ETV Bharat / state

ହଷ୍ଟେଲରୁ ଲେଡି ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, କାରଣ ଖୋଜୁଛି ପୋଲିସ - Lady Boxer Found Dead

author img

By ETV Bharat Odisha Team

Published : Apr 9, 2024, 11:01 AM IST

Updated : Apr 9, 2024, 3:50 PM IST

Lady Boxer Found Dead
Lady Boxer Found Dead

Lady Boxer Found Dead: ଘରୋଇ ହଷ୍ଟେଲରୁ ମହିଳା ବକ୍ସରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । ମୃତଦେହ ଜବତ କରି କାରଣ ଖୋଜୁଛି ପୋଲିସ । ଅଧିକ ପଢନ୍ତୁ

Lady Boxer Found Dead

ଭୁବନେଶ୍ବର: ରାଜଧାନୀରେ ଚାଞ୍ଚଲ୍ୟ । ହଷ୍ଟେଲରେ ମହିଳା ବକ୍ସରଙ୍କ ସନ୍ଦେହଜନକ ମୃତ୍ୟୁ । ଝୁଲନ୍ତା ଅବସ୍ଥାରେ ଲେଡି ବକ୍ସରଙ୍କ ମୃତଦେହ ଉଦ୍ଧାର କଲା ପୋଲିସ । ବଡଗଡ ଥାନା ଗୌତମ ନଗରରୁ ତାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣେ ବକ୍ସର ହୋଇଥିବା ବେଳେ ତାଙ୍କର ନାମ ସରୋଜିନୀ ସୁନ୍ଦରା ଏବଂ ଘର ପୁରୀ ଡେଲାଙ୍ଗ ଅଞ୍ଚଳରେ । ତେବେ ତାଙ୍କର ମୃତ୍ୟୁ ହତ୍ୟା ନା ଆତ୍ମହତ୍ୟା ସ୍ପଷ୍ଟ ହୋଇନଥିବା ବେଳେ ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ପୋଷ୍ଟମର୍ଟମ ପରେ ପ୍ରକୃତ ସତ୍ୟାସତ୍ୟ ଜଣାପଡ଼ିବ ବୋଲି ଥାନା ଆଇଆଇସି କହିଛନ୍ତି ।

ମିଳିଥିବ ସୂଚନା ଅନୁସାରେ, ଗୌତମ ନଗର ହରିହର ବିଦ୍ୟାପୀଠ ସାମ୍ନାରେ ଥିବା ଏକ ହଷ୍ଟେଲରୁ ସରୋଜିନୀଙ୍କ ମୃତଦେହ ଉଦ୍ଧାର କରାଯାଇଛି । ସେ ଗତ ସପ୍ତାହେ ଧରି କିଛି ସହକର୍ମୀଙ୍କ ସହିତ ଉକ୍ତ ହଷ୍ଟେଲରେ ରହୁଥିଲେ । ତେବେ ଗତକାଲି(ସୋମବାର) ତାଙ୍କର ଝୁଲନ୍ତା ମୃତଦେହ ଦେଖି ସହକର୍ମୀମାନେ ଭୟଭୀତ ହୋଇ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ବଡଗଡ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ମୃତଦେହକୁ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ କ୍ୟାପିଟାଲ ହସ୍ପିଟାଲ ପଠାଇବା ସହିତ ପରିବାର ଲୋକଙ୍କୁ ଖବର ଦେଇଛି ପୋଲିସ । ରାଜ୍ୟ ସ୍ତରର ବକ୍ସି ପ୍ରତିଯୋଗୀଙ୍କ ମୃତ୍ୟୁ ନେଇ ବଢୁଛି ସସପେନ୍ସ । ଏନେଇ ପରିବାର ଲୋକେ ଆମେ କିଛି ଜାଣି ନଥିବା କହିଥିବା ବେଳେ ପୋଲିସ ଏ ଦିଗରେ ତଦନ୍ତ କଲେ ଜଣାପଡିବ ବୋଲି କହିଛନ୍ତି । ସେପଟେ ସପରିବାର ଲୋକଙ୍କୁ ଭେଟିଛନ୍ତି ପୁରୀ ଲୋକସଭା ବିଜେଡି ସାଂସଦ ପ୍ରାର୍ଥୀ ଅରୁପ ପଟ୍ଟନାୟକ। ସେ କହିଛନ୍ତି, "ଏହା ଏକ ଦୁଃଖଦ ଘଟଣା ଯେ, ରାଜ୍ୟ ସ୍ତରୀୟ ଖେଳାଳୀଙ୍କର ଏଭଳି ମୃତ୍ୟୁ ହୋଇଛି । ତେଣୁ ସମସ୍ତ ଦିଗକୁ ନେଇ ତଦନ୍ତ ହେବା କଥା ।ଏହା ଏକ ଉଚ୍ଚ ସ୍ତରର ଘଟଣା ତେଣୁ ଆଶା ରହୁଛି ପୋଲିସ ସବୁ ଦିଗରେ ସମସ୍ତ ଆଧାର କରି ତଦନ୍ତ କରିବ ।"

ଏହା ମଧ୍ୟ ପଢନ୍ତୁ: ଅଚିହ୍ନା ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, ମୃତଦେହ ଉଦ୍ଧାର କଲା ପାହାଳ ଥାନା ପୋଲିସ - suspicious death of young man

ତେବେ ପୋଲିସର କହିବାନୁସାରେ, ମୃତକ ସରୋଜିନୀ ଜଣେ ଲେଡି ବକ୍ସର ଥିଲେ । ସେ ଏକ ହୋଟେଲରେ ସହାୟକ ଭାବେ କାମ କରୁଥିଲେ । ନିଜର କିଛି ସହକର୍ମୀଙ୍କ ସହ ହଷ୍ଟେଲରେ ରହୁଥିଲେ । ତେବେ କେଉଁ ପରିସ୍ଥିତିରେ ଏଭଳି ଚରମ ପନ୍ଥା ଆପଣାଇଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ପାଇନି ପୋଲିସ । ତେବେ ସେ ଜଣେ ବକ୍ସର ହୋଇଥିବେ ବେଳେ ହୋଟେଲରେ ମଧ୍ୟ କାର୍ଯ୍ୟ କରୁଥିଲେ । ତାଙ୍କର ପୁରୁଷ ବନ୍ଧୁ ରହିଥିବା ବେଳେ ମୃତ୍ୟୁ ପଛରେ ପ୍ରେମ ବ୍ୟାପାର ରହିଥିବା ନେଇ ପୋଲିସ ସନ୍ଦେହ କରୁଛି । ମୃତଦେହ ଜବତ ହୋଇଥିବା ରୁମରେ ତଲାସି ଆରମ୍ଭ କରିଛି ପୋଲିସ । ଅନ୍ୟପଟେ ତାଙ୍କର ସହକର୍ମୀମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି । ପୋଷ୍ଟମର୍ଟମ ରିପୋର୍ଟ ଏବଂ ତଦନ୍ତ ଶେଷ ହେବା ପରେ ମୃତ୍ୟୁ ପଛର ପ୍ରକୃତ ସତ୍ୟାସତ୍ୟ ସାମ୍ନାକୁ ଆସିପାରିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Apr 9, 2024, 3:50 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.