ETV Bharat / state

ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତେଜିଲା ଚାଷୀ ଆନ୍ଦୋଳନ, ୧୨ ଘଣ୍ଟିଆ ବନ୍ଦ ସଫଳ

author img

By ETV Bharat Odisha Team

Published : Jan 20, 2024, 8:10 PM IST

ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତିଜିଲା ଚାଷୀ ଆନ୍ଦୋଳନ ,୧୨ ଘଣ୍ଟିଆ ବନ୍ଦ ସଫଳ
ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତିଜିଲା ଚାଷୀ ଆନ୍ଦୋଳନ ,୧୨ ଘଣ୍ଟିଆ ବନ୍ଦ ସଫଳ

Paddy Procurement Issue: ଗୁଡଭେଳା ବ୍ଲକରେ ଧାନ କିଣା ଅବ୍ୟବସ୍ଥା । ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ । ଗୁଡ଼ଭେଲା ଓ ତୁଷୁରା 12 ଘଣ୍ଟିଆ ବନ୍ଦ କରିବା ସହ ଦେଲେ ଧାରଣା । ଅଧିକ ପଢନ୍ତୁ

ଧାନ କିଣା ଅବ୍ୟବସ୍ଥା: ଗୁଡଭେଳା ତିଜିଲା ଚାଷୀ ଆନ୍ଦୋଳନ ,୧୨ ଘଣ୍ଟିଆ ବନ୍ଦ ସଫଳ

ବଲାଙ୍ଗୀର: ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅବ୍ୟବସ୍ଥାକୁ ବିରୋଧ । ଗୁଡଭେଲା ବ୍ଲକରେ 12 ଘଣ୍ଟିଆ ବନ୍ଦ ଡାକରା ଦେଲେ ଚାଷୀ । କଟନୀ ଛଟନୀ ଓ ଟୋକନ ଲ୍ୟାପସ ଭଳି ବିଭିନ୍ନ ସମସ୍ୟାକୁ ଚାଷୀ ଅସନ୍ତୋଷ । ବନ୍ଦ ଡାକରାରେ ଗାଡ଼ି ଚଳାଚଳ ଦୋକାନ ବଜାର ସବୁ ବନ୍ଦ । ତୁଷୁରା ଗୁଡଭେଳା ବଲାଙ୍ଗୀର ରାସ୍ତା ଅବରୋଧ ।

ବଲାଙ୍ଗୀର ଧାନ କିଣାରେ ଘୋର ଅବ୍ୟବସ୍ଥାକୁ ବିରୋଧ କରି ଆନ୍ଦୋଳନକୁ ଓହ୍ଲାଇଲେ ଚାଷୀ । ଏହାକୁ ନେଇ ପ୍ରଶାସନ କୌଣସି ପଦକ୍ଷେପ ନ ନେବାରୁ ତୁଷୁରା ଗୁଡଭେଲା ବ୍ଲକ 12 ଘଣ୍ଟିଆ ବନ୍ଦ କରିଛନ୍ତି ଚାଷୀ । ତେବେ ଆଜି ସକାଳୁ ଏହି ଅଞ୍ଚଳର ଚାଷୀ ଏକତ୍ରିତ ହୋଇ ଆନ୍ଦୋଳନ କରିଛନ୍ତି । ଯାହାକୁ ଅନ୍ୟ ସଂଗଠନ ମାନେ ମଧ୍ୟ ସମର୍ଥନ ଦେଇ ଆନ୍ଦୋଳନରେ ସାମିଲ ହୋଇଛନ୍ତି । ବିଭିନ୍ନ ସ୍ଥାନରେ ଚାଷୀମାନେ ଟାୟାର ଜାଳି ରାସ୍ତା ଅବରୋଧ କରିବା ସହ ଧାରଣା ଦେଇଛନ୍ତି ।

ସେପଟେ ଏହି ବନ୍ଦରେ ଏହି ଅଞ୍ଚଳରେ ଗାଡ଼ି ଚଳାଚଳ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି । ଦୋକାନ ବଜାର ଓ ସବୁ ବ୍ୟବସାୟୀକ ଅନୁଷ୍ଠାନ ମଧ୍ୟ ଏଥିରେ ବନ୍ଦ ରହିଛି । ତେବେ ତୁଷୁରା ଗୁଡଭେଲା ବ୍ଲକ ବଲାଙ୍ଗୀର, କଳାହାଣ୍ଡି, ସୁବର୍ଣ୍ଣପୁର ଓ କଣ୍ଟାମାଳ ଜିଲ୍ଲାର ସୀମାରେ ଥିବା ଏକ ଗୁରୁତ୍ଵପୂର୍ଣ୍ଣ ବ୍ୟବସାୟିକ ପେଣ୍ଠସ୍ଥଳୀ ଅଟେ । ଏହି ବନ୍ଦ ଯୋଗୁଁ ଲୋକେ ନାହିଁ ନଥିବା ହଇରାଣ ହୋଇଛନ୍ତି । ସେହିପରି ଏହି ବନ୍ଦ ଦ୍ଵାରା ସାଧାରଣ ଜୀବନ ଯାପନ ଏଠି ଠପ୍ ହୋଇ ଯାଇଛି ।

ଏହା ମଧ୍ୟ ରଢନ୍ତୁ .....ବୋଲଗଡକୁ ମରୁଡି ଘୋଷଣା ଓ ଋଣ ଛାଡ ଦାବିରେ ଚାଷୀଙ୍କ ଧାରଣା

ସୂଚନା ଅନୁସାରେ ଏହି ଅଞ୍ଚଳର ନୂଆପଡ଼ା ମଣ୍ଡିର ଜଣେ ଚାଷୀ ଅଶୋକ ମେହେର ତାଙ୍କ ଧାନ ବିକ୍ରି କରିବାକୁ ଆସିଥିଲେ । ତେବେ ତାଙ୍କ ଟୋକାନ ଲ୍ୟାପସ ହୋଇଥିବାର ସେ ଏଠି ଜାଣିବାକୁ ପାଇଥିଲେ । ସେହିପରି ମଣ୍ଡିରେ ଦଶ କେହି କଟଣୀ ହେଲେ ତାଙ୍କ ଧନା ବିକ୍ରି ହେବ ବୋଲି କୁହାଯାଇଥିଲା । ଯାହା ପରେ ଚାଷୀ ଅଶୋକ ମେହେର ଏଥିରେ ଭାଙ୍ଗି ପଡ଼ି ମଣ୍ଡିରେ ହିଁ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏବଂ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରା ଯାଇଥିଲା । ତେବେ ସେ ବର୍ତ୍ତମାନ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହେଉଥିବାର ଜଣାପଡ଼ିଛି ।

ତେବେ ଏଠିକାର ସବୁ ଧାନ ମଣ୍ଡିରେ ସମାନ ଅବ୍ୟବସ୍ଥା ଥିବା ବେଳେ ମିଲରମାନେ ମନମାନି କରୁଥିବାର ଅଭିଯୋଗ ଆସିଛି । ସେହିପରି ମଣ୍ଡିରେ ପ୍ରତ୍ୟେକ କ୍ୟୁଣ୍ଟାଲରେ ୮ରୁ ୧୦ କେଜି ଧାନ କଟନି ହେଉଥିବାର ଆନ୍ଦୋଳନରତ ଥିବା ଚାଷୀ ସୋମନାଥ ସାହୁ କହିଛନ୍ତି । ତେବେ ଚାଷୀଙ୍କ ଦାବି ପୂରଣ ନା ହେଲେ ଆଗକୁ ଏହି ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.