ETV Bharat / state

ବୌଦ୍ଧର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ

author img

By ETV Bharat Odisha Team

Published : Feb 1, 2024, 8:02 AM IST

ବୌଦ୍ଧର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ
ବୌଦ୍ଧର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ

New Collector of Boudh: ବୌଦ୍ଧ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଆଇଏଏସ୍ ଜେ ସୋନାଲ । ସେ ପୂର୍ବରୁ ବ୍ରହ୍ମପୁର ମହାନଗର ନିଗମର କମିଶନର ଭାବେ କାର୍ଯରତ ଥିଲେ । ଅଧିକ ପଢନ୍ତୁ

ବୌଦ୍ଧର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ

ବୌଦ୍ଧ: ଜିଲ୍ଲା ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ବ ଗ୍ରହଣ କେଲେ ଜେ ସୋନାଲ । ଗତକାଲି ଜିଲ୍ଲାପାଳ କାର୍ଯ୍ୟାଳୟ ସଦଭାବନା ଗୃହ ଠାରେ ନୂତନ ଜିଲ୍ଲାପାଳଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଥିଲା ଏବଂ ପୂର୍ବତନ ଜିଲ୍ଲାପାଳ ନୃସିଂହ ଚରଣ ସ୍ବାଇଁଙ୍କୁ ବିଦାୟ ଦିଆଯାଇଥିଲା । ଜେ ସୋନାଲ ପ୍ରଥମଥର ପାଇଁ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଲୋକଙ୍କ ସହ ମିଶି ଜିଲ୍ଲାର ବିକାଶ କାର୍ଯ୍ୟକୁ ଆଗକୁ ନେବେ ବୋଲି ସେ କହିଛନ୍ତି ।

ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବରେ ଦାୟିତ୍ୱ ଗ୍ରହଣ କଲେ ଜେ ସୋନାଲ । ଜିଲ୍ଲାପାଳ ଦାୟିତ୍ଵ ଗ୍ରହଣ ପରେ ସହରର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବୁଲି ଦେଖିଥିଲେ । ଏହା ସହ ମିଶନ ଶକ୍ତିର ମହିଳାଙ୍କୁ ଭେଟି ଆଲୋଚନା କରିଥିଲେ । ଏହି ଅବସରରେ ଜିଲ୍ଲାପାଳ ସମସ୍ତ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଜିଲ୍ଲାର ବିକାଶକୁ ଆଗେଇ ନେବାକୁ ପାଇଁ କହିଥିଲେ । ଏହା ପୂର୍ବରୁ ସେ ବ୍ରହ୍ମପୁର ମହାନଗର ନିଗମର କମିଶନର ଥିବାବେଳେ ବୌଦ୍ଧ ଜିଲ୍ଲାରେ ସେ ପ୍ରଥମ ଜିଲ୍ଲାପାଳ ହୋଇ ଦାୟିତ୍ଵ ଗ୍ରହଣ କରିଛନ୍ତି । ସମସ୍ତଙ୍କ ସହଯୋଗରେ ଜିଲ୍ଲାର ସର୍ବାଙ୍ଗୀନ ବିକାଶ ଦିଗରେ କାର୍ଯ୍ୟ କରିବେ ବୋଲି କହିଛନ୍ତି ।

ସେହିପରି ଗତକାଲି ଖୋର୍ଦ୍ଧା ଜିଲ୍ଲାର ନୂତନ ଜିଲ୍ଲାପାଳ ଭାବେ ଦାୟିତ୍ବ ନେଲେ ଆଇଏଏସ୍‌ ଅଧିକାରୀ ଚଞ୍ଚଳ ରାଣା । ଗତକାଲି (ବୁଧବାର) ପୂର୍ବାହ୍ନରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସାଫଲ୍ୟ ମଣ୍ଡିତ ପ୍ରଧାନଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଥିଲେ । ଏହା ପୂର୍ବରୁ ସେ ବଲାଙ୍ଗୀର ଜିଲ୍ଲାପାଳ ଭାବେ ଦୀର୍ଘ ୩ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି କାର୍ଯ୍ୟରତ ଥିଲେ ।୨୦୧୪ ବ୍ୟାଚ ଓଡ଼ିଶା କ୍ୟାଡ଼ରର ଉକ୍ତ ଯୁବ ଆଇଏଏସ ଅଧିକାରୀ ନିଜର ପ୍ରଥମ ଜିଲ୍ଲାପାଳ ପୋଷ୍ଟିଂ ଭାବେ ବଲାଙ୍ଗୀରରେ ଯୋଗଦେଇଥିଲେ ।

ଏହା ମଧ୍ୟ ପଢନ୍ତୁ ......କେନ୍ଦୁଝର ଦାୟିତ୍ବଭାର ସମ୍ଭାଳିଲେ ୨୦୧୬ ବ୍ୟାଚ ଆଇଏଏସ ବିଶାଲ ସିଂହ

ଗତବର୍ଷ ଦେଶର ୧୮ ଜଣ ଶ୍ରେଷ୍ଠ ବିବେଚିତ ଜିଲ୍ଲାପାଳଙ୍କ ମଧ୍ୟରୁ ଚଞ୍ଚଳ ରାଣା ଅନ୍ୟତମ । ତାଙ୍କୁ କେନ୍ଦ୍ର ସ୍ଵରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ନୂଆଦିଲ୍ଲୀରେ ପୁରସ୍କୃତ କରିଥିଲେ । ବଲାଙ୍ଗୀରରେ ଶ୍ୱେତ ବିପ୍ଳବ ଆଣିବାରେ ତାଙ୍କର ପ୍ରମୁଖ ଭୂମିକା ଥିଲା । ତେବେ ଖୋର୍ଦ୍ଧା ରାଜ୍ୟର ଏକ ଗୁରୁତ୍ୱପୂର୍ଣ ଏବଂ ସମ୍ବେଦନଶୀଳ ଜିଲ୍ଲା ହୋଇଥିବା ବେଳେ ଜିଲ୍ଲାରେ ବଢୁଥିବା ନିଶା ବେପାର, ଖଣି ମାଫିଆଙ୍କ ପ୍ରାଦୁର୍ଭାବ, ଅବାଧ ମଦ ବିକ୍ରିକୁ ରୋକ, ସ୍ୱାସ୍ଥ୍ୟ କ୍ଷେତ୍ରରେ ସୁଧାର, ଗୋ ଚାଲାଣ ରୋକିବା, ଶିଳ୍ପର ଉନ୍ନତିକରଣ, ପର୍ଯ୍ୟଟନ କ୍ଷେତ୍ରର ବିକାଶ ଆଦି ନୂତନ ଜିଲ୍ଲାପାଳଙ୍କ ପାଇଁ ପ୍ରମୁଖ ଚ୍ୟାଲେଞ୍ଜ ରହିବ ।

ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.