ETV Bharat / state

ଚଳନ୍ତା ବସରେ ଡ୍ରାଇଭରଙ୍କୁ ହୃଦଘାତ: ନିଜେ ଚାଲିଗଲେ, ବଞ୍ଚିଗଲା ୫୦ରୁ ଅଧିକ ଜୀବନ

author img

By ETV Bharat Odisha Team

Published : Jan 30, 2024, 10:35 AM IST

Updated : Jan 30, 2024, 11:48 AM IST

ଛଳନ୍ତା ବସରେ ଡ୍ରାଇଭରକୁ ଆସିଲ ହୃଦଘାତ
Driver Dies after suffered heart attack

Driver Dies after suffered heart attack: ବସ ଚଳାଉଥିବା ବେଳେ ହୃଦଘାତର ଶିକାର ହେଲେ ଡ୍ରାଇଭର । ମୃତ୍ୟୁ ପୂର୍ବରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ଡ୍ରାଇଭର । ଅଧିକ ପଢନ୍ତୁ

Driver Dies after Heart Attack

ବାଲେଶ୍ବର: ଏମିତି ବି ଆସେ ମୃତ୍ୟୁ । ମୃତ୍ୟୁ ପୂର୍ବରୁ ଦେବଦୂତ ସାଜିଲେ ଡ୍ରାଇଭର । ବସ୍ ଚଳାଉଥିବା ବେଳେ ହଠାତ ହୃଦଘାତର ଶିକାର ହେଲେ ଡ୍ରାଇଭର । ଜୀବନ ଯିବା ପୂର୍ବରୁ 50ରୁ ଅଧିକ ଯାତ୍ରୀଙ୍କ ଜୀବନ କିନ୍ତୁ ବଞ୍ଚାଇ ଦେଇଛନ୍ତି। ଏଭଳି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ନୀଳଗିରି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ । ମୃତ ଡ୍ରାଇଭର ଜଣକ ହେଉଛନ୍ତି ପଶ୍ଚିମବଙ୍ଗ ହାୱଡ଼ା ଅଞ୍ଚଳର ଶେଖ ଅଖତର । ଏନେଇ ନୀଳଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।

ଏହା ମଧ୍ୟ ପଢନ୍ତୁ- ସ୍ତ୍ରୀକୁ ହତ୍ୟା କରିବା ପରେ ସ୍ବାମୀକୁ ଆସିଲା ହୃଦଘାତ, ଚାଲିଗଲା ଜୀବନ

ଘଟଣାଟି ଥିଲା ଏମିତି: ମିଳିଥିବା ସୂଚନା ଅନୁଯାୟୀ, କୋଲକାତାରୁ ଏକ ତୀର୍ଥଯାତ୍ରୀ ବସ୍ 50ରୁ ଉର୍ଦ୍ଧ୍ବ ଯାତ୍ରୀଙ୍କୁ ନେଇ ବାଲେଶ୍ବରର ପଞ୍ଚଲିଙ୍ଗେଶ୍ୱର ବୁଲିବାକୁ ଆସୁଥିଲେ। କିନ୍ତୁ ଗନ୍ତବ୍ୟସ୍ଥଳରେ ପହଞ୍ଚିବା ପୂର୍ବରୁ ବସଟି ପଞ୍ଚଲିଙ୍ଗେଶ୍ୱର ରାସ୍ତା ପାଟପୁର ଛକ ନିକଟରେ ଅଟକି ଯାଇଥିଲା । ବସ୍ ଚଳାଉଥିବା ବେଳେ ହଠାତ ଡ୍ରାଇଭର ଜଣଙ୍କୁ ହଠାତ ହୃଦଘାତ ଆସିଥିଲା । କିଛି ଅଘଟଣ ଘଟିବା ପୂର୍ବରୁ ସେ ବସକୁ ରାସ୍ତାରେ ଛିଡ଼ା କରାଇ ଦେଇଥିଲେ। ଡ୍ରାଇଭର ଜଣଙ୍କ ଯନ୍ତ୍ରଣାରେ ଛଟପଟ ହେଉଥିବା ଦେଖି ଯାତ୍ରୀମାନେ ସ୍ଥାନୀୟ ଲୋକଙ୍କୁ ସାହାଯ୍ୟ ପାଇଁ ଡାକିଥିଲେ ।

ଏହା ମଧ୍ୟ ପଢନ୍ତୁ- ଏମିତି ବି ଆସେ ମୃତ୍ୟୁ; କ୍ଲାସ କରୁଥିବା ବେଳେ ଟଳିପଡିଲେ ଛାତ୍ର

ପରେ ଆମ୍ବୁଲାନ୍ସ ଯୋଗେ ସମ୍ପୃକ୍ତ ଡ୍ରାଇଭରଙ୍କୁ ନୀଳଗିରି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ମାତ୍ର ସେଠାରେ ଡାକ୍ତର ଡ୍ରାଇଭରଙ୍କୁ ମୃତ୍ୟୁ ଘୋଷଣା କରିଥିଲେ। ନୀଳଗିରି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ତେବେ ରାସ୍ତାରେ ବସ୍ ସମେତ ପର୍ଯ୍ୟଟକ ଛିଡ଼ା ହୋଇ ହଇରାଣ ହେଉଥିବା ବେଳେ ସ୍ଥାନୀୟ ଯୁବକ ମାନେ ବସଟିକୁ ଚଳାଇ ସମସ୍ତ ପର୍ଯ୍ୟଟକଙ୍କୁ ପଞ୍ଚଲିଙ୍ଗେଶ୍ଵରରେ ପହଞ୍ଚାଇଥିଲେ। ଡ୍ରାଇଭର ଆଗୁଆ ନିଜର ହୃଦରୋଗ ବିଷୟରେ ଜାଣିପାରି ମୃତ୍ୟୁ ପୂର୍ବରୁ ଯାତ୍ରୀ ମାନଙ୍କୁ ସୁରକ୍ଷା ଦେଇଥିବାରୁ, ପ୍ରଶଂସା କରାଯାଉଛି।

ବସଟି କୋଲକାତା କେଉଁ ସ୍ଥାନରୁ ଆସୁଥିଲା ତାହା ଜଣାପଡିନି। ଡ୍ରାଇଭରଙ୍କ ମୃତ୍ୟୁ ପରେ ବର୍ତ୍ତମାନ ବସଟି ନୀଳଗିରିରେ ରହିଛି। ଡ୍ରାଇଭର ପଠାଇ ଏହାକୁ ପଶ୍ଚିମବଙ୍ଗ ନେଇଯିବାକୁ ପୋଲିସ ବସ୍ ମାଲିକଙ୍କୁ ଖବର ଦେଇଛି । ଯଦି ବସ୍ ଡ୍ରାଇଭର ଜଣକ ନିଜ ଉପସ୍ଥିତ ବୁଦ୍ଧି ଖଟାଇ ନଥାନ୍ତେ ତେବେ ଏକ ବଡ଼ ଦୁର୍ଘଟଣା ଘଟିଯାଇଥାନ୍ତା । ନିଜେ ସିନା ଚିଲଗଲେ କିନ୍ତୁ ଯାତ୍ରୀଙ୍କ ଜୀବନ ବଞ୍ଚାଇ ଦେଇଛନ୍ତି ଡ୍ରାଇଭର ଜଣକ । ବ୍ଯବଚ୍ଛେଦ ପରେ ଡ୍ରାଇଭରଙ୍କ ମୃତଦେହକୁ କୋଲକାତା ପଠାଇ ଦିଆଯିବ ।

ଇଟିଭି ଭାରତ, ବାଲେଶ୍ବର

Last Updated :Jan 30, 2024, 11:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.