ETV Bharat / state

ବ୍ୟାପୁଛି ଝାଡାବାନ୍ତି: ଗୋଟିଏ ସାହିରେ ୩୦ରୁ ଊର୍ଦ୍ଧ୍ୱ ଆକ୍ରାନ୍ତ, ଜଣେ ମୃତ

author img

By

Published : Jul 26, 2023, 4:17 PM IST

ମୟୂରଭଞ୍ଜ ମୁଣ୍ଡାସାହିରେ ବ୍ୟାପୁଛି ଡାଏରିଆ । ଚିକିତ୍ସା ପଇଁ ଗାଁରେ ପହଞ୍ଚିଲେ ଡାକ୍ତରୀ ଦଳ । 23 ତାରିଖରେ ଡାଏରିଆରେ ଆକ୍ରାନ୍ତ ହୋଇ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିବା ସୂଚନା । ଅଧିକ ପଢନ୍ତୁ

ମୟୁରଭଞ୍ଜ ମୁଣ୍ଡାସାହିରେ ବ୍ୟାପୁଛି ଡାଏରିଆ
ମୟୁରଭଞ୍ଜ ମୁଣ୍ଡାସାହିରେ ବ୍ୟାପୁଛି ଡାଏରିଆ

ମୟୂରଭଞ୍ଜ ମୁଣ୍ଡାସାହିରେ ବ୍ୟାପୁଛି ଡାଏରିଆ

ରାଇରଙ୍ଗପୁର : ମୟୂରଭଞ୍ଜ ବହଳଦା ବ୍ଲକ ଅନ୍ତର୍ଗତ ଯଶିପୁର ଗ୍ରାମର ମୁଣ୍ଡା ସାହିରେ ଝାଡ଼ାବାନ୍ତି ଆତଙ୍କ । ମୁଣ୍ଡାସାହିରେ ୩୦ରୁ ଉର୍ଦ୍ଧ୍ବ ଜଣ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ତେବେ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇଥିବା ଜଣେ ନାବାଳକର ଚିକତ୍ସା ଅଭାବରୁ ମୃତ୍ୟୁ ଘଟିଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି । ଚିକିତ୍ସା ଅଭାବରୁ ହଇଜା ରୋଗରେ ଆକ୍ରାନ୍ତ ହୋଇ ୫ ବର୍ଷର ଶିଶୁ ପୁତ୍ର ଗତ ୨୩ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ମାଆ ଓ ଝିଅ ମଧ୍ୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି । ତେବେ ଅପରିଷ୍କାର ପାନୀୟ ଜଳର କାରଣରୁ ହଇଜା ଭଳି ରୋଗ ହେଉଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।

ଏହି ଖବର ପ୍ରଚାରିତ ହେବା ପରେ ବାରିପଦାରୁ ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ଗତକାଲି ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ମୁଣ୍ଡା ସାହିର ସ୍ଥିତି ସମୀକ୍ଷା କରିଥିଲା । ଜନସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ଘାଷିରାମ ମୁର୍ମୁଙ୍କ ଅଧ୍ୟକ୍ଷତାରେ ସଂକ୍ରାମକ ରୋଗ ପରିଚାଳନା ଅଧିକାରୀ, ଅଣୁ ଜୀବାଣୁ ନିରୀକ୍ଷଣ ଅଧିକାରୀ, ଲ୍ୟାବରୋଟେରି ଟେକ୍ନିସିଆନ୍ ଓ ଜଣେ ପିଅନ ସହ ତୃଣମୂଳ ସ୍ତରରେ ତଦନ୍ତ କରିଥିଲେ । ତଦନ୍ତ ବେଳେ ଝରାଡିହି ଗୋଷ୍ଠି ସ୍ବାସ୍ଥ୍ୟ କେନ୍ଦ୍ରର ଦୁଇଜଣ ଡାକ୍ତର, ହେଲ୍ଥ୍ ୱାର୍କର ତଥା ଆଶା ଦିଦି ଓ ଅଙ୍ଗନଓ୍ବାଡି କର୍ମୀମାନେ ଉପସ୍ଥିତ ରହିଥିଲେ । ୩୦ ଜଣରୁ ଉର୍ଦ୍ଧ୍ବ ହଇଜା ରୋଗୀଙ୍କ ମଧ୍ୟରୁ ୧୫ରୁ ଉର୍ଦ୍ଧ୍ବ ରୋଗୀଙ୍କୁ ଉଚ୍ଚ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଏଥି ସହିତ ଉକ୍ତ ରୋଗୀଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କର ଚିକିତ୍ସା କରା ଯାଇଛି ।

ମେଡିକାଲ ଅଫିସର ନରେନ୍ଦ୍ର ନାଥ ମାଝୀ କହିଛନ୍ତି, ‘‘ଖୋଲା କୂଅ ଗୁଡିକରେ ବ୍ଲିଚିଙ୍ଗ ପକାଯାଇ ବିଷଧିତ କରାଯିବା ସହିତ କୂଅ ଏବଂ ନଳକୂଅ ଗୁଡିକର ପାଣିର ନମୁନା ସଂଗ୍ରହ କରାଯାଇ ଜିଲ୍ଲା ପରୀକ୍ଷାଗାରକୁ ପରୀକ୍ଷାଗାରକୁ ପଠାଯାଇଛି । ହଇଜା ରୋଗ ବ୍ୟାପିବାର ମୂଳ କାରଣ କ'ଣ ରହିଛି ସେ ନେଇ ଯାଞ୍ଚ କରାଯିବ। ଗାଁ ମଧ୍ୟରେ ବୈଠକ ବସାଇ ସମସ୍ତଙ୍କୁ ସ୍ବାସ୍ଥ୍ୟଗତ ସଚେତନତା ପ୍ରଦାନ କରାଯାଇଥିଲା । ହାତ ଧୋଇବା, ପାଣି ଫୁଟାଇ ପିଇବା ଓ ତଟକା ଖାଦ୍ୟ ଖାଇବାକୁ ପରାମର୍ଶ ଦିଆ ଯାଇଛି । ଜିଲ୍ଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ମୁଣ୍ଡା ବସତିରେ ଏକ ଚିକିତ୍ସା ଦଳ ଶୂନ୍ୟ ସଂକ୍ରମଣ ପରିସ୍ଥିତି ଆସିବା ପର୍ଯ୍ୟନ୍ତ ୨୪' ଘଣ୍ଟା ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିବା ସହ ଚିକିତ୍ସା ଯୋଗାଇ ଦେବାକୁ କଡାକଡି ଭାବେ ନିର୍ଦ୍ଦେଶ ଦିଆଯାଇଛି ।’’

ବର୍ତ୍ତମାନ ଏହି ଅତିଗୁରୁତର ପରିସ୍ଥିତିକୁ ଦୃଷ୍ଟିରେ ରଖି ଅସ୍ଥାୟୀ ଭାବେ ଶୁଦ୍ଧ ପାନୀୟ ଜଳ ଯୋଗାଇ ଦିଆଯିବା ସହିତ ୫୦ରୁ ଉର୍ଦ୍ଧ୍ବ ଘର ଥିବା ଏହି ବସତିରେ ପାନୀୟ ଜଳର ସ୍ଥାୟୀ ବ୍ୟବସ୍ଥା କରାଯିବାକୁ ସାଧାରଣରେ ଦାବି ହେଉଛି ।

ଇଟିଭି ଭାରତ, ରାଇରଙ୍ଗପୁର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.