କଟକରେ ବ୍ୟାପୁଛି ଜଣ୍ଡିସ, ସିଏମସିର ତଦାରଖ - Jaundice Outbreak In Cuttack

By ETV Bharat Odisha Team

Published : Apr 8, 2024, 7:41 PM IST

thumbnail

Jaundice Outbreak In Cuttack: କଟକ: ସହରରେ ପୁଣି ଭୟ ବଢାଇଲା ଜଣ୍ଡିସ। ଜଣକ ପରେ ଜଣେ ଆକ୍ରାନ୍ତ ହେଉଥିବାରୁ 52 ନମ୍ବର ୱାର୍ଡ ରାଜେନ୍ଦ୍ର ନଗର ବାସିନ୍ଦାଙ୍କର ଚିନ୍ତା ବଢିଛି । କେବଳ ମଙ୍ଗଳା ମନ୍ଦିର ପାଖ ପୋଷ୍ଟ ଅଫିସ ଲେନରୁ ଗତକାଲି (ଶନିବାର) 11 ଜଣ ସ୍ଥାନୀୟବାସିନ୍ଦା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା ଜଣାପଡିଥିଲା । ଟ୍ୟାପରେ ଆସୁଥିବା ଦୂଷିତ ପାଣି ପିଇ ଜଣ୍ଡିସ ବ୍ୟାପିଥିବା ନେଇ ସ୍ଥାନୀୟ ଲୋକ ଅଭିଯୋଗ କରିଛନ୍ତି । ମାସେ ହେଲା ଦୂଷିତ ଓ ଦୁର୍ଗନ୍ଧ ପାଣି ଆସୁଥିଲେ ବି ସିଏମସି କୌଣସି ପଦକ୍ଷେପ ନେଇ ନ ଥିବା ଅଭିଯୋଗ ହୋଇଛି । ଫଳରେ 15 ଦିନ ମଧ୍ୟରେ 25ରୁ ଉର୍ଦ୍ଧ୍ବ ଲୋକେ ଜଣ୍ଡିସରେ ଆକ୍ରାନ୍ତ ହୋଇଥିବା କହିଛନ୍ତି ସ୍ଥାନୀୟଲୋକେ ।

ଏହା ମଧ୍ୟ ପଢନ୍ତୁ...ସୁନ୍ଦରଗଡ଼ ଖଣି ଅଞ୍ଚଳରେ ଜଣ୍ଡିସ ଆତଙ୍କ, ପ୍ରତି ଅଞ୍ଚଳରେ ୭୦ରୁ ଊର୍ଦ୍ଧ୍ବ ଆକ୍ରାନ୍ତ

ଅପରପକ୍ଷେ, ଘଟଣାକୁ ଗୁରୁତର ସହ ନେଇ ୱାଟକୋର ବରିଷ୍ଠ ଅଧିକାରୀ ସ୍ଥିତି ଅନୁଧ୍ୟାନ କରିଛନ୍ତି ।  ଏହାସହ ବିଭିନ୍ନ ସ୍ଥାନରେ ପାଇପ ଲାଇନ ବଦଳାଇବା ଓ ପାଣିର ନମୁନା ସଂଗ୍ରହ କରି ଲାବରୋଟୋରୀକୁ ପଠାଇଛନ୍ତି । ତେବେ ଜଣ୍ଡିସ ବ୍ୟାପିବାର ନିର୍ଦ୍ଦିଷ୍ଟ କାରଣ ଜଣାପଡ଼ିନାହିଁ। ଜଣ୍ଡିସ ବ୍ୟାପୁଥିବା ଜାଣିବା ପରେ ସଜାଗ ହୋଇଛି ମହାନଗର ସ୍ୱାସ୍ଥ୍ୟ ବିଭାଗ। ଉକ୍ତ ଅଞ୍ଚଳରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରି ବିଭିନ୍ନ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ରକ୍ତ ନମୁନା ସଂଗ୍ରହ କରିଛି ବିଭାଗ। ରବିବାର 41 ଜଣଙ୍କ ରକ୍ତ ନମୁନା ସଂଗ୍ରହ କରିବା ସହ ଆଜି 10 ଜଣଙ୍କ ରକ୍ତ ପରୀକ୍ଷା ପାଇଁ ପଠାଯାଇଛି। ଏହାସହ ଆଶା, ଅଙ୍ଗନବାଡି କର୍ମୀ ଓ ସ୍ୱାସ୍ଥ୍ୟ ବିଭାଗର ଏକ ଟିମ ଘରକୁ ଘର ବୁଲି ହାଲୋଜେନ ବଟିକା ବାଣ୍ଟିବା ସହ ସଚେତନ କରାଉଛନ୍ତି ।


ଇଟିଭି ଭାରତ, କଟକ

ABOUT THE AUTHOR

...view details

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.