ETV Bharat / state

ରାଜ୍ୟରେ ସପ୍ତାହ ଯାଏଁ ଶୁଖିଲା ପାଗ, ଆଗାମୀ ୩ ଦିନ ଘନ କୁହୁଡ଼ି

author img

By ETV Bharat Odisha Team

Published : Feb 17, 2024, 4:27 PM IST

Dry Weather in Odisha for Next Week: ରାଜ୍ୟରେ ଆସନ୍ତା ସପ୍ତାହ ଯାଏଁ ପାଗ ଶୁଖିଲା ରହିବ। ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲା ଗୁଡ଼ିକରେ ଆଗାମୀ ୩ ଦିନ ଯାଏ ଘନ କୁହୁଡ଼ି ସମ୍ଭାବନା ରହିଛି । ୨୩ରୁ ହାଲୁକା ବର୍ଷା । ଅଧିକ ପଢନ୍ତୁ,

ରାଜ୍ୟରେ ସପ୍ତାହ ଯାଏଁ ଶୁଖିଲା ପାଗ , ଆଗାମୀ ୩ ଦିନ ଘନକୁହୁଡି
ରାଜ୍ୟରେ ସପ୍ତାହ ଯାଏଁ ଶୁଖିଲା ପାଗ , ଆଗାମୀ ୩ ଦିନ ଘନକୁହୁଡି

ରାଜ୍ୟରେ ସପ୍ତାହ ଯାଏଁ ଶୁଖିଲା ପାଗ , ଆଗାମୀ ୩ ଦିନ ଘନକୁହୁଡି

ଭୁବନେଶ୍ବର: ଆସନ୍ତା ସପ୍ତାହ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଶୀତର ପ୍ରଭାବ ମଧ୍ୟ ଧିରେ ଧିରେ ଅପସରି ଯିବ । ଏଭଳି ଅନୁମାନ କରିଛି ପାଣିପାଗ ବିଭାଗ । ଗତ ୨୪ ଘଣ୍ଟା ମଧ୍ୟରେ କିଛି ସ୍ଥାନରେ ହାଲୁକା ବର୍ଷା ହୋଇଛି । ସମ୍ବଲପୁର, କନ୍ଧମାଳ, ବରଗଡ଼, ଗଜପତିରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ରେକର୍ଡ ହୋଇଛି । ସେହିଭଳି ସର୍ବାଧିକ ବର୍ଷା ସମ୍ବଲପୁରର ଜମାନକୀରାଠାରେ ୧୩ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ସେହିଭଳି ଦିନର ସର୍ବାଧିକ ତାପମାତ୍ରା ପାରଳାଖେମୁଣ୍ଡିରେ ୩୫ ଡିଗ୍ରୀ ସେଲସିୟସ ଓ ରାଉରକେଲାରେ ସର୍ବନିମ୍ନ ତାପମାତ୍ରା ୧୪.୬ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ସେହିପରି ରାଜଧାନୀ ଭୁବନେଶ୍ବରରେ ଦିନରେ ସର୍ବୋଚ୍ଚ ତାପମାତ୍ରା ୩୩ ଡିଗ୍ରୀ ଓ ସର୍ବନିମ୍ନ ତାପମାତ୍ରା ୨୦.୫ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି ।

ପାରାଦ୍ବୀପରେ ଘନ କୁହୁଡି ୩୦ ମିଟର, ରାଉରକେଲାରେ ୫୦ ମିଟର ଓ ଖୋର୍ଦ୍ଧାରେ ୧୦୦ ମିଟର ଯାଏଁ ଦୃଶ୍ୟମାନ ହୋଇଛି । ତେବେ ରାଜ୍ୟରେ କୋଣସି ପ୍ରକାରର ନିର୍ଦ୍ଦିିଷ୍ଟ ପାଣିପାଗର ପ୍ରଭାବ ନାହିଁ । ତେଣୁ ଆଗାମୀ ୬ ଦିନ ଯାଏଁ ପାଗ ମୁଖ୍ୟତଃ ଶୁଖିଲା ରହିବ । ଆସନ୍ତା ୨୩ ତାରିଖରେ ଏକ ପଶ୍ଚିମ ଝଡ଼ ପ୍ରଭାବରେ ରାଜ୍ୟର ଉତ୍ତର ଆଭ୍ୟନ୍ତରୀଣ ଜିଲ୍ଲା ମାନଙ୍କରେ ହାଲୁକା ବର୍ଷା ହେବାର ସମ୍ଭାବନା ରହିଛି । ଏହି ଜିଲ୍ଲା ଗୁଡିକ ହେଉଛି କେନ୍ଦୁଝର, ବାଲେଶ୍ବର, ସୁନ୍ଦରଗଡ଼, ମୟୂରଭଞ୍ଜ ଓ ଝାରସୁଗୁଡା । ସେହିପରି ବର୍ତ୍ତମାନ ରାଜ୍ୟରେ ରାତିର ତାପମାତ୍ରା ୨ ରୁ ୩ ଡିଗ୍ରୀ ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାର ପ୍ରଭାବରେ ରାଜ୍ୟରେ ଶୀତର ବିଶେଷ ପ୍ରକୋପ ରହିବ ନାହିଁ । ଏହାସହ ରାଜ୍ୟରେ ବର୍ତ୍ତମାନ ଏକ ଗୁରୁଚାପ ବଳୟ ସକ୍ରିୟ ରହୁଥିବାରୁ ଆଗାମୀ ତିନିଦିନ ଯାଏ ଘନ କୁହୁଡିର ସମ୍ଭାବନା ରହୁଛି ।

ଏହା ମଧ୍ୟ ପଢନ୍ତୁ ... ରାଜ୍ୟରେ ବଢ଼ିବ ତାତି, 2ରୁ 3 ଡିଗ୍ରୀ ବୃଦ୍ଧି ପାଇବ ତାପମାତ୍ରା

ବିଶେଷ କରି ମଧ୍ୟରାତ୍ରୀରୁ ସକାଳ ଭିତରେ କୁହୁଡିର ଘନତା ୫୦ ରୁ ୩୦ ମିଟର ରହିବ । ତେଣୁ ଜାତୀୟ ରାଜପଥରେ ଯାତାୟାତ କରୁଥିବା ସମୟରେ ଏହି ଘନ କୁହୁଡ଼ି ନଜରରେ ରଖି ସତର୍କତାର ଯିବା ପାଇଁ ପରାମର୍ଶ ଦେଇଛି ପାଣିପାଗ ବିଭାଗ । ଉପକୂଳ ଓ ତାର ପାର୍ଶ୍ଵବର୍ତ୍ତୀ ଜିଲ୍ଲାଗୁଡ଼ିକରେ ଆଗାମୀ ୩ ଦିନ ଯାଏ ଘନ କୁହୁଡି ସମ୍ଭାବନା ରହିଛି । ଆସନ୍ତା ୨୪ ଘଣ୍ଟାରେ ୧୬ ଜିଲ୍ଲାରେ ଘନ କୁହୁଡ଼ିକୁ ନେଇ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେସବୁ ଜିଲ୍ଲାଗୁଡ଼ିକ ହେଲା ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, ଜଗତସିଂହପୁର, ଭଦ୍ରକ, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦ୍ରାପଡା, କନ୍ଧମାଳ, ସୋନପୁର, ବୌଦ୍ଧ, ଯାଜପୁର ଓ ରାୟଗଡା । ଆସନ୍ତାକାଲି ୧୩ ଜିଲ୍ଲାକୁ ଘନ କୁହୁଡ଼ି ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଆଜି ଭୁବନେଶ୍ଵରରେ ଦିନ ତାପମାତ୍ରା ୩୩ ରୁ ୩୪ ଡିଗ୍ରୀ ମଧ୍ୟରେ ରହିବା ସହ ଆକାଶ ନିର୍ମଳ ରହିବ ।

ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.