ETV Bharat / state

ଓଡ଼ିଶାର ନେତୃତ୍ବ ଓଡ଼ିଆ ନେବା ଉଚିତ: ଏସ୍‌ ଜୟଶଙ୍କର - S Jaishankar Press Meet

author img

By ETV Bharat Odisha Team

Published : May 4, 2024, 9:40 PM IST

S Jaishankar's Press Meet
S Jaishankar's Press Meet(ETV BHARAT ODISHA)

S Jaishankar's Press Meet: ଭୁବନେଶ୍ବରରେ ପ୍ରେସମିଟ୍‌ କରି ରାଜ୍ୟରେ ବିଜେଡି ସରକାର ଉପରେ ବର୍ଷିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ବିଜେପିର ୪୦୦ ପାର ମିଶନ ସଫଳ କରିବାକୁ ଓଡ଼ିଶା ଲୋକଙ୍କ ସହଯୋଗ କାମନା କଲେ । ଅଧିକ ପଢ଼ନ୍ତୁ

S Jaishankar's Press Meet (ETV BHARAT ODISHA)

ଭୁବନେଶ୍ବର: ଓଡ଼ିଶା ଗସ୍ତରେ ଥିବା ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ରାଜ୍ୟ ସରକାରକୁ ଟାର୍ଗେଟ । ବିଜେଡି ସରକାର ଅଧିନରେ ଓଡ଼ିଶାର ବିକାଶ ହୋଇନଥିବା କହି ବର୍ଷିଲେ ଜୟଶଙ୍କର । ଭୁବନେଶ୍ବରରେ ପ୍ରେସ୍‌ମିଟ୍‌ କରି ବିଜେଡି ସରକାରକୁ ଘେରିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ । ଜି-୨୦ରେ କୋଣାର୍କ ଚକ୍ରକୁ ସ୍ଥାନିତ କରିଥିଲେ ମୋଦି, ଓଡ଼ିଶାର କଳାକୁ ଭଲ ପାଇବାର ଏହା ନିଦର୍ଶନ ବୋଲି କହିଲେ । ଓଡିଶାର ସହଯୋଗରେ ବିଜେପି ଲୋକସଭାରେ ୪୦୦ ପାର ଟାର୍ଗେଟ ପୁରା କରିପାରିବ ଓ ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି । ନାଁ ନନେଇ ପାଣ୍ଡିଆନଙ୍କୁ ମଧ୍ୟ ପରୋକ୍ଷରେ ଟାର୍ଗେଟ କରିଛନ୍ତି ଏସ୍‌ ଜୟଶଙ୍କର ।

ଏହି ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କ କହିଛନ୍ତି, "ଓଡ଼ିଆ ଭାଷା, ସାହିତ୍ୟ, ଅସ୍ମିତା ସମଗ୍ର ଭାରତରେ ପରିଚିତ । ସେଥିପାଇଁ ଦେଶରେ G20 କାର୍ଯ୍ୟକ୍ରମରେ କୋଣାର୍କ ଚକ୍ର ସ୍ଵତନ୍ତ୍ର ସ୍ଥାନ ପାଇଥିଲା । ବିଜେପି ସରକାର ଆସିଲେ G20ର ସଫଳ ରୂପାୟନ ହୋଇପାରିବ । ବିଶେଷ କରି ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ରରେ ବିକାଶ ହୋଇପାରିବ । ଓଡ଼ିଶା ସରକାରଙ୍କ ସଦିଚ୍ଛା ଦ୍ଵାରା ରାଜ୍ୟ ଶୁଭଫଳ ପାଇପାରିବ । ଓଡ଼ିଶାର ଲୋକ କୁଶଳୀ । ଓଡ଼ିଶା ଲୋକଙ୍କ ଭିତରେ ଅନେକ ସମ୍ଭାବନା ରହିଛି । ବୁଦ୍ଧି, ବିଚାର ବଳରେ ଅନେକ ଓଡ଼ିଆ ଲୋକ ବାହାରେ କାର୍ଯ୍ୟ କରୁଛନ୍ତି । ଓଡ଼ିଶାର ନେତୃତ୍ବ ଏହି ରାଜ୍ୟର ଜଣେ ତୃଣମୂଳସ୍ତରର ଲୋକ ନେବା ଉଚିତ । ରାଜ୍ୟର ପାସପୋର୍ଟ ସମସ୍ୟା ଥିଲା । ମୋଦି ସରକାର ସମୟରେ ଓଡ଼ିଶାର ୨୦ଟି ପୋଷ୍ଟ ଅଫିସରେ ପାସପୋର୍ଟ ସେବା କେନ୍ଦ୍ର ଖୋଲାଯାଇଛି । ଲକ୍ଷ ଲକ୍ଷ ଲୋକ ପାସପୋର୍ଟ ତିଆରି କରି ପାରୁଛନ୍ତି । ଯାହାକି ପୂର୍ବ ତୁଳନାରେ ବହୁତ ଅଧିକ ।"

ସେ ଆହୁରି କହିଛନ୍ତି, "ଗତ ୧୦ ବର୍ଷ ହେଲା ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ବିପୁଳ ସହଯୋଗ ରହିଛି । ରାଜ୍ୟକୁ ବିଭିନ୍ନ ପ୍ରକଳ୍ପରେ 18 ଲକ୍ଷ କୋଟିରୁ ଅଧିକ ଟଙ୍କା କେନ୍ଦ୍ର ସରକାରଙ୍କ ପକ୍ଷରୁ ଆସିଛି । ଓଡ଼ିଶାରେ ୫୮ ହଜାର କିମି ରାସ୍ତା ତିଆରି ହୋଇଛି । ୩ ହଜାର କିମି ପାଇପ ଲାଇନ୍ ବିଛା ଯାଇଛି । ୨ଟି ସ୍ମାର୍ଟ ସିଟି ହୋଇଛି । ପିଏମ୍‌ କିସାନ ନିଧି ଯୋଜନା, ଆବାସ ଯୋଜନା, ଶ୍ରମ ଯୋଗୀ ସ୍କିମ, ସ୍ବ-ନିଧି ଯୋଜନା, ଉଜ୍ବଳା ଯୋଜନା, ମୁଦ୍ରା ଯୋଜନା ଭଳି ଯୋଜନାରେ କେନ୍ଦ୍ର ସରକାର ଓଡ଼ିଶାକୁ ବିପୁଳ ଅନୁଦାନ ଦେଇଛନ୍ତି । କିନ୍ତୁ ରାଜ୍ୟରେ ଓଡ଼ିଶା ସରକାର ଆୟୁଷ୍ମାନ ଯୋଜନା ଲାଗୁ କରୁନାହାନ୍ତି । ଆବାସ ଯୋଜନା ଯେଉଁ ସ୍ତରର ହେବା କଥା ଓଡ଼ିଶାରେ ହୋଇନାହିଁ । ଓଡ଼ିଶାରେ ଅନେକ ପ୍ରାଚୂର୍ଯ୍ୟ ଅଛି । କିନ୍ତୁ ଓଡ଼ିଶାରେ ବିକାଶ ହେଉନାହିଁ ।"

ଏହା ମଧ୍ୟ ପଢ଼ନ୍ତୁ...'କାନାଡାରେ ଯାହା କିଛି ଘଟୁଛି ତାହା କେବଳ ସେମାନଙ୍କର ଆଭ୍ୟନ୍ତରୀଣ ରାଜନୀତି' - Jaishankar on Canada incidents

ଲୋକଙ୍କୁ କେନ୍ଦ୍ର ଯୋଜନା ଗୁଡ଼ିକର ସୁଫଳ ମିଳିବାକୁ ହେଲେ ମୋଦିଙ୍କ ହାତ ଦିଲ୍ଲୀରେ ମଜଭୁତ୍ କରିବାକୁ ପଡ଼ିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କର । ୪୦୦ ପାର ଟାର୍ଗେଟ ଲାଗି ଓଡ଼ିଶା ଭୋଟର ସହଯୋଗ କରିବେ ବୋଲି ସେ ଆଶା ରଖିଥିବା କହିଛନ୍ତି । ଓଡ଼ିଶାରେ ମଧ୍ୟ ବିଜେପି ସରକାର ହେବ ବୋଲି କହିବା ସହ ରାଜ୍ୟରେ ଯାହା ସମ୍ଭାବନା ଅଛି, ସେଗୁଡ଼ିକ ମାଧ୍ୟମରେ ଓଡ଼ିଶା ବିକଶିତ ହୋଇପାରିବ ବୋଲି କହିଛନ୍ତି । ଦିଲ୍ଲୀରେ ସରକାର ପାଇଁ ଓଡ଼ିଶା ଲୋକେ ସାଙ୍ଗରେ ରହିବେ । ଓଡିଶାର ସହଯୋଗରେ ବିଜେପି ଲୋକସଭାରେ ୪୦୦ ପାର ଟାର୍ଗେଟ ପୁରା କରିପାରିବ ଓ ଓଡ଼ିଶାରେ ମଧ୍ୟ ବିଜେପି ସରକାର କରିବ ବୋଲି ସେ ଦୃଢ଼ୋକ୍ତି ବାଢ଼ିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.