ETV Bharat / state

ରାମନବମୀ ଭୋଜି ଖାଇ 7୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଗାଁରେ ପହଞ୍ଚିଲା ଡାକ୍ତରୀ ଟିମ - Diarrhoea in Balangir

author img

By ETV Bharat Odisha Team

Published : Apr 23, 2024, 7:00 PM IST

Diarrhoea affected in Balangir
Diarrhoea affected in Balangir

Diarrhoea affected in Balangir: ରାମ ନବମୀ ଭୋଜି ଖାଇ ଝାଡାବାନ୍ତିରେ ଆକ୍ରନ୍ତ ହେଲେ ଉପର୍ଝର ଗ୍ରାମର ପ୍ରାୟ 70ରୁ ଉର୍ଦ୍ଧ୍ବ ଲୋକ । ସ୍ଥିତିରେ ନିୟନ୍ତ୍ରଣ ଆସିଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା । ଅଧିକ ପଢ଼ନ୍ତୁ

Diarrhoea affected in Balangir

ବଲାଙ୍ଗୀର: ଭୋଜି ଖାଇବା ପଡ଼ିଲା ମହଙ୍ଗା । ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉପର୍ଝର ଗ୍ରାମରେ ରାମ ନବମୀ ଭୋଜି ଖାଇ ଝାଡାବାନ୍ତି ବ୍ୟାପିଛି । ଯେଉଁଥିରେ 70ରୁ ଊର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ତେବେ ଗାଁରେ ଡାକ୍ତରୀ ଟିମ ପହଞ୍ଚି ଚିକିତ୍ସା ଜାରି ରଖିଛନ୍ତି । ଗୁରୁତର ଆକ୍ରାନ୍ତ ହୋଇଥିବା ଲୋକଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ସ୍ଥାନାନ୍ତର କରାଯାଉଛି । ତେବେ ସ୍ଥିତି ଏବେ ନିୟନ୍ତ୍ରଣ ଥିବା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ସୂଚନା ଅନୁଯାୟୀ, ବଲାଙ୍ଗୀର ଦେଓଗାଁ ବ୍ଲକ ଅନ୍ତର୍ଗତ ଉପର୍ଝର ଗ୍ରାମରେ ଗତ ୧୭ ଏପ୍ରିଲ ଗୁରବାର ରାମ ନବମୀ ଅବସରରେ ଅନ୍ନ ପ୍ରସାଦ ବ୍ୟବସ୍ଥା ହୋଇଥିଲା । ଏହି ପ୍ରସାଦ ଖାଇବା ପରେ ସେହିଦିନ ରାତିରୁ ଲୋକଙ୍କୁ ପେଟ ଦରଜ ହେବା ସହ ଲୋକ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିଲେ । ଏଥିରେ 30ଟି ପରିବାରର ପ୍ରାୟ 70ରୁ ଊର୍ଦ୍ଧ୍ବ ଲୋକ ଆକ୍ରାନ୍ତ ହୋଇଥିଲେ । ତେବେ ସ୍ଥିତି ଅସମ୍ଭାଳ ହେବାର ଖବର ପାଇବା ପରେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ଆକ୍ରାନ୍ତଙ୍କ ଚିକିତ୍ସା ଆରମ୍ଭ କରିଥିଲେ । ସେପଟେ ପୂର୍ବତନ ସାଂସଦ କଳିକେଶ ନାରାୟଣ ସିଂହଦେଓ ମଧ୍ୟ ରାତିରେ ଗାଁକୁ ଯାଇ ଆକ୍ରାନ୍ତଙ୍କ ହାଲ ଚାଲ ବୁଝିବା ସହ ତାଙ୍କର ଉତ୍ତମ ଚିକିତ୍ସା ବ୍ୟବସ୍ଥା କରାଇଥିଲେ । ଯେଉଁଥିରେ ସେ ବଲାଙ୍ଗୀର ସ୍ବାସ୍ଥ୍ୟ ବିଭାଗ ଓ ଭୀମଭୋଇ ମେଡିକାଲ କଲେଜ ସୁପରିଟେଣ୍ଡେଣ୍ଟଙ୍କ ସହ ଆଲୋଚନା କରି ସମସ୍ତଙ୍କର ସ୍ବାସ୍ଥ୍ୟ ଅବସ୍ଥା ପଚାରି ବୁଝିଥିଲେ । ସେପଟେ ଆଜି ଆପ୍‌ ନେତା ଆଶିଷ ପାଣ୍ଡେ ମଧ୍ୟ ଗାଁକୁ ଯାଇ ଡାକ୍ତର ଓ ଆକ୍ରାନ୍ତଙ୍କ ପରିବାର ଲୋକଙ୍କ ସହ ଆଲୋଚନା କରିଥିଲେ ।

ଏହା ମଧ୍ୟ ପଢନ୍ତୁ... କଟକରେ ବ୍ୟାପୁଛି ଜଣ୍ଡିସ, ସିଏମସିର ତଦାରଖ - Jaundice Outbreak In Cuttack

ତେବେ ବର୍ତ୍ତମାନ ଏଠି 73 ଜଣ ଆକ୍ରାନ୍ତ ଥିବା ବେଳେ ଏମାନଙ୍କ ମଧ୍ୟରୁ ୬ ଜଣ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ସେପଟେ ଗାଁରେ ବାକି ଅସୁସ୍ଥଙ୍କ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ତେବେ କିଛି ଦିନ ତଳେ କଟକରେ ଭୟ ବଢାଇଲା ଜଣ୍ଡିସ । ଜଣକ ପରେ ଜଣେ ଆକ୍ରାନ୍ତ ହେଉଥିବାରୁ 52 ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ବାସିନ୍ଦାଙ୍କର ଚିନ୍ତା ବଢିଯାଇଥିଲା । କେବଳ ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ 11 ଜଣ ସ୍ଥାନୀୟବାସିନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଟ୍ୟାପରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଥିଲେ । ମାସେ ହେଲା ଦୂଷିତ ଓ ଦୁର୍ଗନ୍ଧ ପାଣି ଆସୁଥିଲେ ବି ସିଏମସି କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଥିଲା । ଫଳରେ 15 ଦିନ ମଧ୍ୟରେ 25ରୁ ଊର୍ଦ୍ଧ୍ବ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିଲେ ।

ଇଟିଭି ଭାରତ, ବଲାଙ୍ଗୀର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.