ETV Bharat / state

ପାଣି ନାହିଁ ତ ଭୋଟ ନାହିଁ; ନିର୍ବାଚନ ଆଗରୁ ଚେତାବନୀ ଦେଲେ ଗାଁ ଲୋକେ - Drinking Water Problem

author img

By ETV Bharat Odisha Team

Published : Apr 9, 2024, 11:27 AM IST

Updated : Apr 9, 2024, 12:07 PM IST

Water problem in Alingi village
Water problem in Alingi village

Drinking water problem in Alingi village: ଜଳ ସମସ୍ୟାରେ ଯୁଝି ହେଉଛନ୍ତି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଉତ୍ତାରଣ ପଞ୍ଚାୟତ ଅଲିଙ୍ଗି ଗ୍ରାମବାସୀ । ଏଥର ପାଣି ନାହିଁ ତ ଭୋଟ ନାହିଁ ଚେତାବନୀ ଦେଲେ ଗ୍ରାମବାସୀ । ଅଧିକ ପଢନ୍ତୁ

Water problem in Alingi village

ନିଆଳି: 'ପାଣି ନାହିଁ ତ ଭୋଟ ନାହିଁ' । ଭୋଟ ବର୍ଜନ ଚେତାବନୀ ସହ ଗରା, ବାଲଟି ଧରି ମହିଳାଙ୍କ ପ୍ରତିବାଦ । କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଉତ୍ତାରଣ ପଞ୍ଚାୟତ ଅଲିଙ୍ଗି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।‌ ପାଇପ ଲାଇନ୍ ବିଛାଯାଇଛି, ଓଭରହେଡ ଟାଙ୍କି ବି ନିର୍ମାଣ ହୋଇଛି କିନ୍ତୁ ପାଣି ମିଳୁନଥିବା ନେଇ ଅଭିଯୋଗ କରିଛନ୍ତି ଅଲିଙ୍ଗି ଗ୍ରାମବାସୀ ।

ସୂଚନା ଅନୁସାରେ, ୨୦୨୧ ଏବଂ ୨୦୨୨ ଆର୍ଥିକ ବର୍ଷରେ କଟକ ଜିଲ୍ଲା କଣ୍ଟାପଡ଼ା ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଏବଂ ପରିମଳ ଖଣ୍ତ କଟକ ପକ୍ଷରୁ ଅଲିଙ୍ଗି ଗ୍ରାମରେ ୯୦ ଲକ୍ଷ ୮୩ ହଜାର ଟଙ୍କାରେ ଓଭରହେଡ ଟାଙ୍କି ନିର୍ମାଣ ସହ ପାଇପ ଲାଇନ୍ ବିଛା ହୋଇଥିଲା । ଏଥିସହ ଘର ସମ୍ମୁଖରେ ଟ୍ୟାପ ବସିଥିଲା । ହେଲେ ସେଥିରେ ପାଣି ଆସୁନି । ରାଜ୍ୟ ସରକାରଙ୍କ ଦ୍ଵାରା ଅନେକ ଯୋଜନାମାନ ପ୍ରସ୍ତୁତ କରାଯାଉଥିବା ବେଳେ ସାଧାରଣ ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇଦେବା ପାଇଁ ବସୁଧା ପାନୀୟ ଜଳ ଯୋଜନା କରାଯାଇଛି । ହେଲେ ଅଲିଙ୍ଗି ଗ୍ରାମରେ ବସୁଧା ଯୋଜନା କାର୍ଯ୍ୟକାରୀ ହେବା ଦିନଠାରୁ ଲୋକେ ପାଣି ପାଇ ପାରୁନଥିବା ଅଭିଯୋଗ ହୋଇଛି । ଏନେଇ ସ୍ଥାନୀୟ ଲୋକେ ସୂଚନା ଫଳକରେ ଦିଆଯାଇଥିବା ମୋବାଇଲ ନମ୍ବରରେ ଯୋଗାଯୋଗ କରି ପାଣି ସମସ୍ୟା ସମ୍ପର୍କରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ସମସ୍ୟାର ସମାଧାନ ହୋଇପାରିନଥିବା ଅଭିଯୋଗ ହୋଇଛି ।

ଏହା ମଧ୍ୟ ପଢନ୍ତୁ- ଅସହ୍ୟ ଖରାରେ ଦାଉ ସାଧୁଛି ଜଳସଙ୍କଟ, ଶୁଖି ଗଲାଣି ନାଳ ଗାଡିଆ

ସେହିପରି ଟ୍ୟାପଗୁଡିକ ବହୁ ସ୍ଥାନରେ ଭାଙ୍ଗିରୁଜି ଯିବା ସହିତ ଅନେକ ସ୍ଥାନରେ ଟ୍ୟାପରେ କଳଙ୍କି ଲାଗି ଗଲାଣି । ଅଲିଙ୍ଗି ଗ୍ରାମରେ ୫ ଶହ ପରିବାର ରହୁଥିବା ବେଳେ ଲୋକ ସଂଖ୍ୟା ୨ ହଜାର ପାଖାପାଖି । ଗୋଟିଏ ପଟେ ଖରା ଅନ୍ୟପଟେ ଦୀର୍ଘ ଦିନ ଧରି ବସୁଧା ଯୋଜନାରେ ଅଲିଙ୍ଗି ଗ୍ରାମବାସୀ ପାଣି ପାଉନଥିବା ନେଇ ଗୁରୁତର ଅଭିଯୋଗ ହୋଇଛି । ତେଣୁ ପାଣି ମିଳୁନଥିବାରୁ ଗ୍ରାମବାସୀମାନେ ଓଭରହେଡ ଟାଙ୍କି ନିକଟରେ ପ୍ରତିବାଦ କରିବା ସହିତ ପାଣି ନାହିଁ ତ ଭୋଟ ନାହିଁ ବୋଲି ଚେତାବନୀ ଦେଇଛନ୍ତି ।

ଏନେଇ ଉତ୍ତାରଣ ପଞ୍ଚାୟତ ସରପଞ୍ଚ ହେମନ୍ତ କୁମାର ମଲ୍ଲିକ କହିଛନ୍ତି, ଏ ସମ୍ପର୍କରେ ସେ ଅବଗତ ଅଛନ୍ତି ଏବଂ ମଟର ସମସ୍ୟା ଯୋଗୁଁ ପାଣି ସମସ୍ୟା ଉପୁଜିଛି ତେଣୁ ସେ ଏ ବାବାଦରେ ବିଭାଗୀୟ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ବିଭାଗ ଅଧିକାରୀଙ୍କୁ ଏକ ପତ୍ର ଲେଖିଛନ୍ତି ବୋଲି କହିଛନ୍ତି ।

ଇଟିଭି ଭାରତ, ନିଆଳି

Last Updated :Apr 9, 2024, 12:07 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.