ETV Bharat / state

ଆଇଟିଡିଏ ସହକାରୀ ଯନ୍ତ୍ରୀଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Mar 3, 2024, 10:05 AM IST

Engineer Found Dead
Engineer Found Dead

ITDA Assistant Executive Officer Found Dead: ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତ୍ୟୁ ପଛର କାରଣ ଅସ୍ପଷ୍ଟ । ଅଧିକ ପଢନ୍ତୁ

ଯନ୍ତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ଫୁଲବାଣୀ: ଜୀବନ ହାରିଲେ ଆଇଟିଡିଏ ସହକାରୀ ଯନ୍ତ୍ରୀ । ଫୁଲବାଣୀ ଆଇଟିଡିଏ ସହକାରୀ ନିର୍ବାହୀଯନ୍ତ୍ରୀ ତୁଷାରେନ୍ଦ୍ର ନାୟକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଫୁଲବାଣୀ ସ୍ଥିତ ସରକାରୀ ବାସଭବନରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଦୀର୍ଘ 20 ଦିନ ହେବ ସେ ଚାକିରିରୁ ଛୁଟିରେ ଥିବା ବେଳେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇଥିଲେ । ଶନିବାର ତାଙ୍କର ମୃତଦେହ ବାସଭବନରୁ ଉଦ୍ଧାର ହୋଇଛି । ସେ ଆତ୍ମହତ୍ୟା କରିଥିବା କୁହାଯାଉଥିବା ବେଳେ ଏହା ପଛର କାରଣ ଅସ୍ପଷ୍ଟ ରହିଛି ।

ଏହା ମଧ୍ୟ ପଢନ୍ତୁ-ମାଟ୍ରିକ ପରୀକ୍ଷା ପୂର୍ବରୁ ହଷ୍ଟେଲରୁ ଛାତ୍ରଙ୍କ ମୃତଦେହ ଉଦ୍ଧାର

ମିଳିଥିବା ସୂଚନା ଅନୁଯାୟୀ, ଶନିବାର ସକାଳ 9 ଟା ସମୟରେ ତୁଷାରେନ୍ଦ୍ର ନାୟକ ଫୁଲବାଣୀ ସ୍ଥିତ ସରକାରୀ ବାସଭବନରେ ତାଙ୍କର ମୃତଦେହ ଝୁଲୁଥିବା ଆଇଟିଡିଏର କର୍ମଚାରୀମାନେ ଖବର ପାଇଥିଲେ । ଏହାପରେ ବାସଭବନରେ ପହଞ୍ଚି ଭୁବନେଶ୍ବରରେ ରହୁଥିବା ତାଙ୍କ ପରିବାରକୁ ଘଟଣା ସମ୍ପର୍କରେ ଅବଗତ କରାଇଥିଲେ । ଖବର ପାଇ ଟାଉନ୍ ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏହା ମଧ୍ୟ ପଢନ୍ତୁ-ଭଡ଼ା ଘରୁ GRSଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଏହା ମଧ୍ୟ ପଢନ୍ତୁ-ହୋଟେଲ ଭିତରୁ ଝୁଲନ୍ତା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ତେବେ ସହକାରୀ ଇଞ୍ଜିନିୟର ତୁଷାରେନ୍ଦ୍ର ନାୟକ କାହିଁକି ଓ କେଉଁ ପରିସ୍ଥିତିରେ ଏଭଳି ଚରମ ପଦକ୍ଷେପ ନେଲେ ତାହା ଜଣାପଡିନାହିଁ । କାମ ଚାପ ଯୋଗୁଁ କିମ୍ବା ପାରିବାରିକ ଅଶାନ୍ତି ଯୋଗୁଁ ସେ ଜୀବନ ହାରିଥାଇ ପାରନ୍ତି ବୋଲି ଅନୁମାନ କରାଯାଉଛି । ତାଙ୍କର ମୃତ୍ୟୁରେ ପିଏ ଆଇଟିଡିଏ ପ୍ରବିଣ କୁମାର ବାଣୁଆ, କନିଷ୍ଠ ଯନ୍ତ୍ରୀ, ଅଧସ୍ତନ କର୍ମଚାରୀ ଠିକାଦାର, ଏସ୍ ଡି ସି ଅଧ୍ୟକ୍ଷ ରୋଦନ ମଲିକ ପ୍ରମୁଖ ଗଭୀର ଶୋକ ପ୍ରକାଶ କରିଛନ୍ତି । ତୁଷାରେନ୍ଦ୍ର ନାୟକ ଜଣେ ସଚ୍ଚୋଟ, ଭଦ୍ର, ନମ୍ର, ପରୋପକାରୀ ବ୍ୟକ୍ତି ଥିଲେ ବୋଲି ସହଯୋଗୀ ମାନେ କହିଛନ୍ତି । ଏହି ଘଟଣାରେ ତଦନ୍ତ ଜାରି ରଖିଛି । ତଦନ୍ତ ପରେ ମୃତ୍ୟୁ ପଛର କାରଣ ସ୍ପଷ୍ଟ ହେବ । ଦୀର୍ଘ 20 ଦିନ ହେବ ତୁଷାରେନ୍ଦ୍ର ଚାକିରିରୁ ଛୁଟିରେ ରହିବା ପରେ ଶୁକ୍ରବାର କାର୍ଯ୍ୟରେ ଯୋଗଦେଇ ଥିଲେ । ଏହାପର ଦିନ ସକାଳ ତାଙ୍କର ମୃତ୍ୟୁ ଖବର ପାଇଁ ଅଫିସର କର୍ମଚାରୀ ବିଶ୍ବସ କରିପାରିନଥିଲେ । ମୃତକଙ୍କ ପରିବାର ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।

ଇଟିଭି ଭାରତ, କନ୍ଧମାଳ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.