ETV Bharat / bharat

ସାଇବର ଠକେଇ; ଫେକ୍ ଲିଗାଲ ନୋଟିସ ପଠାଇଲେ, 6 ଲକ୍ଷ ଲୁଟିନେଲେ

author img

By ETV Bharat Odisha Team

Published : Feb 3, 2024, 7:23 PM IST

Cybercrime In Hyderabad : ଭିନ୍ନ ଭିନ୍ନ ତରିକା ଆପଣାଇ ଠକି ଚାଲିଛନ୍ତି ସାଇବର ଠକ । ହାଇଦ୍ରାବାଦରେ ଚାକିରୀ ନାଁରେ ସାଇବର ଠକେଇ ମାମଲା ସାମ୍ନକୁ ଆସିଛି । ଅଧିକ ପଢ଼ନ୍ତୁ

ସାଇବର ଠକେଇ
ସାଇବର ଠକେଇ

ହାଇଦ୍ରାବାଦ: ସାରା ଦେଶରେ ସାଇବର କ୍ରାଇମ ବ୍ୟାପକ ଭାବରେ ବୃଦ୍ଧି ପାଇବାରେ ଲାଗିଛି । ଆର୍ଥିକ ଓ ମାନସିକ ସ୍ତରରେ ଏହା ଏକ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଭିନ୍ନ ଭିନ୍ନ ତରିକା ଆପଣାଇ ଠକି ଚାଲିଛନ୍ତି ସାଇବର ଠକ । ତେବେ ହାଇଦ୍ରାବାଦରେ ଚାକିରୀ ନାଁରେ ସାଇବର ଠକେଇ ମାମଲା ସାମ୍ନାକୁ ଆସିଛି । ଯେଉଁଠି ଡାଟା ଏଣ୍ଟ୍ରି ଚାକିରୀ ନାମରେ କମ୍ପାନୀର ନିୟମ ଉଲ୍ଲଂଘନ କରିଥିବା ନେଇ ଏକ ଫେକ ଲିଗାଲ ନୋଟିସ ପଠାଇ ଜଣେ ମହିଳାଙ୍କୁ ଭୟଭିତ କରି ତାଙ୍କ ଠାରୁ 6 ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ଲୁଟି ନେଇଛନ୍ତି ସାଇବର ଠକ । ଏହି ଘଟଣାରେ 4 ଜଣଙ୍କୁ ଗିରଫ କରିଛି ପୋଲିସ ।

ତେବେ ସାଇବେରାବାଦ ସାଇବର କ୍ରାଇମ ଷ୍ଟେସନରେ ଜଣେ ମହିଳାଙ୍କ ଦ୍ବାରା କରାଯାଇଥିବା ଅଭିଯୋଗ ଅନୁଯାୟୀ, ଫ୍ଲୋରା ସଲ୍ୟୁସନ୍ ନାମରେ ଏକ ଡାଟା ଏଣ୍ଟ୍ରି ଚାକିରୀ ପାଇଁ ବିଜ୍ଞପ୍ତି ବାହାରିଥିଲା । ପରେ ମହିଳା ଜଣଙ୍କ ଏଥିରେ ଚାକିରୀ କରିଥିଲେ । ପ୍ରଥମେ ସାଇବର ଠକମାନେ ତାଙ୍କୁ ଏକ ଆଇଡି ପଠାଇବା ସହ ଏଥିରେ ଲଗଇନ କରି କାମ କରିବାକୁ ନିର୍ଦ୍ଦେଶ ଦେଇଥିଲା । ସେପଟେ କାମ ସରିବା ପରେ ଠକମାନେ ମହିଳାଙ୍କୁ ଏକ ନକଲି ନୋଟିସ୍ ପଠାଇଥିଲେ । କର୍ମଚାରୀ ଠିକ ଭାବରେ କାର୍ଯ୍ୟ କରୁନାହିଁ ଓ ଅନୁଷ୍ଠାନର ନିୟମ ଉଲ୍ଲଂଘନ କରିଥିବା ନେଇ ଏହି ନୋଟିସରେ ଉଲ୍ଲେଖ କରି ମହିଳାଙ୍କୁ ଭୟଭିତ କରିଥିଲେ । ଏଥିପାଇଁ ସାଇବର ଠକମାନେ ମହିଳାଙ୍କ ଠାରୁ ମୋଟା ଅଙ୍କର ଟଙ୍କା ମାଗିଥିଲେ ।

ଏହା ମଧ୍ୟ ପଢ଼ନ୍ତୁ.....କ୍ରିପ୍ଟୋ କରେନ୍ସି ନାଁରେ ଅନଲାଇନ ଠକେଇ; କମ୍ବୋଡ଼ିଆରୁ ହେଉଥିଲା ଅପରେଟ୍, 6 ଠକ ଗିରଫ

ସେପଟେ ଏନେଇ ସାଇବର କ୍ରାଇମ ଷ୍ଟେସନ ପୋଲିସ ମତରେ, ନକଲି ନୋଟିସ ଭୟରେ ଜଣେ ଅଭିଯୋଗକାରୀ 6,17,600 ଟଙ୍କା ସାଇବର ଠକଙ୍କୁ ଦେଇଛନ୍ତି । ଅଭିଯୁକ୍ତ ସାଇବର ଲୁଟେରାମାନେ ହେଲେ ଗୁଜୁରାଟର ରାହୁଲ ଅଶୋକ ଭୋଇ ଭବିସ୍କର, ସାଗର ପାଟିଲ, କଳ୍ପେଶ ଟ୍ରୋଟ୍ ଏବଂ ନୀଲେଶ ପାଟିଲ । ଏହି ଚାରି ଅଭିଯୁକ୍ତଙ୍କୁ ସୁରଟରୁ ସାଇବରବାଦ ସାଇବର କ୍ରାଇମ ପୋଲିସ ଗିରଫ କରିଛି । ତେବେ ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ କହିଛି ଯେ, ସେ ଜଣେ ଟେଲିକଲର ଭାବରେ କାମ କରୁଥିଲେ ଏବଂ ତାଙ୍କ ସାଙ୍ଗମାନଙ୍କ ସହିତ ସାଇବର ଅପରାଧ କରୁଥିଲେ । ତେବେ ସେମାନଙ୍କ ଠାରୁ 6ଟି ସେଲ ଫୋନ୍, ଏକ ଲାପଟପ୍ ଏବଂ 5 ଟି ଡେବିଟ୍ କାର୍ଡ ଜବତ କରାଯାଇଛି । ସେମାନଙ୍କ ବିରୋଧରେ 358 ମାମଲା ଥିବାବେଳେ କେବଳ ତେଲେଙ୍ଗାନାରେ 28 ଟି ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.