ETV Bharat / state

ମନମୋହୁଛି ପିପିଲିର ପ୍ରବେଶ ପଥ, ଆଇ ଲଭ୍ ପିପିଲି ଏବଂ ସେଲଫି ପଏଣ୍ଟ ଉଦଘାଟିତ

author img

By ETV Bharat Odisha Team

Published : Mar 13, 2024, 8:54 PM IST

ମନମୋହୁଛି ପିପିଲିର ପ୍ରବେଶ ପଥ
ମନମୋହୁଛି ପିପିଲିର ପ୍ରବେଶ ପଥ

Inauguration of Entrance point of Pipili: ଝଲୁସୁଛି ପିପିଲି । ପିପିଲିର ପ୍ରବେଶ ପଥରେ କଥା କହୁଛି ପିପିଲିର ଚାନ୍ଦୁଆ କାରିଗରୀ । ଅଧିକ ପଢ଼ନ୍ତୁ,

ମନମୋହୁଛି ପିପିଲିର ପ୍ରବେଶ ପଥ

ନିମାପଡ଼ା: ଝଲୁସୁଛି ପିପିଲି। ପିପିଲିର ପ୍ରବେଶ ପଥରେ କଥା କହୁଛି ପିପିଲିର ଚାନ୍ଦୁଆ କାରିଗରୀ । ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରୁଛି ଅଦରକାରୀ ଯନ୍ତ୍ରାଂଶରେ ନିର୍ମିତ କଳା କୃତି । ତେବେ ଗତକାଲି ମଙ୍ଗଳବାର ଦିନ ପିପିଲି ପ୍ରବେଶ ପଥରେ ଏହି ସେଲଫି ପଏଣ୍ଟ ତଥା ଆଇ ଲଭ ପିପିଲିର ଉଦଘାଟନ କରାଯାଇଛି । ତେବେ ଏଠାରେ ହୋଇଥିବା ଚାନ୍ଦୁଆ କାରିଗରୀ ଅନ୍ୟ ଜିଲ୍ଲା ତୂଳନାରେ ଆକର୍ଷଣୀୟ କରାଉଛି ।

ପିପିଲି ବିଧାୟକ ରୁଦ୍ର ପ୍ରତାପ ମହାରଥୀ ଏହାର ଉଦଘାଟନ କରିଥିବା ବେଳେ ପିପିଲି ଚେୟାରମ୍ୟାନ, କାଉନସିଲରଙ୍କ ସମେତ ଅନ୍ୟାନ ବ୍ୟକ୍ତି ବିଶେଷ ଏଙି କାର୍ଯ୍ୟାକ୍ରମରେ ଯୋଗ ଦେଇଥିଲେ । ମନମୋହୁଛି ପିପିଲିର ସେଲପି ପଏଣ୍ଟ । ପିପିଲିର ପ୍ରବେଶ ପଥ ରଙ୍ଗ ବେରଙ୍ଗ ଆଲୋକରେ ଝଲୁସୁ ଥିବା ବେଳେ ଯାତ୍ରୀଙ୍କ ଆକର୍ଷଣର କେନ୍ଦ୍ର ବିନ୍ଦୁ ସାଜିଛି ଆଇ ଲଭ ପିପିଲି । ଚାନ୍ଦୁଆ ତୋରଣ ଏବଂ ଓଡିଶୀ କଳାକାରଙ୍କ ନୃତ୍ୟାଙ୍ଗନାକୁ ସ୍ଥାନ ମିଳିଛି ଏହି ସେଲଫି ପଏଣ୍ଟରେ । ଚାନ୍ଦୁଆ ଛତି, ତ୍ରାସ, ଆଲଟ, ଚଉକା, ଚାନ୍ଦୁଆ ଛତାକୁ ପ୍ରବେଶ ପଥରେ ଅତି ନିଖୁଣ ଭାବରେ ସ୍ଥାନ ଦିଆଯାଇଛି । କେବଳ ଚାନ୍ଦୁଆ ଶିଳ୍ପକୁ ନୁହେଁ ଅଦରକାରୀ ଯନ୍ତ୍ରାଶରେ ପ୍ରସ୍ତୁତ କରାଯାଇ ଥିବା ଘୋଡ଼ା ମଧ୍ୟ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ।

ଏହା ମଧ୍ୟ ପଢ଼ନ୍ତୁ.... ଜଟଣୀରେ ଜମିଲାଣି ରଙ୍ଗ ବେପାର, ହର୍ବାଲ ରଙ୍ଗ ପ୍ରତି ବଢୁଛି ଚାହିଦା

ସେପଟେ ଦୀର୍ଘଦିନ ଧରି ପିପିଲି ପ୍ରବେଶ ପଥ ପାଇଁ ଦାବି ହୋଇ ଆସୁଥିଲା ବେଳେ ପିପିଲିର ପ୍ରବେଶ ପଥ ସମସ୍ତଙ୍କ ପାଇଁ ଆକର୍ଷଣ ପାଲଟିଛି । ଏହାକୁ ନେଇ ପିପିଲି ବିଧାୟକ କହିଛନ୍ତି, ‘‘ଦେଶ ବିଦେଶରୁ ଆସୁଥିବା ପର୍ଯ୍ୟଟକ ମାନେ ଏହି ବାଟ ଦେଇ ଯାତ୍ରା କରୁଥିବା ବେଳେ ପିପିଲି ଚାନ୍ଦୁଆ ତାଙ୍କୁ ଆକୃଷ୍ଟ କରିବ ଓ ଯାହା ପାଇଁ ଚାନ୍ଦୁଅ ବ୍ୟବସାୟ ବୃଦ୍ଧି ପାଇବ ।’’

ଏହାର ଶ୍ରେୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନଙ୍କୁ ଦେଇଛନ୍ତି । ଅନ୍ୟପଟେ ପିପିଲି ପ୍ରବେଶ ପଥରେ ପିପିଲି ଏନଏଏସି ପକ୍ଷରୁ ନିର୍ମାଣ କରାଯାଇଥିବା ଏହି ସେଲପି ପଏଣ୍ଟ ଅନ୍ୟ ସ୍ଥାନ ଠାରୁ ଭିନ୍ନ ରହିଥିବା ବେଳେ ଏଠାରେ ସ୍ଥାନ ପାଇ ଥିବା ଓଡ଼ିଶାର କଳା ସଂସ୍କୃତି ଆମକୁ ବହୁତ ଖୁସି ଦେଇଛି ବୋଲି ପର୍ଯ୍ୟଟକ କହିଛନ୍ତି। ତେବେ ବିଭିନ୍ନ ଡିଜାଇନର ହାତ ତିଆରି ଚାନ୍ଦୁଆ, ଝୁମର, ବେଡସିଟ,ଝାଲେରି,ଲେଟର ବକ୍ସ, ଗାନ୍ଧି ବ୍ୟାଗ, ଲାପଟପ ବ୍ୟାଗ, ସପିଙ୍ଗ୍ ବ୍ୟାଗ ପ୍ରଭୃତି 25 ପ୍ରକାରର ରଙ୍ଗ ବେରଙ୍ଗର ଆକର୍ଷଣୀୟ ଜିନିଷ ପାଇଁ ପିପିଲି ପ୍ରସିଦ୍ଧି ଲାଭ କରିଛି ।

ଇଟିଭି ଭାରତ, ନିମାପଡ଼ା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.