ETV Bharat / state

ନିଆଳି ମାଧବାନନ୍ଦ ଜୀଉଙ୍କ ନିଆରା ଆମ୍ବ ତୋଟା, ରହିଛି ଦେଶପ୍ରେମୀଙ୍କ ପ୍ରତିମୂର୍ତ୍ତି

author img

By ETV Bharat Odisha Team

Published : Jan 23, 2024, 4:53 PM IST

Freedom Fighter Theme Park: ଆକର୍ଷଣ କେନ୍ଦ୍ର ବିନ୍ଦୁ ପାଲଟିଛି କଟକ ଜିଲ୍ଲା ନିଆଳି ବ୍ଳକର ମାଧବାନନ୍ଦ ଜୀଉଙ୍କ ସଦା ଦାସଙ୍କ ଆମ୍ବ ତୋଟା । ଏହି ଆମ୍ବ ତୋଟା ସହିଦ ସ୍ମୃତି ଉଦ୍ୟାନ ଉଦେଶ୍ୟରେ ନିର୍ମିତ ହୋଇଛି । ଅଧିକ ପଢନ୍ତୁ

ନିଆଳିର ନିଆରା ମାଧବାନନ୍ଦ ଜୀଉଙ୍କ ଆମ୍ବ ତୋଟା, ରହିଛି ଦେଶପ୍ରେମୀମାନଙ୍କ ପ୍ରତିମୂର୍ତ୍ତି
ନିଆଳିର ନିଆରା ମାଧବାନନ୍ଦ ଜୀଉଙ୍କ ଆମ୍ବ ତୋଟା, ରହିଛି ଦେଶପ୍ରେମୀମାନଙ୍କ ପ୍ରତିମୂର୍ତ୍ତି

ନିଆଳିର ନିଆରା ମାଧବାନନ୍ଦ ଜୀଉଙ୍କ ଆମ୍ବ ତୋଟା, ରହିଛି ଦେଶପ୍ରେମୀମାନଙ୍କ ପ୍ରତିମୂର୍ତ୍ତି

ନିଆଳି : ଚାଲିଛି ପିକନିକ୍ ଋତୁ । ରାଜ୍ୟର ବିଭିନ୍ନ ଦର୍ଶନୀୟ ସ୍ଥାନରେ ବଣଭୋଜି ପାଇଁ ଲୋକମାନଙ୍କ ଭିଡ଼ ଜମୁଛି । ଏପରି ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥଳ ହେଉଛି କଟକ ଜିଲ୍ଲା ନିଆଳି ବ୍ଳକର ମାଧବାନନ୍ଦ ଜୀଉଙ୍କ ଆମ୍ବ ତୋଟା ବା ସଦା ଦାସ ବିହାର। ଏହି ଆମ୍ବତୋଟାରେ ସହିଦ ସ୍ମୃତି ଉଦ୍ୟାନ ନିର୍ମାଣ ହୋଇଛି । ମହାପ୍ରଭୁ ଜଗନ୍ନାଥଙ୍କ ମାମୁଁ ଘର ମାଧବାନନ୍ଦ ଜୀଉଙ୍କ ସଦା ଦାସଙ୍କ ଆମ୍ବ ତୋଟା ଭାବେ ପରିଚିତ ଏ ସ୍ଥାନ ଦିନେ ଜରାଜୀର୍ଣ୍ଣ ଅବସ୍ଥାରେ ଜଙ୍ଗଲ ପଡିଥିଲା ।

ପ୍ରଶାସନର ସହଯୋଗରେ ଦେଢ କୋଟି ଟଙ୍କା ବ୍ୟୟରେ ଏବେ ସହିଦ ସ୍ମୃତି ଉଦ୍ୟାନରେ ପରିଗଣିତ ହୋଇଛି ସଦା ଦାସ ବିହାର । ଏ ଅଞ୍ଚଳର ଯୁବକ ତଥା ପୁଲୱାମା ଆକ୍ରମଣ ର ସହିଦ ମନୋଜ ବେହେରା ଙ୍କ ସହିଦ ସ୍ମୃତି ଏଠାରେ ନିର୍ମାଣ କରାଯାଇଛି । ଦେଶର ବରେଣ୍ୟ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ନେଇ ଏ ପ୍ରକାର ଥିମ୍ ପାର୍କ ର କଳ୍ପନା କରାଯାଇଛି ।

ଏହା ମଧ୍ୟ ପଢନ୍ତୁ .... ସତିଗୁଡା ଇକୋପାର୍କରେ ଜମୁଛି ପର୍ଯ୍ୟଟକଙ୍କ ଭିଡ

ଏହି ଉଦ୍ୟାନରେ ସଦାଦାଶଙ୍କ କୁଟିର ସାଙ୍ଗକୁ ଦାଣ୍ତି ଯାତ୍ରା ପ୍ରତିମୂର୍ତ୍ତି, ବିଭିନ୍ନ ସ୍ବାଧୀନତା ସଂଗ୍ରାମୀ ଯେମିତିକି ମହାତ୍ମାଗାନ୍ଧୀ, ବିଜୁ ପଟ୍ଟନାୟକ, ବାଜି ରାଉତ ଆଦିଙ୍କ ମୂର୍ତ୍ତି , ଗାନ୍ଧୀ କୁଟୀର, କଲ୍ୟାଣ ମଣ୍ତପ , ଅତିଥି ଭବନ, ପିଲା ମାନଙ୍କ ପାଇଁ ଖେଳକୁଦର ଉପକରଣ, ବୟସ୍କ ପାଇଁ ଓପନ ଜିମ,ବଣ ଭୋଜି ପାଇଁ ପିଣ୍ତି ସାଙ୍ଗକୁ ଓଡିଆ ଓ ଇଂରାଜୀ ଭାଷାରେ ଶିକ୍ଷଣୀୟ କଥା ବସ୍ତୁ ରହିଛି ।‌

ବିଶେଷ କରି ନିଆଳି, କଣ୍ଟାପଡ଼ା, ବାଲିପାଟଣା, ବାଲିଅନ୍ତା, ନିମାପଡ଼ା,ଗୋପ, କାକଟପୁର, ଅସ୍ତରଙ୍ଗ, କୋଣାର୍କ ଓ ଆଖପାଖ ଅଞ୍ଚଳର ସ୍ଵାଧୀନତା ସଂଗ୍ରାମୀ ମାନଙ୍କ ପ୍ରତିମୂର୍ତ୍ତି ସ୍ଥାନୀୟ ଲୋକ ବାହାରୁ ଆସୁଥିବା ପର୍ଯ୍ୟଟକମାନଙ୍କ ପାଇଁ ବେଶ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ପ୍ରତ୍ୟେକ ଦିନ ବିଭିନ୍ନ ଅଞ୍ଚଳରୁ ଲୋକ ମାନଙ୍କ ଛୁଅ ଛୁଟିବା ସହିତ ବଣଭୋଜିର ମଜା ଉଠାଉଛନ୍ତି ।‌ ମାଧବାନନ୍ଦ ଜୀଉଙ୍କ ସଦା ଦାସଙ୍କ ଆମ୍ବ ତୋଟା ୧୬ ଏକର ଜମି ମଧ୍ୟରୁ ୭ ଏକର ଜମିରେ ଗଢ଼ି ଉଠିଛି ସହିଦ ସ୍ମୃତି ଉଦ୍ୟାନ ତଥା ସଦା ଦାସ ବିହାର ଗଢି ଉଠିଛି । ତେବେ ଏହି ସ୍ଥାନର ରକ୍ଷଣାବେକ୍ଷଣ ସହିତ ଅଧିକ ବିକାଶ କରାଗଲେ ସ୍ଥାନୀୟ ପର୍ଯ୍ୟଟନ କ୍ଷେତ୍ରରେ ବୃଦ୍ଧି ହେବାର ସମ୍ଭାବନା ରହିଛି । ‌

ଇଟିଭି ଭାରତ, ନିଆଳି

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.