ETV Bharat / state

ସମୁଦ୍ର କୂଳରୁ ନିଖୋଜ ବ୍ୟକ୍ତିର ମୃତଦେହ ଠାବ, ହତ୍ୟା ଅଭିଯୋଗ ଆଣିଲେ ପରିବାର - Dead body recovered

author img

By ETV Bharat Odisha Team

Published : Apr 17, 2024, 2:33 PM IST

Dead body recovered from Astaranga
Dead body recovered from Astaranga

Missing man's body recovered: ଅସ୍ତରଙ୍ଗ ଥାନା ଗୁଣ୍ଡଳବା ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ହତ୍ୟା କରାଯାଇଥିବା ନେଇ ଥାନାରେ ଅଭିଯୋଗ କରିଛନ୍ତି ପରିବାର ଲୋକ । ଅଧିକ ପଢନ୍ତୁ

Dead body recovered from Astaranga

ନିମାପଡା: ନିଖୋଜ ବ୍ୟକ୍ତିର ମୃତଦେହ ଠାବ । ଆଜି ସକାଳେ ସମୁଦ୍ର କୂଳରୁ ଠାବ ହୋଇଛି ବ୍ୟକ୍ତିଙ୍କ ମୃତଦେହ । ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନା ଅନ୍ତର୍ଗତ ଗୁଣ୍ଡଳବା ନିକଟ ସମୁଦ୍ର କୂଳରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ବ୍ୟକ୍ତି ଜଣଙ୍କ ଆଇଁସିଣିଆ ଗ୍ରାମର ରାଧୁ ସ୍ୱାଇଁ । ଏନେଇ ଖବର ପାଇ ଘଟଣାସ୍ଥଳରେ ଅସ୍ତରଙ୍ଗ ପୋଲିସ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସେପଟେ ଏହି ଘଟଣାକୁ ନେଇ ଭାଇକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ମୃତକଙ୍କ ବଡ଼ ଭାଇ ।

ସୂଚନା ଅନୁସାରେ, ଅସ୍ତରଙ୍ଗ ବ୍ଲକ ଛୁରିଆନା ପଞ୍ଚାୟତ ଆଇଁସିଣିଆର ରାଧୁ ସ୍ୱାଇଁ ଏକ କୁରାଢ଼ୀ ନେଇ ଗତକାଲି (ମଙ୍ଗଳବାର) ରାତି ୯ଟାରେ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିଲେ । ହେଲେ ସେ ଆଉ ଘରକୁ ଫେରି ନଥିଲେ । ତେବେ ଭାଇର ମୃତଦେହ ସମୁଦ୍ରକୂଳରେ ପଡିଥିବା ସକାଳେ ଖବର ମିଳିଥିଲା । ଏନେଇ ଖବର ପାଇ ପରିବାର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତକଙ୍କ ଶରୀର ବେକ, କାନମୁଣ୍ଡା, ଆଖିପତା ଆଦି ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ପାଇଛନ୍ତି । ଏହା ସହିତ ତାଙ୍କ ମୃତଦେହରେ ରକ୍ତ ଲାଗିଥିବା ଦେଖିବାକୁ ମିଳିଥିଲା । ତେବେ ପାରିପାର୍ଶ୍ଵିକ ସ୍ଥିତି ଦେଖି ଭାଇକୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ଆଣିଛନ୍ତି ମୃତକଙ୍କ ବଡ଼ ଭାଇ ।

ଏହା ମଧ୍ୟ ପଢନ୍ତୁ-ହଷ୍ଟେଲରୁ ଲେଡି ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ

ଏହା ମଧ୍ୟ ପଢନ୍ତୁ- ଖରସ୍ରୋତା ନଦୀକୂଳରୁ ଯୁବକଙ୍କ ମୃତଦେହ ଉଦ୍ଧାର,ପରିବାର ପକ୍ଷରୁ ହତ୍ୟା ଅଭିଯୋଗ

ସେପଟେ ମୃତ୍ୟୁ ପଛରେ ଥିବା କାରଣ ଖୋଜିବା ପାଇଁ ସ୍ଥାନୀୟ ସରପଞ୍ଚ ଦାବି କରିଛନ୍ତି । ଖବର ପାଇ ଅସ୍ତରଙ୍ଗ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି । ମୃତଦେହ ବ୍ୟବଚ୍ଛେଦ ପରେ ହତ୍ୟାକାଣ୍ଡର ରହସ୍ୟ ଜଣାପଡ଼ିବ ବୋଲି ପୋଲିସ କହୁଛି । କିନ୍ତୁ ମୃତକ ପରିବାର ଲୋକେ ଅଭିଯୋଗ କରିଛନ୍ତି ଯେ, ବନ ବିଭାଗ କର୍ମଚାରୀ ବାଡେଇ ବାଡେଇ ହତ୍ୟା କରିଛନ୍ତି । ତେବେ କାହିଁକି, କଣ ପାଇଁ ଏପରି ଘଟଣା ଘଟିଲା ବର୍ତ୍ତମାନ କିଛି ବି ପ୍ରାଥମିକ ତଦନ୍ତରୁ ଜଣାପଡି ନାହିଁ । ଖୁବଶୀଘ୍ର ରହସ୍ୟ ଜଣାପଡିବ ବୋଲି ପୋଲିସ କହିଛି ।

ଇଟିଭି ଭାରତ, ନିମାପଡା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.