ETV Bharat / state

ସାବଧାନ ! ସୋସିଆଲ ମିଡିଆରେ ବନ୍ୟଜନ୍ତୁ ଭିଡିଓ ପୋଷ୍ଟ କରୁଛନ୍ତି କି ? ୟୁଟ୍ୟୁବର ଦମ୍ପତିଙ୍କୁ ଘାଣ୍ଟିବ ଇଡି - wild animals on social media

author img

By ETV Bharat Odisha Team

Published : Apr 21, 2024, 3:30 PM IST

Updated : Apr 21, 2024, 4:28 PM IST

ସୋସିଆଲ ମିଡ଼ିଆରେ ବାନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ କରି ଅର୍ଥ ରୋଜଗାର ମାମଲା, ତଦନ୍ତ କରିବ ଇଡି
ସୋସିଆଲ ମିଡ଼ିଆରେ ବାନ୍ୟଜନ୍ତୁଙ୍କସୋସିଆଲ ମିଡ଼ିଆରେ ବାନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ କରି ଅର୍ଥ ରୋଜଗାର ମାମଲା, ତଦନ୍ତ କରିବ ଇଡି ଭିଡିଓ ଭାଇରାଲ କରି ଅର୍ଥ ରୋଜଗାର ମାମଲା, ତଦନ୍ତ କରିବ ଇଡି

ED to investigate wild animals case: ସୋସିଆଲ ମିଡ଼ିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ କରି ଅର୍ଥ ରୋଜଗାର ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଅଧିକ ପଢନ୍ତୁ

ସୋସିଆଲ ମିଡ଼ିଆରେ ବାନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ କରି ଅର୍ଥ ରୋଜଗାର ମାମଲା, ତଦନ୍ତ କରିବ ଇଡି

ଭୁବନେଶ୍ବର: ସୋସିଆଲ ମିଡ଼ିଆରେ ବନ୍ୟଜନ୍ତୁଙ୍କ ଭିଡିଓ ଭାଇରାଲ କରି ଟଙ୍କା କମାଇବା ମାମଲାର ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ଇଡି ନିର୍ଦ୍ଦେଶକଙ୍କୁ ଚିଠି ଲେଖିଲେ ବନ୍ୟପ୍ରାଣୀ ପିସିସିଏଫ ସୁଶାନ୍ତ ନନ୍ଦ । ଏହି ମାମଲାରେ ଯାଜପୁରର ବଦ୍ରି ନାରାୟଣ ଭଦ୍ରା ଓ ମୋନାଲିସା ଭଦ୍ରାଙ୍କୁ ପୂର୍ବରୁ ଗିରଫ କରିସାରିଛି ବନ ବିଭାଗ । ଏବେ ଏହି ମାମଲାରେ କେନ୍ଦ୍ରୀୟ ସଂସ୍ଥା ତଦନ୍ତ କରିବ ।

ଏହି ଦମ୍ପତି ବେଆଇନ ଭାବେ ମାଙ୍କଡ଼କୁ ଘରେ ରଖିବା ସହ ଏହାର ଭିଡିଓକୁ ନିଜର ୟୁଟ୍ୟୁବ ଚ୍ୟାନେଲରେ ଅପଲୋଡ଼ କରୁଥିଲେ । ସେହିପରି ମିଲିଅନ ଫଲଓର୍ସ ଥିବା ଭଦ୍ରକର ମିର୍ଜା ମହମ୍ମଦ ଆରିଫ ମଧ୍ୟ ସାପ ସହ ଖେଳର ଭିଡିଓ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିଥିଲା । ଏମାନେ ୟୁଟୁବ ଓ ସୋସିଆଲ ମିଡ଼ିଆ ଏପରି ଫଟୋ ଓ ଭିଡିଓ ପୋଷ୍ଟ କରି କେତେ ଟଙ୍କା କମାଇଛନ୍ତି ତାହାର ଖୋଳତାଡ କରିବ କେନ୍ଦ୍ରୀୟ ସଂସ୍ଥା ଇଡି ।


ସୂଚନା ଅନୁଯାୟୀ, ବନ୍ୟପ୍ରାଣୀଙ୍କ ସହ ସେଲ୍ଫି କିମ୍ବା ଫଟୋ ପୋଷ୍ଟ ବାରଣ ନେଇ ସଚେତନତା ସୃଷ୍ଟି କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ସେଲ୍ଫି କିମ୍ବା କୌଣସି ଜୀବଜନ୍ତୁଙ୍କ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କଲେ ଏହା ଆଇନ ବିରୋଧୀ । ତେଣୁ ଏଭଳି ଉଲ୍ଲଘଂନକାରୀଙ୍କୁ ୭ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ଏନେଇ ଲୋକଙ୍କୁ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି ପିସିସିଏଫ । ଅନେକ ସମୟରେ ଦେଖାଯାଇଥାଏ ଯେ କିଛି ଲୋକମାନେ ସୋସିଆଲ ମିଡିଆରେ ବନ୍ୟଜନ୍ତୁଙ୍କ ସହିତ ନେଇଥିବା ଫଟୋ କିମ୍ବା ସେଲ୍ଫି ଗୁଡିକକୁ ପୋଷ୍ଟ କରୁଛନ୍ତି ।

ସେହିପରି ବଣୁଆ ବନ୍ୟଜନ୍ତୁମାନଙ୍କ ସହିତ ଫଟୋଗ୍ରାଫ କିମ୍ବା ସେଲ୍ଫି ନେବା, କେବଳ ଏହି ପ୍ରାଣୀମାନଙ୍କର ସାଧାରଣ ଜୀବନକୁ ବ୍ୟାଘାତ କରେ ନାହିଁ ବରଂ ଏହି କାର୍ଯ୍ୟ ବନ୍ୟପ୍ରାଣୀ (ସୁରକ୍ଷା) ନିୟମର ଉଲ୍ଲଘଂନ କରିଥାଏ । ତେବେ ଏଭଳି ସୋସିଆଲ ମିଡ଼ିଆରେ ପୋଷ୍ଟ କରୁଥିବା ସମ୍ପୃକ୍ତ ବ୍ୟକ୍ତି ଉକ୍ତ ଆଇନ ଅନୁଯାୟୀ 7 ବର୍ଷ ପର୍ଯ୍ୟନ୍ତ ଦଣ୍ଡିତ ହେବାର ସମ୍ଭାବନା ରହିଛି । ଏହା ସହ ଦୃଢ଼ରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବାର ମଧ୍ୟ ବ୍ୟବସ୍ଥା ରହିଛି । ଏହା ସହ ମୃତ ବଣୁଆ ଜନ୍ତୁ କିମ୍ବା ବନ୍ୟପ୍ରାଣୀମାନଙ୍କ ଶରୀରର ଅଂଶବିଶେଷ ସହିତ ଫଟୋ କିମ୍ବା ସେଲଫି ଗୁଡ଼ିକ ସୋସିଆଲ ମିଡିଆରେ ପୋଷ୍ଟ କରିବା ଦ୍ଵାରା ବନ୍ୟଜନ୍ତୁଙ୍କ ସୁରକ୍ଷାର ଉଲ୍ଲଘଂନ ହେଉଛି । ସେନେଇ ସେକ୍ସନ 39(2) ଏବଂ (3) ସହିତ ଧାରା 39 (1) (କ) ଉଲ୍ଲଘଂନ କରି ସୋସିଆଲ ମିଡିଆରେ ପୋଷ୍ଟ କରାଯାଉଛି ।

ତେଣୁ କରି ବନ୍ୟଜନ୍ତୁଙ୍କ ସୁରକ୍ଷା ଅଧିନିୟମ ଅନୁଯାୟୀ ଉକ୍ତ ବ୍ୟକ୍ତି ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ବ୍ୟବସ୍ଥା ରହିଛି । ତେବେ ଏହି କାର୍ଯ୍ୟକଳାପରୁ ନିବୃତ୍ତ ରହିବା ପାଇଁ ଜନସାଧାରଣଙ୍କ ମଧ୍ୟରେ ସଚେତନତା ଆବଶ୍ୟକ । ଏନେଇ ଲୋକମାନଙ୍କ ପାଖରେ କିଭଳି ଭାବରେ ସଚେତନତା କରାଯିବ ସେନେଇ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବନ୍ୟଜନ୍ତୁର ଫଟୋ ଉଠାଇବାକୁ ଇଚ୍ଛା ପ୍ରକାଶ କରୁଥିବା ବ୍ୟକ୍ତି ଜଙ୍ଗଲ ଅଧିକାରୀଙ୍କ ଅନୁମତି କ୍ରମେ ବଳବତ୍ତର ଆଇନ ଏବଂ ଏହାର ନିର୍ଦ୍ଦେଶାବଳି ପାଳନ କରିବା ଆବଶ୍ୟକ । ଏହା ସହ ସୋସିଆଲ ମିଡିଆରେ ଏକ ହେଲ୍ପ ଲାଇନ ନମ୍ବର ରହିବା ଆବଶ୍ୟକ । କିନ୍ତୁ ଏହି ନିୟମ ଉଲ୍ଲଘଂନ କରି ଖ୍ୟାତି ଅର୍ଜନ କରିବାକୁ ଚେଷ୍ଟା କରୁଥିବା କିଛି ଅସାଧୁମାନଙ୍କୁ ଗିରଫ କରି ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ । ଏହାକୁ କଠୋର ଭାବେ କାର୍ଯ୍ୟକାରୀ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବନ୍ୟପ୍ରାଣୀ ପିସିସିଏଫ ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 21, 2024, 4:28 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.