ETV Bharat / state

ରୋଗୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା, ୧୫ ଜିଲ୍ଲାରେ ଲୋକାର୍ପିତ ହେଲା ୬୭ ଆମ ହସ୍ପିଟାଲ

author img

By ETV Bharat Odisha Team

Published : Feb 26, 2024, 5:57 PM IST

Updated : Feb 26, 2024, 6:24 PM IST

AMA Hospital Inauguration: ରାଜ୍ୟର ୧୫ଟି ଜିଲ୍ଲାର ୬୭ଟି ସରକାରୀ ଚିକିତ୍ସାଳୟର ଆମ ହସ୍ପିଟାଲ ମାଧ୍ୟମରେ ରୂପାନ୍ତରଣ କରାଯାଇଛି । ସୁବର୍ଣ୍ଣପୁରର ୩୦୦ ଶଯ୍ୟାବିଶିଷ୍ଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ଝାରସୁଗୁଡ଼ାର ୧୦୦ ଶଯ୍ୟା ବିଶିଷ୍ଟ ବିଏମଆରସି ହୃଦରୋଗ ଚିକିତ୍ସାଳୟର ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

AMA Hospital Scheme
AMA Hospital Scheme

ରୋଗୀଙ୍କୁ ମିଳିବ ଉତ୍ତମ ସ୍ବାସ୍ଥ୍ୟସେବା, ୧୫ ଜିଲ୍ଲାରେ ଲୋକାର୍ପିତ ହେଲା ୬୭ ଆମ ହସ୍ପିଟାଲ

ଭୁବନେଶ୍ବର: ରାଜ୍ୟରେ ୧୫ଟି ଜିଲ୍ଲାରେ ଆଉ ୬୭ଟି ଆମ ହସ୍ପିଟାଲର ଲୋକାର୍ପଣ ହୋଇଛି । ମୁଖ୍ୟମନ୍ତ୍ରୀ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଲୋକାର୍ପଣ କରିଛନ୍ତି । ଆମ ହସ୍ପିଟାଲର ପ୍ରଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୩ ଆମ ହସ୍ପିଟାଲ ଲୋକାର୍ପଣ କରାଯାଇଥିଲା । ରାଜ୍ୟରେ ପର୍ଯ୍ୟାୟ କ୍ରମେ ଆମ ହସ୍ପିଟାଲ ଅଧୀନରେ ଥିବା ଚିକିତ୍ସାଳୟଗୁଡ଼ିକର ରୁପାନ୍ତାରିକରଣ କରାଯାଉଛି । ଏହାରି ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଅନେକ ହସ୍ପିଟାଲଗୁଡ଼ିକ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ହୋଇସାରିଛି । ତେବେ ଦ୍ଵିତୀୟ ପର୍ଯ୍ୟାୟରେ ୧ ଟି ଜିଲ୍ଲାରେ ୬ ଟି ସ୍ବାସ୍ଥ୍ୟ କେନ୍ଦ୍ରର ଆମ ହସ୍ପିଟାଲର ମୌଳିକ ସେବାର ସୁଦୃଢୀକରଣ କରାଯାଇଛି । ଏହାଦ୍ଵାରା ଲୋକମାନେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସୁବିଧା ପାଇପାରିବେ। ସୁସ୍ଥ ଓଡିଶା ସୁଖୀ ଓଡିଶାକୁ ଆଗକୁ ନେଇବାରେ ଅନେକ ସାହାଯ୍ୟ କରିବ ଆମ ହସ୍ପିଟାଲ ।


ଆଜି ଉମରକୋଟର ସବ୍-ଡିଭିଜନାଲ ହସ୍ପିଟାଲରେ ନୂତନ ଡାୟଲିସିସ୍ କେନ୍ଦ୍ରର ଉଦଘାଟନ କରାଯାଇଥିବା ବେଳେ ସୁବର୍ଣ୍ଣପୁରର ନୂତନ ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲର ଉଦଘାଟନ କରାଯାଇଛି । ସେହିଭଳି ୧୦୦ ଶଯ୍ୟା ବିଶିଷ୍ଟ BMRC ଝାରସୁଗୁଡ଼ା କାର୍ଡିଆକ୍ କେୟାର ହସ୍ପିଟାଲ, ବଲାଙ୍ଗୀରର BB-MCHର ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ, ବାରିପଦାର PRM-MCHର ୬୫୦ ଶଯ୍ୟା ବିଶିଷ୍ଟ ଟିଚିଂ ହସ୍ପିଟାଲ ଉଦଘାଟନ କରାଯାଇଛି । ଏହାସହ ବାଲେଶ୍ବରର FM-MCHର ୬୫୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସ୍ପିଟାଲ, କେନ୍ଦୁଝରର DD-MCHର ୫୦୦ ଶଯ୍ୟା ବିଶିଷ୍ଟ ଶିକ୍ଷାଦାନ ହସ୍ପିଟାଲ, ୫୦୦ ଶଯ୍ୟା ବିଶିଷ୍ଟ ସୁନ୍ଦରଗଡ MCH ଟିଚିଙ୍ଗ ହସ୍ପିଟାଲ ଆଦି ରହିଛି ।

ଅନ୍ୟପଟେ ବେଗୁନିଆର ସବ-ଡିଭିଜନାଲ ହସ୍ପିଟାଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ଭାବରେ କଟକର AHPGICର ୯୦୦ କୋଟି ଟଙ୍କାର ହସ୍ପିଟାଲ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି । ସେହିପରି ଭାବରେ ବ୍ରହ୍ମପୁର MKCG MCHର ୯୫୦ କୋଟି ଟଙ୍କାର ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ବୁର୍ଲା ଭୀମସାର ୯୫୦ କୋଟି ଟଙ୍କାର ହସ୍ପିଟାଲର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ । ସେହିଭଳି ଭାବରେ ରାଉରକେଲା RGH ୬୬୦ କୋଟି ଟଙ୍କାରେ ହସ୍ପିଟାଲର ବିସ୍ତାର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରାଯାଇଛି ।

ଏହା ବି ପଢନ୍ତୁ- ସ୍ବାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ, ସୋମବାର ୨୫ ଜିଲ୍ଲାର ୬୭ଟି ରୂପାନ୍ତରଣ ହସ୍ପିଟାଲର ଲୋକାର୍ପଣ

ତେବେ ଦ୍ଵିତୀୟ ପାର୍ଯ୍ୟୟରେ ୧୫ଟି ଜିଲ୍ଲାରେ ୬୭ ଟି ଆମ ହସ୍ପିଟାଲର ଉଦଘାଟନ କରାଯାଇଛି । ସେଗୁଡିକ ହେଲା ଅନୁଗୋଳ ଜିଲ୍ଲାରେ ୬ଟି ହସ୍ପିଟାଲ ରହିଥିବା ବେଳେ ବଲାଙ୍ଗୀରରେ ୫ଟି ହସ୍ପିଟାଲ ସାମିଲ ହୋଇଛି । ସେହିଭଳି ଭାବରେ ଦେବଗଡ଼ରେ ୧ ହସ୍ପିଟାଲ, ସୁବର୍ଣ୍ଣପୁରରେ ୨ଟି ହସ୍ପିଟାଲ, ବାଲେଶ୍ଵରରେ ୮ଟି ହସ୍ପିଟାଲ ରହିଥିବା ବେଳେ ଭଦ୍ରକରେ ୪ ହସ୍ପିଟାଲ, କଟକରେ ୮ଟି ହସ୍ପିଟାଲ, ଯାଜପୁରରେ ୫ ହସ୍ପିଟାଲ, ନୟାଗଡ଼ରେ ୩ ହସ୍ପିଟାଲ, ପୁରୀରେ ୫ ହସ୍ପିଟାଲ, ଖୋର୍ଦ୍ଧାର ୭ଟି ହସ୍ପିଟାଲ ରହିଥିବା ବେଳେ ଭୁବନେଶ୍ବରରେ ରହିଛି ୪ଟି ହସ୍ପିଟାଲ ରହିଛି । ସେହିଭଳି ଭାବରେ ବୌଦ୍ଧରେ ୨ଟି ହସ୍ପିଟାଲ ରହିଥିବା ବେଳେ କୋରାପୁଟରେ ୪, ନବରଙ୍ଗପୁରରେ ୩ ହସ୍ପିଟାଲ ରହିଥିବା ବେଳେ ଗଜପତିରେ ୨ଟି ହସ୍ପିଟାଲର ହୋଇଛି ରୂପାନ୍ତରୀକରଣ ।



ସେହିପରି ମାର୍ଚ୍ଚ ଦୁଇ ତାରିଖରେ ବି ସ୍ୱାସ୍ଥ୍ୟକ୍ଷେତ୍ରକୁ ମିଳିବ ସଞ୍ଜିବନୀ । ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ଉଦଘାଟନ କରିବେ । ସେହିପରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ମିଳବ ୫୦୦ ଶଯ୍ୟା । ଏଥିସହ ନୂଆ ମେଡିକାଲ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ, ୯୦୦ କୋଟି ଟଙ୍କା ବ୍ୟୟରେ କଟକର AHPGIC, ୯୫୦ କୋଟିରେ ବ୍ରହ୍ମପୁର MKCG, ୯୫୦ କୋଟିରେ ବୁର୍ଲା ଭୀମସାର, ୬୬୦ କୋଟିରେ RGH ରାଉରକେଲାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 26, 2024, 6:24 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.