ETV Bharat / state

ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି: ଶତାଧିକ ଆକ୍ରାନ୍ତ, ଜଣେ ମୃତ ! - Diarrhea Outbreak in Hirakud

author img

By ETV Bharat Odisha Team

Published : Mar 23, 2024, 12:37 PM IST

Updated : Mar 23, 2024, 12:45 PM IST

Diarrhea
Diarrhea

Diarrhea Outbreak in Hirakud: ହୀରାକୁଦରେ ବ୍ୟାପୁଛି ଝାଡ଼ାବାନ୍ତି । 127 ଜଣ ଆକ୍ରାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ, ସେଥିରୁ କେତେକଙ୍କ ସ୍ବାସ୍ଥ୍ଯାବସ୍ଥା ଗୁରୁତର ରହିଛି । ଅଧିକ ପଢନ୍ତୁ

Diarrhea Outbreak in Hirakud

ସମ୍ବଲପୁର: ହୀରାକୁଦରେ ଝାଡ଼ାବାନ୍ତି ଆତଙ୍କ । ଝାଡ଼ାବାନ୍ତିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ତିନି ଦିନରେ ଡାକ୍ତରଖାନାରେ ଭର୍ତ୍ତି ହେଲେଣି 127 ଜଣ । କାଳୁପଡ଼ା, ଗୌଡ଼ପଡ଼ା, ଗୁରୁଦ୍ୱାରାପଡ଼ା ନ୍ୟୁମାର୍କେଟ ପଡ଼ାରେ ଲୋକେ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଥିବା ବେଳେ ହୀରାକୁଦ ସରକାରୀ ଚିକିତ୍ସା କେନ୍ଦ୍ର ଓ ବୁର୍ଲା ଭୀମସାର ମେଡିକାଲରେ ଚିକିତ୍ସା ଜାରି ରହିଥିବା ସୂଚନା ମିଳିଛି । ଭୀମସାର ମେଡିକାଲରେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଥିବା ବେଳେ, ତାଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ ।

ଏହା ମଧ୍ୟ ପଢନ୍ତୁ-ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ସାହିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମୃତ

ହୀରାକୁଦ ମେଡିକାଲ କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାଯୀ, ଗତ 21 ତାରିଖରେ 36 ଜଣ ଝାଡ଼ାବାନ୍ତି ରୋଗୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଏହାପରେ 22 ତାରିଖରେ 42 ଜଣ ରୋଗୀ ଓ ଆଜି 49 ଜଣ ରୋଗୀ ଭର୍ତ୍ତି ହୋଇଛନ୍ତି l ଏମାନଙ୍କ ମଧ୍ୟରୁ ଗୁରୁତର ଥିବା ରୋଗୀ ମାନଙ୍କୁ ବୁର୍ଲା ଭୀମସାର ମେଡିକାଲକୁ ସ୍ଥାନ୍ତାରିତ କରାଯାଇଛି l ଝାଡାବାନ୍ତି ଯୋଗୁଁ ରୋଗୀଙ୍କ ଦେହରେ ଜଳୀୟ ଅଂଶ ବହୁ ମାତ୍ରରେ କମିଯାଉଛି l ଏହାସହ ରୋଗୀମାନଙ୍କୁ ତରଳ ଝାଡ଼ା ମଧ୍ୟ ହେଉଛି l ତେଣୁ ସେମାନେ ଗୁରୁତର ଅବସ୍ଥାରେ ମେଡିକାଲକୁ ଆସୁଛନ୍ତି l ପ୍ରଦୂଷିତ ପାନୀୟ ଜଳ ପିଇବା ଦ୍ୱାରା ପେଟରେ ବ୍ୟାକ୍ଟେରିଆ ସଂକ୍ରମଣ ହୋଇ ଝାଡାବାନ୍ତି ହେଉଥିବା ଆଶଙ୍କା କରାଯାଉଛି l

ଏହା ମଧ୍ୟ ପଢନ୍ତୁ-ରାଉରକେଲାରେ ଅସମ୍ଭାଳ ଝାଡାବାନ୍ତି; 4 ମୃତ, ୧୦୨ ଜଣ ହସ୍ପିଟାଲରେ ଭର୍ତ୍ତି, ରାପିଡ ରେସ୍ପନ୍ସ ଟିମ୍ ପଠାଇଲା ସ୍ବାସ୍ଥ୍ୟ ବିଭାଗ

ଡାକ୍ତରଙ୍କ ସୂଚନା ଅନୁସାରେ, ରୋଗୀମାନଙ୍କର ବ୍ଲଡ୍ ପ୍ରେସର ଓ ପଲ୍ସ ରେଟ ତାଳମେଳ ଖାଉନଥିବାରୁ ରୋଗୀ ଗୁରୁତର ହେଉଛନ୍ତି l ତେଣୁ ତାଙ୍କ ଶରୀରରେ ଜଳୀୟ ଅଂଶ କମିଯାଉଛି l ଏହାସହ ଭୀମସାର ମେଡିକାଲରେ ଜଣେ ରୋଗୀଙ୍କର ମୃତ୍ୟୁ ହୋଇଥିବାର ଶୁଣିବାକୁ ମିଳୁଛି ବୋଲି ଡାକ୍ତର ଅନମୋଲ ମିଞ୍ଜ କହିଛନ୍ତି l ଅନ୍ୟପଟେ ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟଙ୍କ କହିବା ଅନୁସାରେ, ଜନସ୍ୱାସ୍ଥ୍ୟ ବିଭାଗର ପାନୀୟ ଜଳ ପାଇପ ବିଭିନ୍ନ ସ୍ଥାନରେ ଫାଟି ଥିବା ଯୋଗୁଁ ପାନୀୟ ଜଳ ପ୍ରଦୂଷିତ ହୋଇ ଏହିଭଳି ପରିସ୍ଥିତି ଉପୁଜିଛି ବୋଲି ମତ ରଖିଛନ୍ତି । ଗତ ଅକ୍ଟୋବର ମାସରେ ହୀରାକୁଦ ସହରର ମହମ୍ମଦପୁର ଅଞ୍ଚଳରେ ଝାଡ଼ାବନ୍ତି ବ୍ୟାପି ଥିଲା । ସେହି ସମୟରେ ଶତାଧିକ ଲୋକେ ଆକ୍ରାନ୍ତ ହୋଇ ଚିକିତ୍ସିତ ମଧ୍ୟ ହୋଇଥିଲେ ।

ଇଟିଭି ଭାରତ, ସମ୍ବଲପୁର

Last Updated :Mar 23, 2024, 12:45 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.