ETV Bharat / state

ଗନ୍ଧରାଡ଼ି ଲୋକକଳା ମହୋତ୍ସବ ପାଇଁ ଉତ୍ସବ ମୁଖର ବୌଦ୍ଧ

author img

By ETV Bharat Odisha Team

Published : Jan 29, 2024, 10:42 AM IST

Updated : Jan 29, 2024, 12:37 PM IST

Etv Bharat
Etv Bharat

Gandharadi folk festival 2024: ବୌଦ୍ଧ ଜିଲ୍ଲା ଐତିହାସିକ ପୀଠ ଚାରିଶମ୍ଭୁ ପୀଠ ନିକଟରେ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଉଦଘାଟିତ ହୋଇଛି । ବିଭିନ୍ନ ସ୍ଥାନରେ ମହୋତ୍ସବ ଚାଲିଥିବା ବେଳ ଉତ୍ସବମୁଖର ହୋଇ ଉଠିଛି ଜିଲ୍ଲା । ଅଧିକ ପଢନ୍ତୁ

ଗନ୍ଧରାଡ଼ି ଲୋକକଳା ମହୋତ୍ସବ ପାଇଁ ଉତ୍ସବ ମୁଖର ବୌଦ୍ଧ

ବୌଦ୍ଧ: ପାରମ୍ପରିକ ଲୋକକଳା ସହିତ ଉତ୍ସବ ମୁଖର ହୋଇଉଠିଛି ବୌଦ୍ଧ ଜିଲ୍ଲା । ଅଞ୍ଚଳର ଲୁପ୍ତପ୍ରାୟ ଲୋକକଳା ଓ ସଂସ୍କୃତିକୁ ବଞ୍ଚାଇ ରଖିବାକୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ କଳା ମହୋତ୍ସବର ଆୟୋଜନ କରାଯାଇଥିବା ବେଳେ ରବିବାର ଦିନ ଜିଲ୍ଲାର ସ୍ବତନ୍ତ୍ର ପରିଚୟ ବହନ କରିଥିବା ଐତିହାସିକ ଚାରିଶମ୍ଭୁ ପୀଠ ନିକଟରେ ଗନ୍ଧରାଡ଼ି ଲୋକକଳା ମହୋତ୍ସବ ଉଦଘାଟିତ ହୋଇଛି । ଏହି ମହୋତ୍ସବରେ ସ୍ଥାନୀୟ ଅଞ୍ଚଳର ଅନେକ ଲୋକ ସାମିଲ ହୋଇଥିଲେ ।

ରବିବାର ଦିନ ବୌଦ୍ଧ ଜିଲ୍ଲାର ଐତିହାସିକ ପୀଠ ଚାରିଶମ୍ଭୁ ନିକଟରେ ଗନ୍ଧରାଡ଼ି ଲୋକ କଳା ମହୋତ୍ସବ- 2024 ଉଦଘାଟିତ ହୋଇଯାଇଛି । ପାରମ୍ପରିକ ଲୋକ ବାଦ୍ୟ ଓ ଲୋକ ନୃତ୍ୟରେ ଦୁଲୁକିଛି ଲୋକ କଳା ମହୋତ୍ସବର ସାଂସ୍କୃତିକ ମଣ୍ଡପ । ଗନ୍ଧରାଡ଼ି ଲୋକକଳା ମହୋତ୍ସବକୁ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିବା ବେଳେ ଅତିଥି ଭାବେ ପୂର୍ବତନ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର, ରାଜ୍ୟ ବୟନିକା ସଭାପତି ପ୍ରକାଶ ଚନ୍ଦ୍ର ମେହେର, ଗଗନ ଗୁରୁଜୀ ପ୍ରମୁଖ ଯୋଗ ଦେଇଥିଲେ ।

ଏହାମଧ୍ୟ ପଢନ୍ତୁ.. ଗୋପାଳପୁର ବେଳାଭୂମି ମହୋତ୍ସବର ତୃତୀୟ ସନ୍ଧ୍ୟା, ଦର୍ଶକଙ୍କ ମନ ମୋହିଲା ପ୍ରଜ୍ଞା ଓ ଶିଳ୍ପାଙ୍କ ସଂଗୀତ

ଜିଲ୍ଲାର ବିଭିନ୍ନ ସ୍ଥାନରେ ଲୋକ ମହୋତ୍ସବ ଚାଲିଥିବାରୁ ଜିଲ୍ଲାରେ ଉତ୍ସବର ମାହୋଲ ସୃଷ୍ଟି ହୋଇଛି । ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଏକକାଳୀନ ଭାବରେ ଲୋକକଳା ମହୋତ୍ସବ ଜାରି ରହିଛି । ଶନିବାର ଜିଲ୍ଲାର ହରଭଙ୍ଗା ଠାରେ ହରଭଙ୍ଗା ଲୋକ କଳା ମହୋତ୍ସବ ଉଦଘାଟିତ ହୋଇଥିବା ବେଳେ ମନମୁଣ୍ଡାର ତେଲନଦୀ କୂଳରେ ଅସୁରଗଡ ଲୋକ ମହୋତ୍ସବ ଅନୁଷ୍ଠିତ ହୋଇଥିଲା । ଏହି ମହୋତ୍ସବରେ ପ୍ରଥମଥର ପାଇଁ ପାରମ୍ପରିକ ଲୋକକଳାକୁ ବେଶ ପ୍ରାଧାନ୍ୟ ଦିଆଯାଇଛି ।

ଏହାମଧ୍ୟ ପଢନ୍ତୁ.. କାମାକ୍ଷାନଗର ମହୋତ୍ସବରେ ଉଦଘାଟିତ ହେଲା ପଲ୍ଲିଶ୍ରୀ ମେଳା

ସେହିଭଳି ବୌଦ୍ଧ ଜିଲ୍ଲାର ଉପାନ୍ତ ଖମନମୁଣ୍ଡା ପଞ୍ଚାୟତର ଦିଗୁନମାଲ ଗ୍ରାମରେ ଡୁମାଳ ସମ୍ପ୍ରଦାୟର ଆରାଧ୍ୟ ଦେବୀ ମାହେଶ୍ୱରୀଙ୍କ ମହୋତ୍ସବ ଆନନ୍ଦ ଉଲ୍ଲାସର ସହିତ ଅନୁଷ୍ଠିତ ହୋଇଯାଇଛି । ରବିବାର ଜିଲ୍ଲାର ଐତିହାସିକ ପୀଠ ଚାରିଶମ୍ଭୁ ପୀଠ ନିକଟରେ ଗନ୍ଧରାଡ଼ି ଲୋକକଳା ମହୋତ୍ସବ 2024 ଉଦଘାଟିତ ହୋଇଛି । ବୌଦ୍ଧ ସମେତ ଓଡ଼ିଶାର ଅନନ୍ୟ ଧାର୍ମିକ ତଥା ଐତିହାସିକ ବିଶ୍ଵ ବିଖ୍ୟାତ ହରିହର ମନ୍ଦିର ତଥା ଅଞ୍ଚଳର କଳା ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଆୟୋଜିତ ଏହି ଗନ୍ଧରାଡ଼ି ଲୋକକଳା ମହୋତ୍ସବରେ ଶତାଧିକ ଲୋକେ ଯୋଗ ଦେଇଥିଲେ ।


ଇଟିଭି ଭାରତ, ବୌଦ୍ଧ

Last Updated :Jan 29, 2024, 12:37 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.