ETV Bharat / state

ପଣ୍ଡ ହେଲା ଲୁଟ୍ ଉଦ୍ୟମ, ତିନି ରାଉଣ୍ଡ ଫାଙ୍କା ଗୁଳି ଚଳାଇ ଖସିଗଲେ ଦୁର୍ବୃତ୍ତ - Firing By Miscreants

author img

By ETV Bharat Odisha Team

Published : Apr 22, 2024, 10:50 PM IST

Firing By Miscreants
Firing By Miscreants

Firing By Miscreants: ଦମ୍ପତିଙ୍କ ଠାରୁ ଚେନ ଛଡ଼ାଇବାକୁ ଉଦ୍ୟମ କରି ବିଫଳ ହେଲେ ଦୁର୍ବୃତ୍ତ । ଉପସ୍ଥିତ ବୁଦ୍ଧି ଯୋଗୁ ବର୍ତ୍ତିଗଲେ ମହିଳା । ଅଧିକ ପଢନ୍ତୁ

Firing By Miscreants

ଖୋର୍ଦ୍ଧା: ଦମ୍ପତିଙ୍କ ଠାରୁ ଚେନ ଛଡ଼ାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ତିନି ରାଉଣ୍ଡ ଫାଙ୍କା ଗୁଳିଚାଳନା କରି ଦୁଇ ଦୁର୍ବୃତ୍ତ ଫେରାର । ବାଘମାରି ଥାନା ଅଧୀନ ବାଘମାରି ସିମୋର ରାସ୍ତାରେ ଏଭଳି ଘଟଣା ଘଟିଛି । ସୂଚନା ଅନୁଯାୟୀ, ସାରୁଅ ଗ୍ରାମର କରୁଣାକର ଜେନା ଓ ତାଙ୍କ ପତ୍ନୀ ତପସ୍ୱିନୀ ବିଶ୍ଵାଳ ଦୁଇ ପିଲାଙ୍କୁ ନେଇ ବାଙ୍କୀ ଗୋପାଳପୁରରୁ ନିଜଗ୍ରାମ ଅଭିମୁଖେ ଫେରୁଥିଲେ । ସେମାନଙ୍କୁ ଗଂପୁର ଗ୍ରାମ ନିକଟରୁ ଏକ ମୋଟର ସାଇକେଲରେ ଦୁଇ ଦୁର୍ବୃତ୍ତ ପିଛା କରିଥିଲେ ।

ସିମର ବାଘମାରି ମଝିରେ ଦୁଇ ଦୁର୍ବୃତ୍ତ ଖୁବ ଚତୁରତାର ସହ ସେମାନଙ୍କୁ ଅନ୍ୟମନସ୍କ କରାଇବାକୁ ଚେଷ୍ଟା କରିଥିଲେ । ପଛଆଡୁ ବାଇକରେ ଶାଢ଼ୀ ପସିଗଲାଣି ବୋଲି କହିଥିଲେ କିନ୍ତୁ ଏହାକୁ ତପସ୍ୱନୀ ଦେଖି ମନା କରିଥିଲେ । ପରେ ଦୁଇ ଦୁର୍ବୃତ୍ତ ବାଇକ ଆଗକୁ ମାଡ଼ି ଆସି ଏକ ରାଉଣ୍ଡ ଫାଙ୍କା ଗୁଳି ଫୁଟାଇ ଭୟଭୀତ କରି ବେକରୁ ସୁନା ଚେନ ଛିଡାଇବାକୁ ଉଦ୍ୟମ କରିଥିଲେ । ତେବେ ତପସ୍ୱିନୀ କୌଶଳ କ୍ରମେ ସେମାନଙ୍କୁ କାବୁ କରିବା ସହ ଚିତ୍କାର କରିଥିଲେ । ନିକଟରେ କ୍ରିକେଟ ଖେଳୁଥିବା ପିଲାମାନେ ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଦୁର୍ବୃତ୍ତମାନଙ୍କୁ ଧରାପଡ଼ିଯିବା ଭୟ ଘାରିଥିଲା । ସେମାନେ ଆଉ ଦୁଇ ରାଉଣ୍ଡ ଫାଙ୍କା ଗୁଳି ଚାଳନା କରି ଘଟଣାସ୍ଥଳରୁ ଚମ୍ପଟ ମାରିଥିବା ଜଣାପଡ଼ିଛି । ଖବର ପାଇ ଘଟଣା ସ୍ଥଳରେ ବାଘମାରି ପୁଲିସ ପହଞ୍ଚି ଗୋଟିଏ ଖୋକା ଜବତ କରିଛି ।

ଏହା ବି ପଢନ୍ତୁ...ନିର୍ବାଚନ ଚେକିଂ କହି ଲୁଟି ନେଲେ ନକଲି ପୋଲିସ - Cuttack Loot

ଏହା ବି ପଢନ୍ତୁ...ବନ୍ଧୁକ ଦେଖାଇ ବ୍ୟାଙ୍କରୁ ଡକାୟତି, 9ଲକ୍ଷରୁ ଅଧିକ ଟଙ୍କା ଧରି ଲୁଟେରା ଫେରାର - Bargarh Loot

ଏହା ବି ପଢନ୍ତୁ...କଟକରେ ଦୁଇ ଲୁଟେରା ଗିରଫ, ନିଶା ଦେଇ କରୁଥିଲେ ଲୁଟ - TWO LOOTERA ARRESTED

ଏହାସହ ଦମ୍ପତିଙ୍କୁ ଥାନାକୁ ଆଣି ପଚାରଉଚରା କରିଛି ପୋଲିସ । ବିଭିନ୍ନ ଛକମାନଙ୍କରେ ଲାଗିଥିବା ସିସିଟିଭି ଫୁଟେଜକୁ ଯାଞ୍ଚ କରାଯାଇଛି। କୌଣସି ଲୁଟ୍ ହୋଇନଥିବାରୁ ଲିଖିତ ଅଭିଯୋଗ କରିବାକୁ ଦମ୍ପତି ମନା କରିଥିବା କହିଛନ୍ତି ବାଘମାରି ଥାନା ଅଧିକାରୀ ଶମ୍ଭୁ ନାଥ ନାୟକ । ଦିନ ଦ୍ବିପହରେ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇ ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି । ରାଜରାସ୍ତା ଉପରେ ବିଭିନ୍ନ ସମୟରେ ଏଭଳି ଛିନତାଇ ଓ ଗୁଳି ମାଡ଼ ପୋଲିସର ଚିନ୍ତା ବଢାଇଛି ।

ଇଟିଭି ଭାରତ, ଖୋର୍ଦ୍ଧା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.