ETV Bharat / state

ଦେଢ଼ କୋଟି ଟଙ୍କାର ଗଞ୍ଜେଇ ଜବତ, 3 ଅଭିଯୁକ୍ତ ଫେରାର

author img

By ETV Bharat Odisha Team

Published : Mar 17, 2024, 8:43 PM IST

Ganja seized from Boudh
Ganja seized from Boudh

Ganja seized from Boudh: ବୌଦ୍ଧ ଜିଲ୍ଲାରୁ ଦେଢ କୋଟି ଟଙ୍କାର ଗଞ୍ଜେଇ ଜବତ । 3 ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା । ଅଧିକ ପଢନ୍ତୁ

Ganja seized from Boudh

ବୌଦ୍ଧ: ମାଓ ଅଧ୍ୟୁଷିତ ବୌଦ୍ଧ ଜିଲ୍ଲାରୁ ବିପୁଳ ପରିମାଣରେ ବେଆଇନ ଗଞ୍ଜେଇ ଜବତ ହୋଇଛି । ବାହାର ରାଜ୍ୟକୁ ଚୋରାଚାଲାଣ ନେଇ ଉଦ୍ୟମ ବେଳେ ଜିଲ୍ଲାର ଡିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲ ଅଞ୍ଚଳରୁ ୧୫୬୦ କେଜି ଗଞ୍ଜେଇ ଜବତ କରିଛି ବୌଦ୍ଧ ପୋଲିସ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ଦେଢ଼ କୋଟି ଟଙ୍କା ହେବ ବୋଲି ସୂଚନା ରହିଛି । ଘଟଣାରେ ସମ୍ପୃକ୍ତ 3 ଜଣ ଫେରାର ହୋଇଯାଇଥିବାବେଳେ ପୋଲିସର ତଦନ୍ତ ଜାରି ରହିଛି ।

ଏହାମଧ୍ୟ ପଢନ୍ତୁ.. ଚୋରା ଚାଲାଣ ବେଳେ ୩ କ୍ବିଣ୍ଟାଲ ଗଞ୍ଜେଇ ଜବତ, ଦୁଇ ଗିରଫ

ବୌଦ୍ଧ ଜିଲ୍ଲାର ମାଓ ଅଧ୍ୟୁଷିତ ଡିମିରିଖୋଲ ଗ୍ରାମ ନିକଟସ୍ଥ ବିଡାମାସ୍କା ଜଙ୍ଗଲ ଅଞ୍ଚଳରୁ ବିପୁଳ ପରିମାଣର ଗଞ୍ଜେଇ ଜବତ କରିଛି ପୋଲିସ । ବୌଦ୍ଧ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ସୂଚନା ଅନୁଯାୟୀ, ବିଡାମାସ୍କା ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ହେଉଥିବା ନେଇ ଏକ ବିଶେଷ ସୂତ୍ରରୁ ଖବର ମିଳିଥିଲା । ଏସଡିପିଓଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ଚଢାଉ କରିଥିଲା । ପୋଲିସକୁ ଦେଖି 3 ଜଣ ଅଭିଯୁକ୍ତ ଫେରାର ହୋଇଯାଇଥିବା ବେଳେ ଘଟଣାସ୍ଥଳରୁ ୧୫୬୦ କେଜି ଗଞ୍ଜେଇ ଜବତ କରାଯାଇଛି । ଜବତ ଗଞ୍ଜେଇର ମୂଲ୍ୟ ପ୍ରାୟ ଦେଢ଼ କୋଟି ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ଆକଳନ କରାଯାଇଛି ।

ଏହାମଧ୍ୟ ପଢନ୍ତୁ.. ବ୍ୟାଟେରି ବୋଝେଇ ଗାଡିରେ ଗଞ୍ଜେଇ ଚାଲାଣ, ବିହାର ଚାଲାଣ ବେଳେ ଭୁବନେଶ୍ବରରୁ ଟ୍ରକ ଜବତ

ବର୍ତ୍ତମାନ ଜିଲ୍ଲା ପ୍ରଶାସନ ଓ ପୋଲିସ ପ୍ରଶାସନ ଆଗାମୀ ସାଧାରଣ ନିର୍ବାଚନ ପାଇଁ ବ୍ୟସ୍ତ ଥିବା ବେଳେ ଜିଲ୍ଲାର ମାଓ ଅଧ୍ୟୁଷିତ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚୋରାଚାଲାଣ ରୋକିବା ପାଇଁ ସ୍ବତନ୍ତ୍ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରାଯାଉଛି । ଚଳିତ ବର୍ଷ ମାର୍ଚ୍ଚ ମାସ 17 ତାରିଖ ସୁଦ୍ଧା ଜିଲ୍ଲା ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ପ୍ରାୟ ୩୮୦୦ କେଜି ଗଞ୍ଜେଇ ଜବତ କରିବା ସହ 17 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏଥିସହ ଅନେକ ଗାଡ଼ି ମଧ୍ୟ ଜବତ କରାଯାଇଥିବା ନେଇ ଏସପି ରାଜ ପ୍ରସାଦ ଏକ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଆଉ ମଧ୍ୟ ଏହି ଅଞ୍ଚଳରେ ସକ୍ରିୟ ଥିବା ମାଓ ତଥା ନକ୍ସଲ ଗତିବିଧି ଉପରେ କଡା ନଜର ଥିବା କହିଛନ୍ତି ଏସପି । ସମସ୍ତଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ ପାଇଁ ଆହ୍ବାନ ଦେଇଛନ୍ତି ଏସପି ରାଜ ପ୍ରସାଦ ।


ଇଟିଭି ଭାରତ, ବୌଦ୍ଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.