ETV Bharat / state

ମନ୍ମଥ-ମନୋଜ ସ୍ମୃତି ପୀଠ ଉଦଘାଟିତ; ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ, ଗଡ଼ିଲା ସିଟି ବସ

author img

By ETV Bharat Odisha Team

Published : Feb 28, 2024, 2:12 PM IST

Updated : Feb 28, 2024, 5:06 PM IST

City Bus Service Started in Balasore: ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗଡ଼ିଲା ସିଟି ବସ । ଅଧିକ ପଢନ୍ତୁ

ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ
ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ

ବାଲେଶ୍ଵରରେ ୨୨୦୦ କୋଟିର ପ୍ରକଳ୍ପ ଶୁଭାରମ୍ଭ

ଭୁବନେଶ୍ବର/ବାଲେଶ୍ବର: ନିର୍ବାଚନ ପୂର୍ବରୁ ବାଲେଶ୍ବରକୁ ନବୀନଙ୍କ ଭେଟି । ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହିତ ମହାନ ବରପୁତ୍ର ମନ୍ମଥ ଦାସ ଓ ମନୋଜ ଦାସଙ୍କ ସ୍ମୃତି ପୀଠର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ସେହିପରି ସେ ବାଲେଶ୍ୱର ସହରରେ ସିଟି ବସ ସେବା ଆରମ୍ଭ କରିଛନ୍ତି ।

ଉଭୟ ମନ୍ମଥ ଦାସ ଓ ମନୋଜ ଦାସଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ କହିଛନ୍ତି, "ସେମାନଙ୍କର ପ୍ରତିଭା ଓ ଜ୍ଞାନ ବଳରେ ସେମାନେ ସାରା ଦେଶକୁ ଗର୍ବିତ କରିଛନ୍ତି । ଇତିହାସ ଓ ସାହିତ୍ୟ କ୍ଷେତ୍ରରେ ସେମାନଙ୍କ ଅବଦାନ ସେମାନଙ୍କୁ ଅମର କରି ରଖିଛି । ଏହି ସ୍ମୃତି ପୀଠ ପ୍ରତିଷ୍ଠାରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସମ୍ପୂର୍ଣ୍ଣ ସହଯୋଗ କରିଛନ୍ତି । ତେଣୁ ସମସ୍ତଙ୍କୁ ମୁୁଁ ଧନ୍ୟବାଦ ଜଣାଉଛି। "

ମୁଖ୍ୟମନ୍ତ୍ରୀ ନୀଳଗିରିର ଜନଜାତି ଭାଇଭଉଣୀଙ୍କ ପାଇଁ ଲାଭ ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହା ଦ୍ୱାରା ସେମାନେ ଲଘୁ ବନଜାତ ଦ୍ରବ୍ୟ ଉପରେ ଗୋଷ୍ଠୀଗତ ଜଙ୍ଗଲ ଅଧିକାର ପାଇଲେ । ଏହା ସହିତ ରେମୁଣା ବିଜ୍ଞାପିତ ଅଞ୍ଚଳ ପରିଷଦର ବସ୍ତି ଲୋକଙ୍କୁ ଜାଗା ମିଶନରେ ଜମି ଅଧିକାର ପ୍ରମାଣପତ୍ର ମଧ୍ୟ ପ୍ରଦାନ କରାଯାଇଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, 5T ଅଧ୍ୟକ୍ଷଙ୍କ ଜିଲ୍ଲା ଗସ୍ତ ସମୟରେ ବାଲେଶ୍ୱରର ଲୋକମାନେ ଯେଉଁ ପ୍ରସ୍ତାବ ଦେଇଥିଲେ । ତାକୁ ଭିତ୍ତିକରି ସେ ଆଜି ଜିଲ୍ଲାରେ ୨୨୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଏହି ଅବସରରେ ବାଲେଶ୍ୱର ସହର ପାଇଁ ସିଟି ବସ ସେବାର ମଧ୍ୟ ସେ ଶୁଭାରମ୍ଭ କରିଛନ୍ତି ।



5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମକୁ ସଂଯୋଜନା କରିଛନ୍ତି । କାର୍ଯ୍ୟକ୍ରମରେ ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ଯୋଗ ଦେଇଛନ୍ତି । ଏନେଇ ପାଣ୍ଡିଆନ କହିଛନ୍ତି, "ଆଜି ବାଲେଶ୍ୱରବାସୀଙ୍କ ପାଇଁ ଐତିହାସିକ ଦିନ । ଏ ମାଟିର ଦୁଇ ବରପୁତ୍ରଙ୍କର ସ୍ମୃତି ରକ୍ଷା ପାଇଁ ରାଜ୍ୟସରକାରଙ୍କ ପ୍ରତିବଦ୍ଧତା ଆଜି ବାଲେଶ୍ୱରବାସୀଙ୍କୁ ଉତ୍ସାହିତ କରିଛି । ଭୁବନେଶ୍ୱର ଏବଂ ପୁଡୁଚେରୀରୁ ସଂଗୃହିତ ହୋଇଛି ଏହି ଦୁଇ ବରପୁତ୍ରଙ୍କ ବ୍ୟବହୃତ ସାମଗ୍ରୀ । ଆଗାମୀ ଦିନରେ ଏହା ବହୁ ସାହିତ୍ୟିକ, ଗବେଷକଙ୍କ ପାଇଁ ଏକ ଆକର୍ଷଣୀୟ ପୀଠ ହେବ ।" କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ନାରାୟଣ ପ୍ରଧାନ ସ୍ୱାଗତ ଭାଷଣ ଦେଇଛନ୍ତି । ବିଧାୟକ ସ୍ୱରୂପ କୁମାର ଦାସ ଏବଂ ବିଧାୟକ ଅନନ୍ତ ଦାସ କହିଛନ୍ତି ଯେ, ଆମ ମାଟିର ଏହି ଦୁଇ କୃତୀ ସନ୍ତାନଙ୍କ ସମ୍ମାନାର୍ଥେ ମୁଖ୍ୟମନ୍ତ୍ରୀଙ୍କ ଏହି ପ୍ରୟାସ ପାଇଁ ବାଲେଶ୍ୱରବାସୀ ବହୁତ ଖୁସି । ବାଲେଶ୍ୱର ଜିଲ୍ଲାର ବିକାଶ ଦାୟିତ୍ୱ ମୁଖ୍ୟମନ୍ତ୍ରୀ ହାତକୁ ନେଇ ଏକ ବିକାଶଶୀଳ ଜିଲ୍ଲା ଭାବେ ଏହାକୁ ପରିଣତ କରିଛନ୍ତି ।

କାର୍ଯ୍ୟକ୍ରମରେ ମନ୍ମଥ ଦାସ ଓ ମନୋଜ ଦାସଙ୍କ ପରିବାର ସଦସ୍ୟା ରଞ୍ଜିତା ଦାସ କହିଛନ୍ତି, "ବାଲେଶ୍ୱର ମାଟିର ଏହି ଦୁଇ ସୁଯୋଗ୍ୟ ସନ୍ତାନଙ୍କ ସ୍ମୃତି ରକ୍ଷା ଉଦ୍ଦେଶ୍ୟରେ ମୁଖ୍ୟମନ୍ତ୍ରୀଙ୍କ ଏହି ପଦକ୍ଷେପ ପାଇଁ ଆମେ ପରିବାର ସଦସ୍ୟ ତାଙ୍କ ପାଖରେ କୃତଜ୍ଞ । ରାଜ୍ୟ ସରକାରଙ୍କ ୧୬ କୋଟି ଟଙ୍କା ଏଥିରେ ବିନିଯୋଗ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଏବଂ 5T ଅଧ୍ୟକ୍ଷଙ୍କୁ ଅଶେଷ ଧନ୍ୟବାଦ ।"

ଇଟିଭି ଭାରତ, ଭୁବନେଶ୍ବର/ ବାଲେଶ୍ବର

Last Updated :Feb 28, 2024, 5:06 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.