ETV Bharat / state

କଟକରେ ଦୁଇ ଲୁଟେରା ଗିରଫ, ନିଶା ଦେଇ କରୁଥିଲେ ଲୁଟ - TWO LOOTERA ARRESTED

author img

By ETV Bharat Odisha Team

Published : Apr 18, 2024, 9:21 PM IST

ଲୁଟେରା ଗିରଫ
ଲୁଟେରା ଗିରଫ

Two Robber arrested: ନିଶା ଦେଇ ଲୁଟ କରିବା ମାମଲାରେ କଟକ ପୋଲିସ ଦୁଇ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ଅଧିକ ପଢ଼ନ୍ତୁ,

ଲୁଟେରା ଗିରଫ

କଟକ: ଗିରଫ ହେଲେ ଦୁଇ ନିଶା ଦିଆ ଲୁଟେରା । କଟକ ସଦର ଥାନା ପୋଲିସ ହାର୍ଡକୋର ଲୁଟେରା ଅଜୟ କୁମାର ବେହେରା ଓ ବିକ୍ରମ ବିଶ୍ୱାଳକୁ ଗିରଫ କରିଛନ୍ତି । ତେବେ ଆଜି ସେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ଦୁଇ ଅଭିଯୁକ୍ତ ସହରର ବିଭିନ୍ନ ବ୍ୟବସାୟୀଙ୍କୁ ଚା’ ଓ ଥଣ୍ଡାରେ ନିଶା ଦେଇ ଲୁଟ କରୁଥିବା ପୋଲିସ କହିଛନ୍ତି । ଦୁଇ ଲୁଟେରାଙ୍କ ନାମରେ ପଚିଶରୁ ଊର୍ଦ୍ଧ୍ବ ମାମଲା ଥିବା ସାମ୍ବାଦିକ ସମ୍ମିଳନୀରେ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ମୁତବାକ, ଗତ ୨୯ ତାରିଖରେ କଟକ ଜିଲ୍ଲା ଗୋପାଳପୁର ଅଞ୍ଚଳରେ ମଧ୍ୟାହ୍ନ ସମୟରେ ବାଇକରେ ଦୁଇ ଜଣ ଦୁର୍ବୃତ୍ତ ଆସି ମଟନ କିଣିବା ପାଇଁ କହିଥିଲେ । ଏହାପରେ ବ୍ୟବସାୟୀଙ୍କୁ ଗୁଟଖା ଖାଇବାକୁ ଦେଇଥିଲେ । ଯେଉଁଥିରେ ସେମାନେ ଆଗରୁ ନିଶା ଔଷଧ ମିଶାଇ ଥିଲେ । ଫଳରେ ସେ ଦୋକାନୀ ବେହୋସ ହୋଇଯାଇଥିଲେ ପରେ ଉକ୍ତ ଦୋକାନରୁ ଟଙ୍କା, ମୋବାଇଲ ଓ ଜରୁରୀ କାଗଜପତ୍ର ଲୁଟ କରି ଫେରାର ହୋଇଯାଇଥିଲେ ଦୁଇ ଲୁଟେରା । ଲୁଟର ଶିକାର ହୋଇଥିବା ବ୍ୟବସାୟୀ ହେଉଛନ୍ତି ନିଆଳି ଅଞ୍ଚଳର ବାସିନ୍ଦା ମେହେରବାନ ଶାହା । ଏହି ଘଟଣା ଘଟିବା ପରେ ଘଟଣା ସ୍ଥଳରେ ପୋଲିସ ପହଞ୍ଚି ବ୍ୟବସାୟୀକୁ ମେଡିକାଲ ସ୍ଥାନାନ୍ତର କରିଥିଲା । ଆଜି ଏହି ଦୁଇ ହାର୍ଡକୋର ଲୁଟେରାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ । ଲୁଟେରାଙ୍କ ପାଖରୁ ତିନୋଟି ମୋବାଇଲ ସମେତ ଟଙ୍କା ଏବଂ ନିଶା ଔଷଧ ଜବତ କରାଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ.... ଲୁଟେରାଙ୍କ 'ପାରାଲିସିସ୍ ମେଡିସିନ' ଫଣ୍ଡା, ନିଶା ଦେଇ ଲୁଟ୍ ଘଟଣାରେ ୨ ଗିରଫ - TWO LOOTERA ARRESTED

ଲୋକଙ୍କୁ ନିଶା ଲୁଟ କରିବା ଲୁଟେରାଙ୍କର ଏକ ନୂଆ ଫଣ୍ଡା ପାଲଟିଛି । ତେବେ କିଛିଦିନ ତଳେ ଭୁବନେଶ୍ବରର ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ୪୧ ହଜାର ଲୁଟ କରି ନେଇଥିଲେ ଦୁର୍ବୃତ୍ତ । ପ୍ରଥମେ ଲିଫ୍ଟ ଦେବା ବାହାନାରେ ଆଚାର୍ଯ୍ୟବିହାରରେ ଅଟୋରେ ବସାଇ ନେଇ ବାଟରେ ଥଣ୍ଡା ପାନୀୟରେ ନିଶା ବଟିକା ମିଶାଇ ଅଚେତ କରିଦେଇଥିଲେ । ଏହାପରେ ଟଙ୍କା ନେଇ କଟକ ଜଗତପୁରରେ ତାଙ୍କୁ ଅଚେତ ଅବସ୍ଥାରେ ଛାଡ଼ି ଦେଇଥିଲେ । ଏହି ଘଟଣା ପରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନେ ବ୍ୟବହାର କରିଥିବା ଅଟୋକୁ ଜବତ କରିଛି ପୋଲିସ । ପରେ ଲୁଟ ଟଙ୍କା ସହ ୨ଟି ମୋବାଇଲ ଓ କିଛି ନିଶା ବଟିକା ଜବତ କରିଥିଲେ ପୋଲିସ । ଏହି ଭଳି ନିଶା ଦେଇ ଲୁଟ୍ ପାଇଁ ଭୁବନେଶ୍ୱରର ବିଭିନ୍ନ ଛକ ଓ ଟ୍ରାଫିକ ପୋଷ୍ଟ ଭଳି ଜନଗହଳି ସ୍ଥାନରେ ସେମାନେ ବୁଲୁଥିଲେ ବୋଲି କହିଛି ପୋଲିସ । ବିଶେଷ କରି ବୟସ୍କ ଲୋକ ତଥା ଧନୀ ଲୋକଙ୍କୁ ସେମାନେ ଟାର୍ଗେଟ କରିଥାନ୍ତି ।

ଇଟିଭି ଭାରତ, କଟକ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.