ETV Bharat / state

ବୌଦ୍ଧରୁ ଉତ୍ତରପ୍ରଦେଶ ଯାଉଥିଲା ଗଞ୍ଜେଇ, ସୁବର୍ଣ୍ଣପୁରରେ ମାଡି ବସିଲା ପୋଲିସ - GANJA SEIZED

author img

By ETV Bharat Odisha Team

Published : Apr 4, 2024, 12:10 PM IST

Updated : Apr 4, 2024, 12:29 PM IST

Ganja seized: ବିପୁଳ ପରିମାଣରେ ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ପୋଲିସ । 7 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ଜିଲ୍ଲା ପୋଲିସ । ଅଧିକ ପଢନ୍ତୁ

Ganja seized in Subarnapur
Ganja seized in Subarnapur

Ganja seized in Subarnapur

ସୁବର୍ଣ୍ଣପୁର: ଜିଲ୍ଲା ପୋଲିସକୁ ସଫଳତା । ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡିବସିଲା ପୋଲିସ । 7 କ୍ବିଣ୍ଟାଲରୁ ଊର୍ଦ୍ଧ୍ବ ଗଞ୍ଜେଇ ଜବତ କରିଛି ପୋଲିସ । ଏଥିସହ ଦୁଇ ଜଣ ଆନ୍ତଃ ରାଜ୍ୟ ଗଞ୍ଜେଇ ମାଫିଆଙ୍କୁ ପୋଲିସ ଗିରଫ କରିଛି । ବୌଦ୍ଧ ଜିଲ୍ଲା ଶଗଡା ଅଞ୍ଚଳରୁ ଗଞ୍ଜେଇ ନେଇ ବରଗଡ ଦେଇ ଉତ୍ତର ପ୍ରଦେଶକୁ ଯାଉଥିବା ବେଳେ ପୋଲିସ ଜବତ କରିଛି । ତେବେ ଗିରଫ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ଛତିଶଗଡ଼ ପ୍ରଦେଶର ଶୈଳେଶ କୁମାର ମିଶ୍ର ଓ ଉତ୍ତର ପ୍ରଦେଶର ଉମାଶଙ୍କର ପାଣ୍ଡେ ବୋଲି ଜଣାପଡିଛି ।

ଦିନକୁ ଦିନ ନିଶା କାରବାର ବଢି ଚାଲିଛି । ଯାହା ଯୁବ ସମାଜକୁ କବଳିତ କରିବାରେ ଲାଗିଛି । କେତେବେଳେ ଧଳା ଜହର କାରବାର ହେଉଛି ତ କେତେବେଳେ ଗଞ୍ଜେଇ ଚୋରା ଚାଲାଣ ହେଉଛି । ଏହାରି ଭିତରେ ଜିଲ୍ଲା ପୋଲିସକୁ ମିଳିଛି ସଫଳତା । ଏକ କଣ୍ଟେନରରେ ସ୍ୱତନ୍ତ୍ର କ୍ୟାବିନ ତିଆରି କରି ସେଥିରେ ବିପୁଳ ପରିମାଣର ଗଞ୍ଜେଇ ଚୋରା ଚାଲାଣ କରୁଥିବାର ପୋଲିସ କୌଣସି ସୂତ୍ରରୁ ଖବର ପାଇଥିଲା । ଏନେଇ ସଦର ଏସଡିପିଓଙ୍କ ନେତୃତ୍ୱରେ ଆଇଆଇସି ଓ ସ୍ବତନ୍ତ୍ର ସ୍କାର୍ଡର ପୋଲିସ କର୍ମଚାରୀ ମାନେ ଜିଲ୍ଲାର ଅର୍ଜୁନପୁର-ବୁର୍ଡା ରାସ୍ତାରେ ଏକ କଣ୍ଟେନର ଉପରେ ଚଢାଉ କରିଥିଲେ । କଣ୍ଟେନର ଗାଡିରୁ ଜରି ବସ୍ତାରେ ପ୍ୟାକେଟିଂ କରାଯାଇଥିବା 7 କ୍ବିଣ୍ଟାଲ 50 କେଜି ଗଞ୍ଜେଇ ଜବତ କରିଥିବା ବେଳେ ଦୁଇ ଆନ୍ତଃ ରାଜ୍ୟ ମାଫିଆଙ୍କୁ ଗିରଫ କରିଛି ପୋଲିସ ।

ଏହା ମଧ୍ୟ ପଢନ୍ତୁ-ଚୋରା ଚାଲାଣ ବେଳେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ଏହା ମଧ୍ୟ ପଢନ୍ତୁ-ସମ୍ବଲପୁରରୁ ପଶ୍ଚିମବଙ୍ଗକୁ ଚାଲିଥିଲା ଗଞ୍ଜେଇ ଚାଲାଣ, ମୟୂରଭଞ୍ଜରେ ମାଡି ବସିଲା ପୋଲିସ

ତେବେ ଜବତ ହୋଇଥିବା ଗଞ୍ଜେଇର ବ୍ୟବସାୟିକ ମୂଲ୍ୟ ପ୍ରାୟ 75 ଲକ୍ଷ ଟଙ୍କା ବୋଲି ଜିଲ୍ଲା ଆରକ୍ଷୀ ଅଧିକ୍ଷକ କହିଛନ୍ତି । ତେବେ ଜିଲ୍ଲା ପୋଲିସର ଅନେକ ସମସ୍ୟା ସତ୍ତ୍ବେ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ଜିଲ୍ଲା ପୋଲିସ ଅଙ୍କୁଶ ଲଗାଇ ପାରିଥିବା ବେଳେ ଚଢାଉରେ ନେତୃତ୍ବ ନେଇଥିବା ପୋଲିସ କର୍ମଚାରୀଙ୍କୁ ଆରକ୍ଷୀ ଅଧିକ୍ଷକ ପ୍ରଶଂସା କରିଛନ୍ତି ।

ଇଟିଭି ଭାରତ, ସୁବର୍ଣ୍ଣପୁର

Last Updated :Apr 4, 2024, 12:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.