ETV Bharat / state

ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହକୁ ନିର୍ବାଚନ ଆୟୋଗ ନା - election commission of india

author img

By ETV Bharat Odisha Team

Published : May 4, 2024, 10:33 PM IST

ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହକୁ ନା': ନିର୍ବାଚନ ଆୟୋଗ
ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହକୁ ନା': ନିର୍ବାଚନ ଆୟୋଗ(ETV BHARAT ODISHA)

CODE OF CONDUCT: ସର୍ଭେ ନାଁ'ରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ ବନ୍ଦ କରବାକୁ ନିର୍ଦ୍ଦେଶ ଦେଲେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ । ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳକୁ ଭାରତ ନିର୍ବାଚନ ଆୟୋଗ କୌଣସି ବିଜ୍ଞାପନ, ସର୍ଭେ ବା ଆପ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ । ଅଧିକ ପଢନ୍ତୁ

ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନକୁ ମୁକ୍ତ, ଅବାଧ, ନିରପେକ୍ଷ ଓ ସ୍ୱଚ୍ଛ କରିବା ପାଇଁ ଭାରତ ନିର୍ବାଚନ ଆୟୋଗ ଆଦର୍ଶ ଆଚରଣ ବିଧିର ଅନୁପାଳନ ଉପରେ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି । ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଉପରେ ନିଷେଧାଦେଶ । ରାଜନୈତିକ ଦଳ ସର୍ଭେ ନାଁରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ନାମଲେଖା ପଞ୍ଜୀକରଣ ବନ୍ଦ କରିବାକୁ ନିର୍ଦ୍ଦେଶ । ଉଲ୍ଲଙ୍ଘନ କଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ । ଏହା କହିଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ।

ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ କଲ୍ୟାଣକାରୀ ଯୋଜନା ଘୋଷଣା, ନୂଆ ପ୍ରକଳ୍ପ କିମ୍ବା କାର୍ଯ୍ୟକ୍ରମ ଘୋଷଣା, କୌଣସି ପ୍ରକାର ଆର୍ଥିକ ଅନୁଦାନ କିମ୍ବା ରିହାତି ଘୋଷଣା, ଭିତ୍ତିପ୍ରସ୍ତର ସ୍ଥାପନ ଭଳି କାର୍ଯ୍ୟକୁ ଭାରତ ନିର୍ବାଚନ ଆୟୋଗ ନିଷିଦ୍ଧ କରିଛନ୍ତି । ଏପ୍ରକାର ଆଦର୍ଶ ଆଚରଣ ବିଧିର ଉଲ୍ଲଙ୍ଘନ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜନୈତିକ ଦଳକୁ ସର୍ଭେ ନାମରେ ହିତାଧିକାରୀ ଆଧାରିତ ଯୋଜନା ପାଇଁ ଭୋଟର ପଞ୍ଜୀକରଣ ବନ୍ଦ କରବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରସ୍ତାବିତ ହିତାଧିକାରୀ ଯୋଜନା ପାଇଁ ବିଭିନ୍ନ ସର୍ଭେ ନାମରେ ଭୋଟରଙ୍କ ସବିଶେଷ ତଥ୍ୟ ସଂଗ୍ରହ କରୁଥିବା ରାଜନୈତିକ ଦଳ ଓ ପ୍ରାର୍ଥୀଙ୍କ କାର୍ଯ୍ୟକଳାପ ଉପରେ ଭାରତ ନିର୍ବାଚନ ଆୟୋଗ ଗମ୍ଭୀର ଦୃଷ୍ଟି ଦେଇଛନ୍ତି । ଲୋକପ୍ରତିନିଧି ଅଧିନିୟମର ଧାରା ୧୨୩ (୧) ଅନୁଯାୟୀ ଏହା ଏକପ୍ରକାର ପ୍ରରୋଚନା ଯାହା ଦୁର୍ନୀତି ଅନ୍ତର୍ଭୁକ୍ତ ।

ଜାତୀୟ ତଥା ରାଜ୍ୟ ରାଜନୈତିକ ଦଳକୁ ଭାରତ ନିର୍ବାଚନ ଆୟୋଗ କୌଣସି ବିଜ୍ଞାପନ, ସର୍ଭେ ବା ଆପ ମାଧ୍ୟମରେ ନିର୍ବାଚନ ପରବର୍ତ୍ତୀ ହିତାଧିକାରୀ ଆଧାରିତ ଯୋଜନା ପାଇଁ ପଞ୍ଜୀକରଣ କାର୍ଯ୍ୟକଳାପକୁ ତୁରନ୍ତ ବନ୍ଦ କରିବାକୁ ଚେତାବନୀ ଦେଇଛନ୍ତି । ଆଇନଗତ ସର୍ବେକ୍ଷଣ ଏବଂ ରାଜନୈତିକ ଉଦ୍ଦେଶ୍ୟ ପ୍ରଣୋଦିତ ପ୍ରୟାସ ମଧ୍ୟରେ ସୀମାକୁ ଅସ୍ପଷ୍ଟ କରୁଥିବା କାର୍ଯ୍ୟକଳାପକୁ ଆୟୋଗ ଧ୍ୟାନକୁ ନେଇଛନ୍ତି । ଯାହା ଛଦ୍ମ ଭାବରେ ଆଇନଗତ ସର୍ଭେ ମାଧ୍ୟମରେ ନିର୍ବାଚନରେ ଲାଭ ହାସଲ ପାଇଁ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ ......ସିମ୍ବଲ ଲୋଡିଂ ୟୁନିଟରେ ସଂଶୋଧନ ଆଣିଲେ ନିର୍ବାଚନ ଆୟୋଗ - EC Revises Protocol

ଖବର କାଗଜ ବିଜ୍ଞାପନ ମାଧ୍ୟମରେ ଭୋଟରଙ୍କୁ ଯୋଜନାର ଲାଭ ଉଠାଇବା ପାଇଁ ପଞ୍ଜୀକରଣ କରିବାକୁ ମିସକଲ୍ କିମ୍ବା ଫୋନ କଲ, ଭୋଟର ବିବରଣୀ ସଂଗ୍ରହ, ସାମାଜିକ-ଅର୍ଥନୈତିକ ସର୍ଭେ ନାଁ'ରେ ଚାଲୁଥିବା ସରକାରୀ ଯୋଜନାର ଲାଭ ବିସ୍ତାର କରିବାକୁ ଯାଇ ଫର୍ମ ବଣ୍ଟନ ଏବଂ ଭୋଟର ବିବରଣୀ ସଂଗ୍ରହ, ରାଜନୈତିକ ଦଳମାନେ ଭୋଟରଙ୍କ ସବିଶେଷ ସୂଚନା ପାଇବାକୁ ପ୍ରାର୍ଥୀମାନେ ୱେବ ପ୍ଲାଟଫର୍ମ ବା ଆପକୁ ପ୍ରୋତ୍ସାହିତ, ଲିଖିତ ଫର୍ମ ମାଧ୍ୟମରେ ସାମ୍ପ୍ରତିକ ଲାଭ ଯୋଜନାରେ ପଞ୍ଜୀକରଣ ପାଇଁ ଭୋଟର ବିବରଣୀ ସଂଗ୍ରହ କରାଯିବାକୁ ଆୟୋଗ ପକ୍ଷରୁ ବାରଣ କରାଯାଇଛି ।

ଆଦର୍ଶ ଆଚରଣ ବିଧି ଉଲ୍ଲଙ୍ଘନର ଉପରୋକ୍ତ ପ୍ରସଙ୍ଗକୁ ଦୃଷ୍ଟିରେ ରଖି ଭାରତ ନିର୍ବାଚନ ଆୟୋଗ ସମସ୍ତ ରାଜନୈତିକ ଦଳ ଏବଂ ପ୍ରାର୍ଥୀଙ୍କୁ ଆଦର୍ଶ ଆଚରଣ ବିଧିର ଅନୁପାଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଯଦି କୌଣସି କ୍ଷେତ୍ରରେ ଆଦର୍ଶ ଆଚରଣବିଧିର ଉଲ୍ଲଙ୍ଘନ ହୁଏ, ତେବେ ଜିଲ୍ଲା ନିର୍ବାଚନ ଅଧିକାରୀଙ୍କୁ ଏହା ଉପରେ ବିଧି ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି ।

ଇଟିଭି ଭାରତ,ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.