ETV Bharat / state

ମ୍ୟୁଚୁଆଲ ଫଣ୍ଡ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ, ପୋଲିସର ତଦନ୍ତ ଜାରି - Mutual fund investment fraud

author img

By ETV Bharat Odisha Team

Published : May 1, 2024, 1:20 PM IST

Mutual fund investment fraud
Mutual fund investment fraud

Mutual fund investment fraud: ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟ ଆଳରେ ଲକ୍ଷାଧିକ ଟଙ୍କାର ଠକେଇ ଅଭିଯୋଗ । ରାଜଧାନୀ ଭୁବନେଶ୍ୱରରେ ଏଭଳି ଠକେଇ ସାମ୍ନାକୁ ଆସିଛି । ମାମଲାରେ ଜଣେ ଗିରଫ ହୋଇଥିବା ବେଳେ ପୋଲିସ ତଦନ୍ତ ଜାରି ରହିଛି । ଅଧିକ ପଢନ୍ତୁ

Mutual fund investment fraud

ଭୁବନେଶ୍ୱର: ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟ ଆଳରେ ଲକ୍ଷାଧିକ ଟଙ୍କା ଠକି ନେଲେ ଦୁଇ ଭାଇ । ରାଜଧାନୀ ଭୁବନେଶ୍ୱରରୁ ଏଭଳି ଅଭିଯୋଗ ଆସିଛି । ଏନେଇ ଇନଭେଷ୍ଟକାରୀ ଥାନାର ଦ୍ୱାରସ୍ଥ ହୋଇଥିବା ବେଳେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି । ଠକେଇରେ ୨ ଭାଇଙ୍କ ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିବା ବେଳେ ସାନ ଭାଇ ଗିରଫ ହୋଇଥିବା ବେଳେ ବଡ ଭାଇକୁ ଧରିବା ପାଇଁ ପୋଲିସ ରେଡ୍ ଜାରି ରଖିଛି ।

ଏନେଇ ପୋଲିସର ସୂଚନା ଅନୁସାରେ, ରଶ୍ମୀରଞ୍ଜନ ଓ ଦେବିଶ୍ରୀ ନାମକ ଦୁଇ ଅଭିଯୋଗକାରୀ ମ୍ୟୁଚୁଆଲ ଫଣ୍ଡ ଇନଭେଷ୍ଟ ପାଇଁ ଏକ LKB ନାମକ ଏଜେନ୍ସିକୁ ଯାଇଥିଲେ । ସେଠାରେ‌ ଆକାଉଣ୍ଟାଣ୍ଟ କାମ କରୁଥିବା ରାଜେଶ ନାୟକ ଦେଖା ହୋଇଥିଲେ । ସେମାନେ ଅନ୍ୟତ୍ର ଇନଭେଷ୍ଟ କଲେ ଭଲ ରିଟର୍ଣ୍ଣିଂ ମିଳିବ ବୋଲି ଲୋଭ ଦେଖାଇଥିଲେ । ଏନେଇ ତାଙ୍କର ବଡ଼ ଭାଇ ତଥା ରାକେଶ ନାୟକକୁ ସାକ୍ଷାତ କରାଇ ସେ ଜଣେ ଅନଲାଇନ ଟ୍ରେଡିଙ୍ଗ ଏକ୍ସପର୍ଟ ଭାବେ ପରିଚୟ କରାଇଥିଲେ । ଦୁଇ ଭାଇଙ୍କ ସହିତ କଥା ହେବା ପରେ ଅଭିଯୋଗକାରୀ ଜଣକ ପ୍ରଥମ ଥରରେ ୧ ଲକ୍ଷ ୫୦ହଜାର ଟଙ୍କା ନିବେଶ କରିଥିଲେ ।

ଏହାମଧ୍ୟ ପଢନ୍ତୁ.. ଚେକ୍ ନକଲ କରି ଟଙ୍କା ଠକେଇ ରାକେଟ୍, ନକ୍ସଲ ଅଞ୍ଚଳରୁ ଠକକୁ ଗିରଫ କଲା EOW - Cheque Cloning

ଅଭିଯୁକ୍ତ ଦୁଇ ଭାଇ ଅଭିଯୋଗକାରୀଙ୍କ ମନରେ ବିଶ୍ବାସ ଜନ୍ମାଇବା ଲାଗି ତାଙ୍କୁ ମାସ ଶେଷରେ ୪ ଲକ୍ଷ ଟଙ୍କାର ରିଟର୍ଣ୍ଣିଂ ଆକାରରେ ଫେରସ୍ତ କରିଥିଲେ । ଏହା ଦେଖି ଅଭିଯୋଗକାରୀଙ୍କ ମନରେ ବିଶ୍ବାସ ଆସିଯାଇଥିଲା । ଏନେଇ ସେମାନେ ଆହୁରୀ ଟଙ୍କା ଟଙ୍କା ବିନିଯୋଗ କରିଥିଲେ । ଏହିପରି ଭାବେ ଠକ ଦୁଇ ଭାଇ ଅଭିଯୋଗକାରୀଙ୍କ ନିକଟରୁ ମୋଟ ୮୧ ଲକ୍ଷ ଟଙ୍କା ନେଇଥିବା ଅଭିଯୋଗ କରିଛନ୍ତି ଅଭିଯୋଗକାରୀ । ସେଥିରୁ ମାତ୍ର ୧୪ ଲକ୍ଷ ୯୩ ହଜାର ୬୩୦ ଟଙ୍କା ଫେରସ୍ତ କରିଥିବା ବେଳେ ବାକି ଟଙ୍କା ଫେରସ୍ତ ଲାଗି ଏକ ଚେକ ଦେଇଥିଲେ । ହେଲେ ଟଙ୍କା ନଥିବାରୁ ସେ ଚେକ୍ ବାଉନ୍ସ ହୋଇଯାଇଥିଲା ।ଟଙ୍କା ଫେରସ୍ତ ଲାଗି ଉଭୟ ଅଭିଯୁକ୍ତ ଦିନ ପରେ ଦିନ ଗଡାଇବା ଦେଖି ଅଭିଯୋଗକାରୀ ଏନେଇ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସାନ ଭାଇ ରାଜେଶ ନାୟକକୁ ଗିରଫ ହୋଇଥିବା ବେଳେ ବଡ ଭାଇ ଫେରାର ରହିଛି । ତାକୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ରେଡ କରିଛି ପୋଲିସ । ଦୁଇ ଭାଇଙ୍କ ଘର ଢେଙ୍କାନାଳ ଅଞ୍ଚଳରେ ହୋଇଥିବା ବେଳେ ଭୁବନେଶ୍ୱର ସ୍ଥିତ ସୁନ୍ଦରପଦା ଅଞ୍ଚଳରେ ରହି ଏହିଭଳି ଠକାମି କରୁଥିବା ଜଣାପଡିଛି । ଏପରିିକି ରାଜେଶ ନାୟକର ଶ୍ୱଶୁର ଜଣେ ପୋଲିସ ଏଏସଆଇ ଥିବା ବେଳେ ସେ ଏମାନଙ୍କ ଠକେଇ ପାଇଁ ପୋଲିସର ସୁରକ୍ଷା ଦେଉଥିବା ଅଭିଯୋଗକାରିଣୀ ଅଭିଯୋଗ ଆଣିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.