ETV Bharat / state

ସ୍ବାବଲମ୍ବୀ କଲା ମହୁଚାଷ, ଦେଓମାଳି ପାଦଦେଶରେ ଆଦିବାସୀ ହେଉଛନ୍ତି ଉପକୃତ

author img

By ETV Bharat Odisha Team

Published : Jan 23, 2024, 10:23 PM IST

Updated : Jan 23, 2024, 10:36 PM IST

ସ୍ବାବଲମ୍ବୀ କରୁଛି ମହୁଚାଷ, କୋଟିଆର ଆଦିବାସୀ ହେଉଛନ୍ତି ଉପକୃତ
ସ୍ବାବଲମ୍ବୀ କରୁଛି ମହୁଚାଷ, କୋଟିଆର ଆଦିବାସୀ ହେଉଛନ୍ତି ଉପକୃତ

Honey Bee Farming by tribal villagers: ବିବାଦୀୟ କୋଟିଆ ଅଞ୍ଚଳର ମାତଲମ୍ବା ଭଳି ଗାଁରେ ଆଦିବାସୀଙ୍କୁ ଆତ୍ମନିର୍ଭରଶୀଳ କରୁଛି ମହୁଚାଷ । ପୁର୍ବେ ଗାଁରେ ଚାଷ ଜମିର ଅଭାବ ସହ ସାହୁକାର ର ଶୋଷଣର ଶିକାର ହେଉଥିଲେ ଗ୍ରାମବାସୀ । ଅଧିକ ପଢନ୍ତୁ ।

ସ୍ବାବଲମ୍ବୀ କରୁଛି ମହୁଚାଷ, କୋଟିଆର ଆଦିବାସୀ ହେଉଛନ୍ତି ଉପକୃତ

କୋରାପୁଟ: ପ୍ରକୃତିର ଅନୁପମ ସୌନ୍ଦର୍ଯ୍ୟର ଗନ୍ତାଗର ହେଉଛି କୋରାପୁଟ । ସବୁକିଛି ଥାଇ ମଧ୍ୟ ସେଠାକାର ଆଦିବାସୀ ମାନେ ଅବହେଳିତ । ବିବାଦୀୟ କୋଟିଆ ଅଞ୍ଚଳରେ ରାଜ୍ୟ ସରକାର ବିକାଶମୂଳକ କାମ କରୁଥିବା ବେଳେ ଦେଓମାଳି ପର୍ବତର ପାଦଦେଶରେ ଥିବା କୋଟିଆ ପଞ୍ଚାୟତ ର ମାତଲମ୍ବା , ସୁଲିଆମାରି , କାଟ୍ରାଗଡା, ସାଲିପଦର୍ , କାଲିଆମ୍ବ ଭଳି ଆଉ 13 ଟି ଗାଁକୁ ପାଶୋରି ଦେଇଛି । ମାତଲମ୍ବା ଭଳି ଗାଁ ରେ ଚାଷ ଜମି ର ଅଭାବ ଥିବାବେଳେ ପାହାଡ଼ ର ଢ଼ାଲୁ ଜମିରେ ଜାହି ତାହି ଭାବେ କଦଳୀ ଓ ଅନ୍ୟାନ୍ୟ ଚାଷ କରୁଥିଲେ ଗ୍ରାମବାସୀ । ସେହି କୃଷିଜାତ ଦ୍ରବ୍ୟକୁ ଶାଗମାଛ ଦରରେ ବିକ୍ରି କରି ସାହୁକାରର ଶୋଷଣର ଶିକାର ହେଉଥିଲେ ଗ୍ରାମବାସୀ । ଏପରିକି ଗ୍ରାମବାସୀ ମାନେ କୌଣସି କାମଧନ୍ଦା ନପାଇ ପଡୋଶୀ ଆନ୍ଧ୍ରକୁ ଯାଉଥିଲେ ।

ଏହା ମଧ୍ୟ ପଢନ୍ତୁ .... ଜାନୁଆରୀ ୧୨ରୁ କୃଷି ଓଡ଼ିଶା-୨୦୨୪, ଥିମ 'କୃଷି ପ୍ରଗତିରେ ମହିଳା’

କିନ୍ତୁ ମାତଲମ୍ବା ର ସମସ୍ୟାକୁ ହୃଦୟଙ୍ଗମ କରି କୋରପୁଟ ସ୍ଥିତ ଓରମାସ ଓ ଲକ୍ଷ୍ନୌ ସ୍ଥିତ ସିଏସଆରଆଇ ର ମିଳିତ ଆନୁକୂଲ୍ୟରେ ଗାଁ ର ମହିଳା ଗୋଷ୍ଠୀ କୁ ମହୁ ଚାଷ କରିବା ପାଇଁ 45 ଟି ମହୁବାକ୍ସ ଓ ମହୁମାଛି ଦିଆଯାଇଛି । ଗାଁର ଯୁବକ ଯୁବତୀଙ୍କୁ ମହୁଚାଷର ତାଲିମ ଦେବା ପରେ ସେହି ବାକ୍ସ ଗୁଡିକୁ ଗାଁର ଉପରମୁଣ୍ଡରେ ଏକ ପାହାଡର ପାଦଦେଶରେ ସ୍ଥାପନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ... ଥାଇଲାଣ୍ଡ ବରକୋଳି କରିଛି ସ୍ବାବଲମ୍ବୀ, ଚାଷରୁ ମିଳୁଛି ଲକ୍ଷ ଲକ୍ଷ ଟଙ୍କା

ବଣ ଜଙ୍ଗଲରେ ଫୁଟୁଥିବା ଫୁଲରୁ ମହୁମାଛି ମଧୁ ସଂଗ୍ରହ କରିବା ଫଳରେ ଦୁଇ ମାସ ମଧ୍ୟରେ 60 କିଲୋ ମହୁ ଆଦାୟ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି । ଏହି ମହୁ କୁ ପଟ୍ଟାଙ୍ଗି ସ୍ଥିତ ଆଉ ଏକ ଉଦ୍ୟୋଗୀ ମହିଳା ସଂଘ କିଲୋ ପିଛା 350 ଟଙ୍କାରେ କିଣିନେବା ପାଇଁ ଵିଧିବଦ୍ଧ ଭାବେ ବ୍ୟବସ୍ଥା କରିଦିଆଯାଇଥିବା ଓରମାସ ର ଅଧିକାରୀ କହିଛନ୍ତି । ଗାଁ ନିକଟରେ ଉପଲବ୍ଧ ଜମି ରେ ସ୍ବଳ୍ପ ପରିଶ୍ରମ ରେ ସଫଳ ମହୁ ଚାଷ ହୋଇପାରିଥିବାରୁ ଭବିଷ୍ୟତ ରେ ନିରନ୍ତର ଭାବେ ମହୁଚାଷ କରିବେ ବୋଲି ଗ୍ରାମବାସୀ ଦୃଢ ବିଶ୍ଵାସ ସହ କହିଛନ୍ତି । ତେବେ କୋରାପୁଟର ବିବାଦୀୟ କୋଟିଆ ଅଞ୍ଚଳର ଆଦିବାସୀଙ୍କ ପାଇଁ ମହୁଚାଷ ଖୋଲିଛି ସ୍ବାବଲମ୍ବୀତାର ବାଟ ।

ଇଟିଭି ଭାରତ, କୋରାପୁଟ

Last Updated :Jan 23, 2024, 10:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.