ETV Bharat / state

ବିଜେପି- ବିଜେଡି ସରକାର ଶ୍ରମିକ ଓ କର୍ମଚାରୀ ବିରୋଧୀ: କଂଗ୍ରେସ

author img

By ETV Bharat Odisha Team

Published : Mar 17, 2024, 11:10 PM IST

Congress Press Meet
Congress Press Meet

Congress Press Meet: ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ଏଥର ଲୋକେ କଂଗ୍ରେସକୁ ଭୋଟ ଦେବେ ବୋଲି ଦମ୍ଭୋକ୍ତି ଦେଖାଇଛି ଦଳ । ଅଧିକ ପଢନ୍ତୁ

Congress Press Meet

ଭୁବନେଶ୍ବର: ସାମ୍ବାଦିକ ସମ୍ମିଳନୀ କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ବର୍ଷିଲା କଂଗ୍ରେସ । ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ କହିଛନ୍ତି, "ବିଜେପି ଏବଂ ବିଜେଡ଼ି ସରକାର ଶ୍ରମିକ କର୍ମଚାରୀ ବିରୋଧୀ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଶ୍ରମିକଙ୍କ ନ୍ୟାୟ ପାଇଁ ଲଢ଼େଇ କରୁଥିବାରୁ ଆଗାମୀ ନିର୍ବାଚନରେ ଶ୍ରମିକ କର୍ମଚାରୀ କଂଗ୍ରେସକୁ ସମର୍ଥନ କରିବେ। ପୁଞ୍ଜିବିନିଯୋଗ ନାଁରେ ଶ୍ରମିକ, କର୍ମଚାରୀମାନଙ୍କୁ କଂଗ୍ରେସ ସରକାର ସମୟରେ ମିଳିଥିବା ଅଧିକାରକୁ ଛିନ୍ନ କରି ବିଦେଶୀ ପୁଞ୍ଜିପତିମାନଙ୍କୁ ସାହାଯ୍ୟ କରୁଛନ୍ତି । ସାରା ଦେଶରେ ରାହୁଲ ଗାନ୍ଧୀ କଂଗ୍ରେସ ନେତା ପ୍ରଥମେ କାଶ୍ମୀରରୁ କନ୍ୟାକୁମାରୀ ପଦଯାତ୍ରା ଓ ମଣିପୁରଠାରୁ ମୁମ୍ବାଇ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା କରି ଶ୍ରମିକ, କୃଷକ, ଯୁବକ ମହିଳା ଓ ଦଳିତମାନଙ୍କୁ ନ୍ୟାୟ ଦେବା ପାଇଁ ଲଢେଇ କରିଛନ୍ତି । "

ସେ ଆହୁରି ମଧ୍ୟ କହିଛନ୍ତି, "ରାହୁଲ ଗାନ୍ଧୀ ଶ୍ରମିକ କର୍ମଚାରୀ ଦଳିତ, ଯୁବକ ଓ ଛାତ୍ରମାନଙ୍କ ପାଇଁ ପ୍ରବାସୀ ଶ୍ରମିକ, ଦାଦନ ଶ୍ରମିକ, ନିର୍ମାଣ ଶ୍ରମିକ, କୃଷି, ମତ୍ସ୍ୟ ଚାଷ, ବୁଣାଳୀ, ପରିବହନ ଶ୍ରମିକ, ରେଳ କର୍ମଚାରୀ, ଅଙ୍ଗନୱାଡି କର୍ମଚାରୀ, ଡେଲିଭରୀ କର୍ମଚାରୀ ଓ (ମହାତ୍ମାଗାନ୍ଧୀ ନିଶ୍ଚିତ ନିଯୁକ୍ତି) ଶ୍ରମିକଙ୍କ ସହିତ ତାଙ୍କ କାର୍ଯ୍ୟସ୍ଥଳରେ ମିଶିଛନ୍ତି । ସେମାନଙ୍କ ପାଇଁ ଲଢ଼େଇ କରିବା, ସୈନ୍ୟବାହିନୀରେ 'ୱାନ ଗ୍ରେଡ଼ ୱାନ ପେନସନ'କୁ ଦାବିକୁ ସମର୍ଥନ କୃଷକ ଆନ୍ଦୋଳନ, ସଂଯୁକ୍ତ କୃଷକ ଓ ଶ୍ରମିକ ମାନଙ୍କର ୧୪ ଦଫା ଦାବିକୁ ଦୃଢ଼ ସମର୍ଥନ କରିଛନ୍ତି । କେନ୍ଦ୍ର ଶ୍ରମିକ ସଂଗଠନ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ସାରା ଭାରତରେ ୩.୪୯ ଲକ୍ଷ ଓ ରାଷ୍ଟ୍ରୀୟ ମଜଦୁର କଂଗ୍ରେସର ୨୨ ଲକ୍ଷ ୬୦ ସଭ୍ୟଙ୍କର ଆସ୍ଥା ଭାଜନ ହୋଇପାରିଛନ୍ତି । ଏଣୁ ଆଗାମୀ ନିର୍ବାଚନରେ ସମସ୍ତ ଶ୍ରମିକ କର୍ମଚାରୀ ଭୋଟ ଦେବେ ବୋଲି ଆମର ଦୃଢ଼ ବିଶ୍ଵାସ ।"

"ଜାତିସଂଘ ତରଫରୁ ପ୍ରବାସୀ ଶ୍ରମିକମାନଙ୍କର ସ୍ୱାସ୍ଥ୍ୟ ସୁରକ୍ଷା, ମଜୁରୀ, ଅଧିକାର ପାଇଁ ପ୍ରସ୍ତୁତ ଅନ୍ତର୍ଜାତୀୟ କନଭେନସନ୍‌ରେ ୧୨୧ ଟି ଦେଶ ସ୍ଵାକ୍ଷର କରିଥିଲେ ବି ଭାରତ ସରକାର ଏ ପର୍ଯ୍ୟନ୍ତ ସ୍ଵାକ୍ଷର କରିନାହାନ୍ତି। ନାଲକୋର କୋଲ ମାଇନ୍ସରେ ନିଯୁକ୍ତ ଆନ୍ଧ୍ର କଣ୍ଟ୍ରାକ୍ଟର ଆନ୍ଧ୍ର ଲୋକମାନଙ୍କୁ ଆଣି ସମ୍ପ୍ରସାରଣ କାର୍ଯ୍ୟରେ ନିଯୁକ୍ତ କରିଛନ୍ତି । କୋଲ ଇଣ୍ଡିଆ, NTPCରେ ଅଧିକାଂଶ ଶ୍ରମିକ ବାହାରୁ ଆସି କାମ କରୁଛନ୍ତି । ତାଳଚେର, ଅନୁଗୋଳ, ଝାରସୁଗୁଡ଼ାର ତାପମାନ ଓ ପ୍ରଦୂଷଣ ଅଧିକ ହେଉଛି । ବିଜେପି ସରକାର ୨ କୋଟି ରୋଜଗାର ପ୍ରତିବର୍ଷ କହିଥିଲାବେଳେ ବିମୁଦ୍ରୀକରଣ ଜିଏସଟି ଓ କୋରୋନାରେ ସବୁ ବନ୍ଦ ହେବାରୁ ୧୩ କୋଟି ଶ୍ରମିକ ଜୀବିକା ହରାଇଲେ। ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନାରେ ଡକ୍ଟର ମନମୋହନ ସିଂ ଙ୍କ ସରକାର ସମୟରେ ୯୮ ହଜାର କୋଟି ଟଙ୍କା ମଞ୍ଜୁର କରିଥିଲାବେଳେ ଏନ୍‌ଡିଏ ଏହାକୁ କମାଇ ୬୦ ହଜାର କୋଟି ଟଙ୍କା କଲେ । ନିର୍ବାଚନ ପୂର୍ବରୁ ଡିକେଲ, ଗ୍ୟାସ ଓ ପେଟ୍ରୋଲ ଦାମ କମାଇବା ଏକ ପ୍ରହେଳିକା ।" ବୋଲି କହି ବର୍ଷିଛି କଂଗ୍ରେସ।

ଏହା ମଧ୍ୟ ପଢନ୍ତୁ...ନିର୍ବାଚନୀ ଇସ୍ତାହାର; ୯ ଗ୍ୟାରେଣ୍ଟି ଦେଲା କଂଗ୍ରେସ

"କଂଗ୍ରେସ ସରକାର ସମୟରେ ୪୪ ଟି ଶ୍ରମ ଆଇନ ହୋଇଥିଲା । ଠିକା ଶ୍ରମିକ ଆଇନ, ସର୍ବନିମ୍ନ ଆଇନ, ଦାଦନ ଶ୍ରମିକ, ଶିଶୁ ଶ୍ରମିକ ଆଇନ କାର୍ଯ୍ୟସ୍ଥଳରେ ଯୌନ ଅତ୍ୟାଚର ବିରୁଦ୍ଧ ଆଇନ ଖାଦ୍ୟ ନିରାପତ୍ତା ଆଇନ, ସୂଚନା ଅଧିକାର ଓ ପଞ୍ଚାୟତରାଜ ଅଧିକାର ଆଇନ ହୋଇଥିଲା। ବିଜେପି ସରକାର ଶ୍ରମିକ କର୍ମଚାରୀ ଓ ଦଳିତ ବର୍ଗଙ୍କ ପାଇଁ ସମାନ ମଜୁରୀ, ମାଗଣା ସ୍ଵାସ୍ଥ୍ୟ ଚିକିତ୍ସା, ୨୫ ଲକ୍ଷ ଟଙ୍କାର ବୀମା ଚିକିତ୍ସା ଓ ସାମାଜିକ ସୁରକ୍ଷା ଅଧିକାର ଦେବା ପାଇଁ ସମ୍ବିଧାନ ସଂଶୋଧନ କରିବା ପାଇଁ ଆମେ ଦାବି କରୁଛୁ । ବିଜେପି ଓ ବିଜେଡ଼ି ଉଭୟ ଶ୍ରମିକ କର୍ମଚାରୀଙ୍କ ଅଧିକାରକୁ ଛିନ୍ନ କରିଥିବାରୁ କଂଗ୍ରେସକୁ ଭୋଟ ଦେବା ପାଇଁ ଆମେ ଲୋକଙ୍କୁ ଅନୁରୋଧ କରୁଛୁ" ବୋଲି କହିଛନ୍ତି ପୂର୍ବତନ ସାଂସଦ ରାମଚନ୍ଦ୍ର ଖୁଣ୍ଟିଆ।


ଇଟିଭି ଭାରତ, ଭୁବନେଶ୍ବର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.