ETV Bharat / state

ଉପାନ୍ତରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଲୋକେ ହନ୍ତସନ୍ତ

author img

By ETV Bharat Odisha Team

Published : Feb 29, 2024, 7:11 AM IST

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଲୋକେ ହନ୍ତସନ୍ତ
ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଲୋକେ ହନ୍ତସନ୍ତ

Health Care Disarray In Boudh:ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଲୋକେ । ବୌଦ୍ଧର ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ପରିଣତ କରିବା ପାଇଁ ଦାବି । ଅଧିକ ପଢନ୍ତୁ

ଉପାନ୍ତ ଅଞ୍ଚଳରେ ବିପର୍ଯ୍ୟସ୍ତ ସ୍ବାସ୍ଥ୍ୟ ସେବା, ଲୋକେ ହନ୍ତସନ୍ତ

ବୌଦ୍ଧ: ଉପାନ୍ତ ଅଞ୍ଚଳରେ ଅପହଞ୍ଚ ସ୍ବାସ୍ଥ୍ୟ ସେବା । ବୌଦ୍ଧ ଜିଲ୍ଲାର ବିଭିନ୍ନ ଉପାନ୍ତ ତଥା ଦୁର୍ଗମ ଅଞ୍ଚଳର ଅଧିବାସୀଙ୍କ ପାଇଁ ଆଜି ମଧ୍ୟ ସ୍ବାସ୍ଥ୍ୟ ସେବା ଏକ ପ୍ରକାର ବିପର୍ଯ୍ୟସ୍ତ ହୋଇପଡ଼ିଛି । ଏବେ ମଧ୍ୟ ଦୁର୍ଗମ ଅଞ୍ଚଳ ଗୁଡ଼ିକରେ ଗୁଣିଗାରେଡି, ତନ୍ତ୍ରମନ୍ତ୍ର ଉପରେ ନିର୍ଭରଶୀଳ । ତେବେ ଜିଲ୍ଲାର ଦୁଇଟି ଡାକ୍ତରଖାନା ଆମ ହସ୍ପିଟାଲରେ ରୂପାନ୍ତରିତ ହୋଇଥିବା ବେଳେ ଗତକାଲି ମଧ୍ୟ ଅନେକ ଅଞ୍ଚଳରେ ଉତ୍ତମ ସ୍ବାସ୍ଥ୍ୟ ସେବା ପାଇବାରୁ ବଞ୍ଚିତ ଲୋକେ ।

ଜିଲ୍ଲାର ତିନୋଟି ବ୍ଲକର ବିଭିନ୍ନ ପଞ୍ଚାୟତରେ ସ୍ବାସ୍ଥ୍ୟ ସେବା ଏକପ୍ରକାର ବିପର୍ଯ୍ୟସ୍ତ ହୋଇପଡିଥିବା ଅଭିଯୋଗ ହୋଇଛି । ବୌଦ୍ଧର ମୁଖ୍ୟ ଚିକିତ୍ସାଳୟ ସହିତ କଣ୍ଟାମାଳ, ମନମୁଣ୍ଡା, ବାଉଶୁଣୀ, ପୁରୁଣା କଟକ ଓ ଆଢେଣୀଗଡ଼ ଠାରେ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ସ୍ଥାପନ କରାଯାଇଛି । ତେବେ ଆଶ୍ଚର୍ଯ୍ୟର କଥା କେବଳ ବୌଦ୍ଧ ଡ଼ାକ୍ତରଖାନାକୁ ଛାଡ଼ି ଦେଲେ ଅନ୍ୟ କୌଣସି ସ୍ବାସ୍ଥ୍ୟ କେନ୍ଦ୍ରରେ ବିଶେଷଜ୍ଞ ଡାକ୍ତର ନଥିବା ଅଭିଯୋଗ ହୋଇଛି । ଫଳରେ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେପଟେ ବିଭିନ୍ନ ଦୁର୍ଗମ ଅଞ୍ଚଳକୁ ଯୋଗାଯୋଗ ସମସ୍ୟା ହେତୁ ସେସବୁ ଅଞ୍ଚଳରେ ଆମ୍ବୁଲାନ୍ସ ସେବା ଅପହଞ୍ଚ ହୋଇ ରହିଛି ।

ଅନ୍ୟପଟେ ଗତ ସୋମବାର ଦିନ ରାଜ୍ୟ ସରକାର ଜିଲ୍ଲା ସଦର ମୁଖ୍ୟ ଡାକ୍ତରଖାନା ଓ କଣ୍ଟାମାଳ ଡାକ୍ତରଖାନାକୁ ଆମ ହସ୍ପିଟାଲରେ ରୂପାନ୍ତରିତ କରିଛନ୍ତି । କିନ୍ତୁ ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଆବଶ୍ୟକ ଥିବା ଡାକ୍ତର, କର୍ମଚାରୀଙ୍କ ଯଥେଷ୍ଟ ଆବଶ୍ୟକତା ରହିଛି । ସେହିପରି ହରଭଙ୍ଗା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପରିଣତ ପାଇଁ ବାରମ୍ବାର ଅଞ୍ଚଳର ଲୋକମାନେ ଦାବି କରୁଛନ୍ତି । ହେଲେ ରାଜ୍ୟ ସରକାର ହରଭଙ୍ଗାବାସୀଙ୍କ ଦାବିକୁ ଆଣ ଦେଖା କରୁଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ .....ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ; ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ, ଗଡ଼ିଲା ସିଟି ବସ

ଏହା ମଧ୍ୟ ପଢନ୍ତୁ....ରୋଗୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା, ୧୫ ଜିଲ୍ଲାରେ ଲୋକାର୍ପିତ ହେଲା ୬୭ ଆମ ହସ୍ପିଟାଲ

ସେପଟେ ଉପାନ୍ତ ମହାଲିକପଡା ପଞ୍ଚାୟତର ଖୋଦ ନାଏବ ସରପଞ୍ଚଙ୍କ ସ୍ବାମୀ ଦୀର୍ଘ ଦିନ ହେଲା ରୋଗାକ୍ରାନ୍ତ ହୋଇ ରହିଥିଲେ ମଧ୍ୟ ତାଙ୍କୁ ସଠିକ ସ୍ବାସ୍ଥ୍ୟ ସେବା ମିଳୁନଥିବା ଅଭିଯୋଗ କରିଛନ୍ତି । ଏନେଇ ବୈଦ୍ଧ ଜିଲ୍ଲା ପ୍ରଶାସନ ସ୍ବତନ୍ତ୍ର ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ ପାଇଁ ଅନୁରୋଧ କରିଛନ୍ତି ।

ଇଟିଭି ଭାରତ,ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.