ETV Bharat / state

ରାଜ୍ୟରେ ଉଭାନ ଶୀତ; 5 ଦିନ ଯାଏଁ ପାଗ ଶୁଖିଲା

author img

By ETV Bharat Odisha Team

Published : Feb 18, 2024, 8:33 PM IST

Dry Weather in Odisha for Next Week: ରାଜ୍ୟରେ ଉଭାନ ହେଉଛି ଶୀତ, ବୃଦ୍ଧି ପାଉଛି ତାପମାତ୍ରା । ଦୁଇ ଦିନ ଯାଏଁ ମଧ୍ୟ ରାତ୍ରିରୁ ସକାଳ ସମୟରେ ଘନ କୁହୁଡ଼ି ସମ୍ଭାବନା । ଅଧିକ ପଢନ୍ତୁ

ଆହୁରି ଦୁଇଦିନ ଘନ କୁହୁଡି , ପାଞ୍ଚ ଦିନ ଯାଏଁ ପାଗ ଶୁଖିଲା
ଆହୁରି ଦୁଇଦିନ ଘନ କୁହୁଡି , ପାଞ୍ଚ ଦିନ ଯାଏଁ ପାଗ ଶୁଖିଲା

ଆହୁରି ଦୁଇଦିନ ଘନ କୁହୁଡି , ପାଞ୍ଚ ଦିନ ଯାଏଁ ପାଗ ଶୁଖିଲା

ଭୁବନେଶ୍ବର: ରାଜ୍ୟରେ କମୁଛି ଶୀତ । ବଙ୍ଗୋପସାଗରରେ ସକ୍ରିୟ ଗୁରୁଚାପ ବଳୟ । ପ୍ରଭାବରେ ଉପକୂଳ ଓଡ଼ିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ କୋହଲା ପାଗ । ଆଗାମୀ ୨ଦିନ ଯାଏଁ ଘନ କୁହୁଡ଼ି ଆଶଙ୍କା । ଗୁରୁଚାପ ବଳୟର ସକ୍ରିୟତା ବୃଦ୍ଧି ସହ ଏହାର ପ୍ରଭାବରେ ରାଜ୍ୟ ମଧ୍ୟକୁ ବଙ୍ଗୋପସାଗର ଅଞ୍ଚଳରୁ କ୍ରମାଗତ ଭାବେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ବାୟୁ ପ୍ରବେଶ କରୁଛି । ଏଥିପାଇଁ ଆଗାମୀ ୨ଦିନରେ ରାତ୍ରି ତାପମାତ୍ରାରେ ଆହୁରି ୨ଡ଼ିଗ୍ରୀ ଯାଏଁ ବୃଦ୍ଧି ହେବା ଅନୁମାନ କରିଛି ପାଣିପାଗ ବିଭାଗ ।

ସେହିପରି ଆଗାମୀ ୬ ରୁ ୭ ଦିନ ଯାଏଁ ଶୀତର କୌଣସି ସମ୍ଭାବନା ନାହିଁ । ଏଥିସହ ଆଗାମୀ ୨ଦିନ ଉପକୂଳ ଓଡିଶା ସମେତ ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡିକରେ ମଧ୍ୟ ରାତ୍ରିରୁ ସକାଳ ମଧ୍ୟରେ ଘନକୁହୁଡି ସମ୍ଭାବନା । ଏଥିପାଇଁ ବିଭିନ୍ନ ଜିଲ୍ଲାକୁ ସତର୍କ ଜାରି କରିଛି ବିଭାଗ । ଏହାସହ ଘନ କୁହୁଡ଼ି ସମୟରେ ଦୃଶ୍ୟମାନ ଦୂରତା ୨୦୦ମିଟରରୁ ୫୦ମିଟର ମଧ୍ୟରେ ସୀମିତ ରହିଛି । ତେଣୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ଯାନବାହାନଗୁଡିକରେ ପରିବହନରେ ସମସ୍ୟା ଉପୁଜିବାର ସମ୍ଭାବନା ରହିଛି ।

ଆସନ୍ତା ୨୪ ଘଣ୍ଟାରେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେଦ୍ରାପଡା, କଟକ, ଜଗତସିଂହପୁର, ଖୋର୍ଦ୍ଧା, ନୟାଗଡ଼, କନ୍ଧମାଳ, ପୁରୀ, କେନ୍ଦୁଝର, ମୟୂରଭଞ୍ଜ, ଅନୁଗୋଳ, ଢେଙ୍କାନାଳ, ବୌଦ୍ଧ ଏହି ୧୫ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଗତ ୨୪ ଘଣ୍ଟାରେ କଟକ, ଭୁବନେଶ୍ୱର, ଅନୁଗୋଳ, କେନ୍ଦ୍ରାପଡାରେ ଘନ କୁହୁଡି ସହ ଚାନ୍ଦବାଲି ପାରାଦୀପ ଓ କେନ୍ଦୁଝରରେ ମାଧ୍ୟମ ଧରଣର କୁହୁଡି ଦୃଶ୍ୟମାନ ହୋଇଛି । ତେବେ ଆଜ ଭୁବନେଶ୍ବରରେ ୩୪.୪ ଡିଗ୍ରୀ ରେକର୍ଡ କରାଯାଇଥିଲା । ଉପକୂଳ ଅଞ୍ଚଳରେ ମଧ୍ୟ ରାତିର ତାପମାତ୍ରା ୨ରୁ ୩ ଡିଗ୍ରୀ ଅଧିକ ରହିଛି । ସେହିଭଳି ସର୍ବନିମ୍ନ ରାତିର ତାପମାତ୍ରା ରାଉରକେଲାରେ ୧୦.୭ ଡିଗ୍ରୀ ରେକର୍ଡ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ ....ରାଜ୍ୟରେ ସପ୍ତାହ ଯାଏଁ ଶୁଖିଲା ପାଗ, ଆଗାମୀ ୩ ଦିନ ଘନ କୁହୁଡ଼ି

ଦିନକୁ ଦିନ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଇଁ ଶୀତ ଉଭାନ ସହ ଗରମ ଅନୁଭବ ହେଉଛି । ସେପଟେ ପାରଳାଖେମୁଣ୍ଡିରେ ୩୫.୬ ଡିଗ୍ରୀ ସର୍ବୋଚ୍ଚ ତାପମାତ୍ରା ରେକର୍ଡ ହୋଇଛି । ସେହିପରି ସର୍ବନିମ୍ନ ତାପମାତ୍ରା କୋରାପୁଟରେ ୧୨.୦ ଡିଗ୍ରୀ ରେକର୍ଡ କରାଯାଇଛି । ଆଗାମୀ ପାଞ୍ଚ ଦିନ ଯାଏଁ ପାଗ ଶୁଖିଲା ରହିବ । ଏହାପରେ ଷଷ୍ଠ ଏବଂ ସପ୍ତମ ଦିନ କିଛି ସ୍ଥାନରେ ହାଲୁକା ଧରଣର ବର୍ଷା ହେବା ଅନୁମାନ କରିଛି ପାଣିପାଗ ବିଭାଗ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.