ETV Bharat / state

ସ୍ବାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ, ସୋମବାର ୨୫ ଜିଲ୍ଲାର ୬୭ଟି ରୂପାନ୍ତରଣ ହସ୍ପିଟାଲର ଲୋକାର୍ପଣ

author img

By ETV Bharat Odisha Team

Published : Feb 24, 2024, 7:18 PM IST

Ama Hospital Inauguration: ଫୋକସରେ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶା । ଆସନ୍ତା ସୋମବାର ରାଜ୍ୟରେ ଲୋକାର୍ପଣ ହେବ ୧୫ଟି ଜିଲ୍ଲାରେ ଆଉ ୬୭ଟି ଆମ ହସ୍ପିଟାଲ । ଅଧିକ ପଢନ୍ତୁ

Ama Hospital Inauguration
Ama Hospital Inauguration

ସ୍ବାସ୍ଥ୍ୟ କ୍ଷେତ୍ରରେ ସଞ୍ଜିବନୀ

ଭୁବନେଶ୍ବର: ଆସନ୍ତା ସୋମବାର ରାଜ୍ୟରେ ଲୋକାର୍ପଣ ହେବ ୧୫ଟି ଜିଲ୍ଲାରେ ଆଉ ୬୭ଟି ଆମ ହସ୍ପିଟାଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ରୂପାନ୍ତରିତ ହସ୍ପିଟାଲର ଲୋକାର୍ପଣ କରିବେ । ଆମ ହସ୍ପିଟାଲର ପ୍ରଥମ ପର୍ଯ୍ୟାୟରେ ୭୩ ଆମ ହସ୍ପିଟାଲ ଲୋକାର୍ପଣ କରାଯାଇଥିଲା । ତେବେ ଏହା ଦ୍ବାରା ରୋଗୀମାନେ ସ୍ବାସ୍ଥ୍ୟ କ୍ଷେତ୍ରରେ ମୌଳିକ ଓ ଉତ୍ତମ ସୁବିଧା ପାଇପାରିବେ । ଆମ ହସ୍ପିଟାଲ ସୁସ୍ଥ ଓଡ଼ିଶା ସୁଖୀ ଓଡ଼ିଶାକୁ ଆଗକୁ ନେବାରେ ସାହାଯ୍ୟ କରିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ଏନେଇ ସ୍ବାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି, "ରାଜ୍ୟରେ ପର୍ଯ୍ୟାୟ କ୍ରମେ ଆମ ହସ୍ପିଟାଲ ଅଧୀନରେ ଥିବା ଚିକିତ୍ସାଳୟଗୁଡ଼ିକର ରୂପାନ୍ତରୀକରଣ କରାଯାଉଛି । ଏହା ମଧ୍ୟରେ ପ୍ରଥମ ପର୍ଯ୍ୟାୟରେ ଅନେକ ହସ୍ପିଟାଲଗୁଡ଼ିକ କାର୍ଯ୍ୟ ଶେଷ ହୋଇ ଲୋକାର୍ପଣ ହୋଇସାରିଛି । ତେବେ ଏହାର ଦ୍ଵିତୀୟ ପର୍ଯ୍ୟାୟରେ ୬୭ଟି ସ୍ବାସ୍ଥ୍ୟକେନ୍ଦ୍ରର ଆମ ହସ୍ପିଟାଲର ମୌଳିକ ସେବାର ସୁଦୃଢୀକରଣ କରାଯାଇଛି । ଯାହା ଆସନ୍ତା ୨୬ ତାରିଖ ଅର୍ଥାତ ସୋମବାର ଦିନ ମୁଖ୍ୟମନ୍ତ୍ରୀ ରାଜ୍ୟରେ ଆଉ ୧୫ଟି ଜିଲ୍ଲାର ୬୭ଟି ଆମ ହସ୍ପିଟାଲର ଲୋକାର୍ପଣ କରାଯିବ । ପର୍ଥମ ପର୍ଯ୍ୟାୟରେ ୧୫ଟି ଜିଲ୍ଲାର ୭୩ଟି ହସ୍ପିଟାଲକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ । ଏହା ସହ ସୁବର୍ଣ୍ଣପୁର ୩୦୦ ଶଯ୍ୟା ବିଶିଷ୍ଟ ନୂତନ ଚିକିତ୍ସାଳୟକୁ ଲୋକାର୍ପଣ କରାଯିବ । ଏହା ଦ୍ଵାରା ଲୋକମାନେ ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଅନେକ ସୁବିଧା ପାଇପାରିବେ ।"

ଏହା ବି ପଢନ୍ତୁ- ଆମ ହସ୍ପିଟାଲ: ଦ୍ଵିତୀୟ ପର୍ଯ୍ୟାୟରେ ରୂପାନ୍ତରଣ ହେବ ଆଉ 65 ହସ୍ପିଟାଲ

ଏପଟେ କ୍ୟାପିଟାଲ ହସ୍ପିଟାଲର ଅଧିକ୍ଷକ ଦିଲ୍ଲୀପ କୁମାର ପଣ୍ଡା କହିଛନ୍ତି, " ଆମ ହସ୍ପିଟାଲ ଅଧିନର ଥିବା କ୍ୟାପିଟାଲ ହସ୍ପିଟାଲ ଅନେକ ପରିବର୍ତ୍ତନ ହୋଇଛି । ପୁରୁଣା ବିଲଡିଂ ହେଉ ବା ପୁରୁଣା ଜିନିଷ ବଦଳରେ ନୂଆ କରାଯାଉଛି । ସେବା କ୍ଷେତ୍ରରେ ହସ୍ପିଟାଲର କ୍ବାଲିଟି ବଢାଇ ଦିଆଯାଇଛି । ରୋଗୀମାନେ ହସ୍ପିଟାଲରେ ଯେଉଁ ସୁବିଧା ପାଇବେ ତାହାକୁ ସହଜରେ ଓ ସଠିକ ଭାବରେ ରୋଗୀଙ୍କୁ ମିଳିବା ।"

ଦ୍ଵିତୀୟ ପାର୍ଯ୍ୟୟରେ ୧୫ଟି ଜିଲ୍ଲାରେ ୬୭ଟି ଆମ ହସ୍ପିଟାଲର ଉଦଘାଟନ କରାଯିବ । ତେବେ ସେଗୁଡିକ ହେଲା ଅନୁଗୋଳ ଜିଲ୍ଲାରେ ୬ଟି ହସ୍ପିଟାଲ ରହିଥିବା ବେଳେ ବଲାଙ୍ଗୀରରେ ୫, ଦେବଗଡ଼ରେ ୧, ସୁବର୍ଣ୍ଣପୁରରେ ୨ ହସ୍ପିଟାଲ, ବାଲେଶ୍ଵରରେ ୮ ହସ୍ପିଟାଲ, ଭଦ୍ରକରେ ୪, କଟକରେ ୮, ଯାଜପୁରରେ ୫, ନୟାଗଡ଼ରେ ୩, ପୁରୀରେ ୫, ଖୋର୍ଦ୍ଧାରେ ୭ , ଭୁବନେଶ୍ବରରେ ୪ , ବୌଦ୍ଧରେ ୨, କୋରାପୁଟରେ ୪, ନବରଙ୍ଗପୁରରେ ୩, ଗଜପତିରେ ୨ଟି ହସ୍ପିଟାଲର ହେବ ରୂପାନ୍ତରିକରଣ। ଏହା ସହ ଆଉ ଦୁଇଟି ଚିକିତ୍ସାଳୟ ମଧ୍ୟ ଏଥିରେ ସଂଯୋଗ କରାଯାଇଛି ।

ସେହିପରି ମାର୍ଚ୍ଚ ଦୁଇ ତାରିଖରେ ବି ସ୍ବାସ୍ଥ୍ୟ କ୍ଷେତ୍ରକୁ ମିଳିବ ସଞ୍ଜିବନୀ । ଏହି ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ, ବାରିପଦାର ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ବାଲେଶ୍ବର ଫକୀର ମୋହନ ମେଡିକାଲ କଲେଜର ୬୫୦ ଶଯ୍ୟା ଉଦଘାଟନ କରିବେ । ସେହିପରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ, ସୁନ୍ଦରଗଡ଼ ସରକାରୀ ମେଡିକାଲ କଲେଜକୁ ମିଳବ ୫୦୦ ଶଯ୍ୟା । ଏଥି ସହ ନୂଆ ମେଡିକାଲ ପାଇଁ ଖୋର୍ଦ୍ଧା ଜିଲ୍ଲା ବେଗୁନିଆରେ ଉପଖଣ୍ଡ ହସ୍ପିଟାଲ, ୯୦୦ କୋଟି ଟଙ୍କା ବ୍ୟୟରେ କଟକର AHPGIC, ୯୫୦ କୋଟିରେ ବ୍ରହ୍ମପୁର MKCG, ୯୫୦ କୋଟିରେ ବୁର୍ଲା ଭୀମସାର, ୬୬୦ କୋଟିରେ RGH ରାଉରକେଲାର ସମ୍ପ୍ରସାରଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରିବେ ମୁଖ୍ୟମନ୍ତ୍ରୀ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.