍ଷେତ୍ର ପାଇଁ ଶେଷ ହେଇଛି ନାମାଙ୍କନ ସମୟସୀମା । ଆଜି ପୁରୀ ବିଧାନସଭା ଓ ଲୋକସଭା ଆସନ ପାଇଁ କଂଗ୍ରେସ ପ୍ରାର୍ଥୀ ନାମାଙ୍କନ ଭରିଛନ୍ତି । ସେପଟେ କଂଗ୍ରେସ ଟିକଟ କଟିଥିବା ସୁଜିତ୍ ସ୍ବାଧୀରୁ ଲଢିବେ । ଅଧିକ ପଢନ୍ତୁ

ରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ
ରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ (ETV BHARAT ODISHA)

ରୀ ସଂସଦୀୟ କ୍ଷେତ୍ର ପାଇଁ ନାମାଙ୍କନ ଭରିଲେ କଂଗ୍ରେସ ପ୍ରାର୍ଥୀ (ETV BHARAT ODISHA)

ପୁରୀ: ସଂସଦୀୟ କ୍ଷେତ୍ର ପାଇଁ ଆସି ଶେଷ ହେଇଛି ନାମାଙ୍କନ ପତ୍ର ଦାଖଲ ସମୟ । ଶେଷ ଦିବସରେ ପୁରୀ ବିଧାନସଭା ଓ ଲୋକସଭା ପାଇଁ କଂଗ୍ରେସ ପ୍ରାର୍ଥୀ ଆଜି ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ପକ୍ଷରୁ ଉମା ବଲ୍ଲଭ ରଥ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ଏବଂ ଲୋକସଭା ପାଇଁ ଜୟ ନାରାୟଣ ପଟ୍ଟନାୟକ ନାମାଙ୍କନ ଭରିଛନ୍ତି । ସେପଟେ ସ୍ବାଧୀନ ଭାବେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ପୂର୍ବରୁ କଂଗ୍ରେସ ଟିକଟ ପାଇଥିବା ସୁଜିତ୍ କୁମାର ମହାପାତ୍ର ।

ଉମା ନାମାଙ୍କନ ପତ୍ର ଦାଖଲ ପୂର୍ବରୁ ବଡ ଦାଣ୍ଡରେ ଏକ ଶୋଭାଯାତ୍ରାରେ ବାହାରି ପୁରୀ ଉପଜିଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ଶହ ଶହ ସମର୍ଥକଙ୍କ ସହ ଆସି ଉମା ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ । ପରେ ପ୍ରତିକ୍ରିୟା ଦେଇ କହିଛନ୍ତି,‘ ଏଥର ଲୋକମାନେ ନିର୍ବାଚନ ଲଢ଼ୁଛନ୍ତି । ସେ ନିମିତ୍ତ ମାତ୍ର । ତେବେ ପୁରୀ ସଦର ବିଧାନସଭା ନିର୍ବାଚନ ମଣ୍ଡଳୀରେ ଥିବା ବିଭିନ୍ନ ସମସ୍ୟାକୁ ନେଇ ସେ ନିର୍ବାଚନ ଲଢ଼ିବେ । ତେବେ ତାଙ୍କ ଉପରେ ଆକ୍ରମଣ ଘଟଣାରେ ସେ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ପୂର୍ବରୁ ପୁରୀରେ ଏଭଳି ସ୍ଥିତି କେବେ ଉପୁଜିନଥିଲା । ଏଭଳି କାର୍ଯ୍ୟ ନିନ୍ଦନୀୟ । ଏହାକୁ ଲୋକେ ଗ୍ରହଣ କରିବେ ନାହିଁ । ସେ ଲୋକଙ୍କ ସ୍ୱାର୍ଥ ପାଇଁ ଲଢେଇ କରିବେ ।’

ସେହିପରି ପୁରୀ ଲୋକସଭା ପାଇଁ କଂଗ୍ରେସ ପକ୍ଷରୁ ଜୟ ନାରାୟଣ ପଟ୍ଟନାୟକ ନିଜର ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଯେ, କଂଗ୍ରେସ ଦଳର ଗ୍ୟାରେଣ୍ଟି ସହିତ ବିଜେଡି ଓ ବିଜେପି ସରକାର ଦୁର୍ନୀତି, ଅନ୍ୟାୟ, ଅନୀତିକୁ ପ୍ରସଙ୍ଗ କରି କଂଗ୍ରେସ ନିର୍ବାଚନ ଲଢିବ । ଲୋକମାନେ ବିଜେପି ଓ ବିଜେଡ଼ି ସରକାର କାର୍ଯ୍ୟକଳାପକୁ ଅସନ୍ତୁଷ୍ଟ ଅଛନ୍ତି । ଏହାର ଫାଇଦା କଂଗ୍ରେସ ପାଇବ ।

ଏହା ମଧ୍ୟ ପଢନ୍ତୁ ....ପୁରୀରେ ନିର୍ବାଚନୀ ହିଂସା, କଂଗ୍ରେସ ପ୍ରାର୍ଥୀ ଉମାବଲ୍ଲଭ ରଥଙ୍କୁ ମରଣାନ୍ତକ ଆକ୍ରମଣ ! - Election Violence In Puri

ସେପଟେ ପୁରୀ ସଦର ବିଧାନସଭା ଆସନ ପାଇଁ କଂଗ୍ରେସ ଟିକଟ ପାଇଥିବା ସୁଜିତ୍ ମହାପାତ୍ରଙ୍କ ଟିକଟ କଟିବା ପରେ ସେ ସ୍ଵାଧୀନ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ସେ କହିଛନ୍ତି ଯେ, କଂଗ୍ରେସ ଦଳ ତାଙ୍କୁ ଧୋକା ଦେଇଛି । କିଛି ଶୀର୍ଷ ନେତା ଉମାଙ୍କ ଠାରୁ ଟଙ୍କା ନେଇ ଟିକଟ ଦେଇଛନ୍ତି । ସେ ଯେଉଁ ପ୍ରସଙ୍ଗ ନେଇ ନିର୍ବାଚନ ଲଢ଼ିବେ ବୋଲି ନିଷ୍ପତ୍ତି ନେଇଥିଲେ ସେହି ପ୍ରସଙ୍ଗ ନେଇ ସ୍ଵାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ିବେ ।

ତେବେ ସୁଜିତ୍ ଟିକଟ କଟିବା ପରେ ତାଙ୍କ ସମର୍ଥକ ଉମାଙ୍କୁ ଆକ୍ରମଣ କରିବା ନିନ୍ଦନୀୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ, ତାଙ୍କ ସମର୍ଥକ ଭାବ ପ୍ରବଣ ହୋଇ ଏଭଳି କାର୍ଯ୍ୟ କରିଛନ୍ତି । ସେଥିରେ ତାଙ୍କର କୌଣସି ଭୂମିକା ନାହିଁ । ତେବେ ତାଙ୍କର ନାମାଙ୍କନ କରାଇ ନ ଦେବାକୁ ପୋଲିସ ମଧ୍ୟ ଷଡ଼ଯନ୍ତ୍ର କରିଥଲା । ତାଙ୍କୁ ରାତି ସାରା କୁମ୍ଭାର ପଡ଼ା ଥାନାରେ ଅଟକ ରଖାଯାଇଥିଲା । ସେ କୋର୍ଟର ଆଶ୍ରୟ ନେବାକୁ କହିବାରୁ ପୋଲିସ ତାଙ୍କୁ ନାମାଙ୍କନ ପାଇଁ ଛାଡିଛି ।

ଇଟିଭି ଭାରତ,ପୁରୀ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.