ETV Bharat / state

ନୂଆପଡାରୁ ଆସିଲା ଚେତାବନୀ, ଚାଷ ଜମିକୁ ପାଣି ନାହିଁ ତ ଭୋଟ ନାହିଁ - IRRIGATION PROBLEM

author img

By ETV Bharat Odisha Team

Published : Apr 14, 2024, 1:39 PM IST

NON IRRIGATED ACTION COMMITTEE
NON IRRIGATED ACTION COMMITTEE

Farmers Threat To Boycott Election: ଚାଷ ଜମିକୁ ପାଣିନାହିଁ ତ ଭୋଟନାହିଁ । ଏଭଳି ସ୍ଲୋଗାନ ଦେଇ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ଚେତାବନୀ ଦେଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି । ଅଧିକ ପଢନ୍ତୁ

NON IRRIGATED ACTION COMMITTEE

ନୂଆପଡା: ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବାକୁ ନିଷ୍ପତ୍ତି ନେଇଛି ନୂଆପଡା ଜିଲ୍ଲା ଅଣ ଜଳସେଚିତ କ୍ରିୟାନୁଷ୍ଠାନ କମିଟି । ଚାଷ ଜମିକୁ ପାଣିନାହିଁ ତ ଭୋଟନାହିଁ,ଏଭଳି ସ୍ଲୋଗାନ ଦେଇ ଚୂଡାନ୍ତ ନିଷ୍ପତ୍ତି ନେଇଛି କ୍ରିୟାନୁଷ୍ଠାନ କମିଟି । ଶନିବାର ସାନମହେଶ୍ୱର, ବରଗାଁ, ପେଣ୍ଡରାବନ୍ଧ, ଭୋଜପୁର, ଚନାବେଡା 5ଗୋଟି ଗ୍ରାମପଞ୍ଚାୟତର ଲୋକଙ୍କୁ ନେଇ ପୋଡାପାଲି ଗାଁଠାରେ କୃଷକ ସମାବେଶ ଅନୁଷ୍ଠିତ ହୋଇଥିଲା । ବୈଠକରେ ଆଲୋଚନା ପରେ ଏପରି ନିଷ୍ପତ୍ତି ନିଆଯାଇଛି ।

ଏହା ମଧ୍ୟ ପଢନ୍ତୁ-ମୌଳିକ ସୁବିଧାରୁ ବଞ୍ଚିତ ଗ୍ରାମବାସୀ, ଭୋଟ ବର୍ଜନର ଚେତାବନୀ ଦେଲେ ଲୋକେ - villagers threat election boycott

ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ତିଖାଲି ଗାଁଠାରେ ରହିଛି ଲୋୟର ଇନ୍ଦ୍ର ଡ୍ୟାମ । ଏହି ଡ୍ୟାମ ନିର୍ମାଣରେ 31ଗୋଟି ଗାଁ ବୁଡିଯାଇଥିବା ବେଳେ ହଜାର ହଜାର ପରିବାର ଅନ୍ୟତ୍ର ବିସ୍ଥାପିତ ହୋଇତିଲେ । ହେଲେ ଦୀପ ତଳ ଅନ୍ଧାର ସଦୃଶ୍ୟ ଡ୍ୟାମଠାରୁ ମାତ୍ର 3 କିଲୋମିଟର ଦୂରତାରେ ରହିଥିବା 5ଗୋଟି ଗ୍ରାମପଞ୍ଚାୟତର 25ଗୋଟି ଗାଁର ଚାଷ ଜମିକୁ ଜଳସେଚନ ହୋଇପାରିନାହିଁ । ସରକାରଙ୍କ ଜଳସମ୍ପଦ ବିଭାଗ ଏହି 5ଟି ଗ୍ରାମପଞ୍ଚାୟତ ପ୍ରତି ଅଣଦେଖା କରିଥିବା ଲୋକେ ଅଭିଯୋଗ କରିଛନ୍ତି । ଲୋକେ ନିଜ ଘରଦ୍ୱାର ଜମିବାଡ଼ି ହରାଇ ଡ୍ୟାମ ନିର୍ମାଣ ପାଇଁ ସରକାରଙ୍କୁ ଜମି ଦେଇଥିବା ବେଳେ ଏବେ ଗ୍ରାମବାସୀଙ୍କୁ ପାଣି ମିଳୁନାହିଁ ।

ଏହା ମଧ୍ୟ ପଢନ୍ତୁ-ପାଣି ନାହିଁ ତ ଭୋଟ ନାହିଁ; ନିର୍ବାଚନ ଆଗରୁ ଚେତାବନୀ ଦେଲେ ଗାଁ ଲୋକେ - Drinking Water Problem

ଲୋୟର ଇନ୍ଦ୍ର ଡ୍ୟାମ 2000 ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶିଳାନ୍ୟାସ କରିଥିଲେ । 2020 ମସିହାରେ ଏହି ଡ୍ୟାମ ପୂର୍ଣ୍ଣାଙ୍ଗ ହୋଇଛି । ଡ୍ୟାମର ପାଣି ପଡୋଶୀ ବଲାଙ୍ଗୀର ଜିଲ୍ଲାର ଚାଷଜମିକୁ 60 ପ୍ରତିଶତ ଜଳ ଆବଣ୍ଟନ କରାଯାଉଛି । ନୂଆପଡା ଜିଲ୍ଲାରେ ଡ୍ୟାମ ଥାଇ ମଧ୍ୟ 40 ପ୍ରତିଶତ ଚାଷଜମିରେ ଜଳ ଆବଣ୍ଟନ କରାଯାଉଛି । ଅପରପକ୍ଷେ ଡ୍ୟାମକୁ ଲାଗି ରହିଥିବା 5ଗୋଟି ଗ୍ରାମପଞ୍ଚାୟତର ଚାଷ ଜମିକୁ ଜଳ ଆବଣ୍ଟନ କରାଯାଉନାହିଁ । ଏହି ସବୁ ଗ୍ରାମପଞ୍ଚାୟତବାସୀ 2014 ମସିହା ଠାରୁ ଚାଷ ଜମିକୁ ଜଳ ଯୋଗାଣ ପାଇଁ ସରକାରଙ୍କୁ ଦାବି କରି ଆସୁଛନ୍ତି । ହେଲେ ସରକାର କିମ୍ବା ବିଭାଗୀୟ ମନ୍ତ୍ରୀ, ବିଧାୟକ କେବଳ ମିଠା ପ୍ରତିଶୃତି ଦେଇ ଠକି ଆସିଛନ୍ତି । ଏହାର ପ୍ରତିବାଦରେ ଚାଷଜମିକୁ ପାଣିନାହିଁ ତ ଭୋଟନାହିଁ କହି ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି ହଜାର ହଜାର ଭୋଟର ।

ଇଟିଭି ଭାରତ, ନୂଆପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.