ETV Bharat / state

NCB-CBI ପରିଚୟ ଦେଇ ଠକୁଥିଲା, ହିମାଚଳ ପ୍ରଦେଶରୁ ଗିରଫ କଲା EOW

author img

By ETV Bharat Odisha Team

Published : Feb 7, 2024, 8:48 PM IST

EOW arrests Cyber Fraud
EOW arrests Cyber Fraud

EOW arrests Cyber Fraud: ନିଜକୁ NCB, CBI କହି ଲକ୍ଷ ଲକ୍ଷ ଟଙ୍କା ଠକୁଥିବା ଅଭିଯୁକ୍ତକୁ ବାନ୍ଧିଲା ଇଓଡବ୍ଲୁ । ନୟାପଲ୍ଲୀର ଜଣେ ସାମ୍ବାଦିକାଙ୍କୁ ଦେଢ଼ ଲକ୍ଷ ଠକେଇ ଅଭିଯୋଗର ତଦନ୍ତ କରି ହିମାଚଳ ପ୍ରଦେଶରୁ ଠକକୁ ଗିରଫ କରିଛି ଇଓଡବ୍ଲୁ ଟିମ । ଅଧିକ ପଢ଼ନ୍ତୁ

EOW arrests Cyber Fraud

ଭୁବନେଶ୍ବର: ଡ୍ରଗସ୍‌ ଥିବା କୋରିୟର ଧରାପଡିବା ଆଳରେ ଠକୁଥିଲା ଠକ । ଫୋନ କରି ନିଜକୁ NCB, CBI କହି ପରିଚୟ ଦେଉଥିଲା । କେସରୁ ମୁକ୍ତି ପାଇଁ ଟଙ୍କା ପଠାଇବାକୁ କହି କରୁଥିଲା ଠକେଇ । ଏଭଳି ସାଙ୍ଘାତିକ ଠକକୁ ହିମାଚଳ ପ୍ରଦେଶରୁ ଗିରଫ କରିଛି ଇଓଡବ୍ଲୁ । ଅଭିଯୁକ୍ତ ଜଣଙ୍କ ହେଉଛି ହରିୟାଣା ଯମୁନା ନଗରର ରଜତ କୁମାର । ନୟାପଲ୍ଲୀର ଜଣେ ସାମ୍ବାଦିକାଙ୍କୁ ଦେଢ଼ ଲକ୍ଷ ଠକେଇ ଅଭିଯୋଗର ତଦନ୍ତ କରି ଏଭଳି ଠକେଇର ଫର୍ଦ୍ଦାଫାସ କରିଛି ଇଓଡବ୍ଲୁ ଟିମ । ଏନେଇ ସୂଚନା ଦେଇଛନ୍ତି ଇଓଡବ୍ଲୁ ଏସପି ଦିଲ୍ଲିପ ତ୍ରିପାଠୀ ।

ତେବେ ଠକେଇ ପଛରେ ‌ଦୁବାଇ କନେକ୍ସନ ଥିବା ଇଓଡବ୍ଲୁ ସୂଚନା ଦେଇଛି । କାରଣ ଠକେଇ ହୋଇଥିବା ଟଙ୍କା ବିଭିନ୍ନ ପର୍ଯ୍ୟାୟରେ ଦୁବାଇରୁ ଉଠାଯାଇଥିବା ଜଣାପଡିଛି । ତେବେ ଧରାପଡିଥିବା ଠକ ଜଣେ ଡ୍ରାଇଭର ହୋଇଥିବା ବେଳେ ଏହା ପଛରେ ଜଣେ ମାଷ୍ଟରମାଇଣ୍ଡର ହାତ ଥିବା ସଦେହ କରୁଛି ଇଓଡବ୍ଲୁ ଟିମ । ଏନେଇ ଅଭିଯୁକ୍ତ ଠାରୁ ୧୭ଟି ଆକାଉଣ୍ଟ ମଧ୍ୟ ଜବତ କରାଯାଇଛି ।

ଇଓଡବ୍ଲୁ ଏସପିଙ୍କ ସୂଚନା ମୁତାବକ, ଠକ ଜଣକ ନିଜକୁ ସିବିଆଇ ଓ ଏନ୍‌ସିବି ଅଫିସର କହି ଠକୁଥିବା ଟଙ୍କା ଏହାର ଆକାଉଣ୍ଟକୁ ଯାଉଥିଲା । ସେହି ଟଙ୍କା ଦୁବାଇରେ ଆକାଉଣ୍ଟରୁ ବାହାରୁଥିଲା । ତେଣୁ ଏହା ପଛରେ ଦୁବାଇ ଲିଙ୍କ୍‌ ଥିବା ସଦେହ କରାଯାଉଛି । ତେବେ ଧରାପଡିଥିବା ଅଭିଯୁକ୍ତ ଜଣେ ଡ୍ରାଇଭର । ତାକୁ ଗିରଫ କରିବା ସହ ତା'ଠାରୁ ଏଭଳି ଠକେଇ କରାଯାଉଥିବା ୧୭ଟି ଆକାଉଣ୍ଟ ଜବତ କରାଯାଇଛି । ଦୁବାଇରେ ମାଷ୍ଟରମାଇଣ୍ଡ ଲୁଚିଥିବା ବେଳେ ତାକୁ ଖୋଜୁଛି ଇଓଡବ୍ଲୁ ଟିମ୍‌ । ଏମାନେ ଏହିପରି ଆଳରେ ନୟାପଲ୍ଲୀର ରତ୍ନା ସତ୍ରିପାଠୀ ନାମକ ଜଣେ ମହିଳା ସାମ୍ବାଦିକାଙ୍କ ଠାରୁ ଦେଢ଼ ଲକ୍ଷ ଠକି ନେଇଥିବା ଇଓଡବ୍ଲୁ ପକ୍ଷରୁ ସୂଚନା ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ...ଲକ୍ଷ୍ମୀ ବସରେ ଟଙ୍କା ନେଇ ଚାକିରି କରାଇଦେବା ମାମଲା, ୨ ଅଭିଯୁକ୍ତ ଗିରଫ

ତେବେ ଠକେଇର ନୂଆ ଟ୍ରିକ୍‌ ଆପଣାଇଥିଲେ ଏହି ଠକ । ଆପଣଙ୍କ ନାଁରେ କୋରିୟର ଆସିଥିବା କହି କଲ କରୁଥିଲେ । ଆସିଥିବା ପାର୍ସଲରେ ଡ୍ରଗସ୍‌ ଥିବା କହୁଥିଲେ । NCB ହାତରେ ସେହି ପାର୍ସଲ ଧରାପଡିଛି, ଯେହେତୁ ଆପଣଙ୍କ ନାଁରେ ପାର୍ସଲ, ଆପଣଙ୍କର ଆଧାର ନମ୍ବର ଦିଆଯାଇଛି, ତେଣୁ ତଦନ୍ତରେ ସହଯୋଗ ପାଇଁ ଫୋନ କରାଯାଇଛି । ତୁରନ୍ତ ମୁମ୍ବାଇ ଆସନ୍ତୁ, ନଚେତ ଆପଣଙ୍କ ନାଁରେ ଡ୍ରଗସ୍‌ କେସ୍‌ ବା NDPS କେସ୍‌ ସହ କ୍ରିପ୍ଟୋ ନର୍ମସ୍‌ ଭାଓଲେସନ୍‌ ବା ମନି ଲଣ୍ଡରିଂ କେସ ଚାଲିବ ବୋଲି କହି ଧମକାଉଥିଲେ ।

କେସରେ ଆପଣଙ୍କ ସମ୍ପୃକ୍ତି ନଥିଲେ ତୁରନ୍ତ ସ୍କାଇପ୍‌ ଭିଡିଓ ଜରିଆରେ ଏନସିବି ଅଧିକାରୀଙ୍କ ସହ ତଦନ୍ତରେ ସହଯୋଗ ପାଇଁ କଥା ହେବାକୁ କହୁଥିଲେ । ନଚେତ CBI ଆପଣଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବ ବୋଲି କହି ଧମକାଉଥିଲେ । ଏପରିକି ଏହି ପାର୍ସଲ କାରବାର ପଛରେ ଗ୍ୟାଙ୍ଗଷ୍ଟାର ସହ ଆପଣଙ୍କ ଲିଙ୍କ ଥିବା କହି ଡରାଇ ଧମକାଇ ତୁରନ୍ତ ଏନେଇ ଯୋଗାଯୋଗ କରିବାକୁ କହୁଥିଲେ । ଆଉ ତାଙ୍କ କଥାରେ ରାଜି ହୋଇ ତଦନ୍ତରେ ସହଯୋଗ ପାଇଁ ରାଜି ହେଲେ, ବିଭିନ୍ନ ପ୍ରକାର ଆଳରେ ଲୁଟୁଥିଲେ ।

ଏହା ମଧ୍ୟ ପଢ଼ନ୍ତୁ...ସାଇବର ଠକେଇ; ଫେକ୍ ଲିଗାଲ ନୋଟିସ ପଠାଇଲେ, 6 ଲକ୍ଷ ଲୁଟିନେଲେ

ଭିଡିଓ କଲରେ ନିଜକୁ ସିବିଆଇ, ଏନ୍‌ସିବି ଅଧିକାରୀ କହି ଇଣ୍ଟୋରେଗେସନ୍‌ କରୁଥିଲେ । ସିକ୍ୟୁରିଟି ମନି ଭାବେ ପ୍ରଥମେ ଦେଢ଼ ଲକ୍ଷ ପଠାଇ ଭେରିଫିକେସନ୍‌ରେ ସହଯୋଗ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ କହୁଥିଲେ । ଆପଣଙ୍କ ନାଁରେ ସେପରି କୌଣସି କେସ ନଥିଲେ ବା ସେ ପାର୍ସଲ ସହ କୌଣସି କନେକ୍ସନ ନଥିଲେ ଟଙ୍କା ଫେରସ୍ତ ପାଇବେ କହି ଛୁ ମାରୁଥିଲେ । ନା ତା ପରେ ସେମାନଙ୍କର ନମ୍ବର ଲାଗୁଥିଲା, ନା ସେମାନେ କୌଣସି ସିବିଆଇ ବା ଏନସିବି ଅଧିକାରୀ ଥିଲେ । ଠକେଇ ପାଇଁ ଲୋକଙ୍କୁ ଡ୍ରଗସ୍‌ କେସ୍‌ର ଧମକ ଦେଇ ଏପରି ଠକେଇ କରିଚାଲୁଥିଲେ । କିଛି‌ ହେଭିୱେଟ୍‌ ଲୋକଙ୍କ ନମ୍ବର ଯୋଗାଡ କରି ଏପରି ଠକେଇ କଲ କରୁଥିଲେ ବୋଲି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.