ETV Bharat / state

୫ ଜିଲ୍ଲାର ଗଡିଲା ଲକ୍ଷ୍ମୀ; ୭୦୦ ପଞ୍ଚାୟତରେ ୨୦୫ ବସ, ଉପକୃତ ହେବେ ୪୪ ଲକ୍ଷ

author img

By ETV Bharat Odisha Team

Published : Feb 19, 2024, 5:09 PM IST

Updated : Feb 19, 2024, 5:36 PM IST

LAccMI Bus Service
LAccMI Bus Service

LAccMI Bus Flagged: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିଛନ୍ତି । କଟକ, ସୁବର୍ଣ୍ଣପୁର, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି । ଅଧିକ ପଢନ୍ତୁ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିସି ଜରିଆରେ ୫ ଜିଲ୍ଲାରେ ଲକ୍ଷ୍ମୀ ବସ ସେବା ଶୁଭାରମ୍ଭ କରିଛନ୍ତି । କଟକ, ସୁବର୍ଣ୍ଣପୁର, ଝାରସୁଗୁଡା, କନ୍ଧମାଳ ଏବଂ ସମ୍ବଲପୁର ଜିଲ୍ଲାରେ ଲକ୍ଷ୍ମୀ ବସ ଯୋଜନାର ଶୁଭାରମ୍ଭ ହୋଇଛି । ୭୦୦ ପଞ୍ଚାୟତରେ ୨୦୫ ବସ ଚାଲିବା ଦ୍ବାରା ଉପକୃତ ହେବେ ୪୪ ଲକ୍ଷରୁ ଉର୍ଦ୍ଧ୍ବ ଲୋକ । ଫେବୃଆରୀ ୨୧ ସୁଦ୍ଧା ରାଜ୍ୟର ସବୁ ଜିଲ୍ଲାରେ ଲକ୍ଷ୍ମୀ ଚାଲିବ ବୋଲି ସୂଚନା ମିଳିଛି ।

ଅଧିକ ପଢନ୍ତୁ- କୋରାପୁଟରେ ଗଡିଲା ଲକ୍ଷ୍ମୀ; ଯୋଡିହେବ ୨୩୪ ପଞ୍ଚାୟତ, ଉପକୃତ ହେବେ ୧୩ ଲକ୍ଷ

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗାଁ ଲୋକେ ଲକ୍ଷ୍ମୀ ଜରିଆରେ ସୁବିଧା ଏବଂ କମ ଖର୍ଚ୍ଚରେ ଦୈନନ୍ଦିନ କାର୍ଯ୍ୟ କରିବେ । ଲକ୍ଷ୍ମୀ ଆମର ଜୀବନ ଯାତ୍ରାକୁ ସହଜ କରିବ । ଘରେ ଘରେ ସମୃଦ୍ଧି ଆଣିବ । ଆଜି ଶୁଭାରମ୍ଭ ପରେ ୫ ଜିଲ୍ଲାର ୭୦୦ ପଞ୍ଚାୟତରେ ୨୦୫ଟି ବସ ଚାଲିଲା । ଏହା ଦ୍ବାରା ୪୪ ଲକ୍ଷରୁ ଉର୍ଦ୍ଧ୍ବ ଉପକାର ପାଇବେ । ସୁବର୍ଣ୍ଣପୁରର ୧୦୨ ପଞ୍ଚାୟତରେ ୫୮ ବସ ଚାଲିଲା ଏବଂ ୫ ଲକ୍ଷ ୭୩ ହଜାର ଲୋକ ଉପକୃତ ହେବେ । କଟକର ୨୬୧ ପଞ୍ଚାୟତରେ ୪୮ ବସ ଚାଲିଲା ଏବଂ ୧୮ ଲକ୍ଷ ୩୭ ହଜାର ଲୋକ ଉପକୃତ ହେବେ । ଝାରସୁଗୁଡାର ୭୬ଟି ପଞ୍ଚାୟତରେ ୧୬ ବସ ଚାଲିଲା ଏବଂ ୫ ଲକ୍ଷ ୬୨ ହଜାର ଲୋକ ଉପକୃତ ହେବେ । କନ୍ଧମାଳର ୧୬୪ ପଞ୍ଚାୟତରେ ୫୨ ବସ ଚାଲିଲା ଏବଂ ୭ ଲକ୍ଷ ୩ ହଜାର ଲୋକ ଉପକୃତ ହେବେ । ସେହିଭଳି ସମ୍ବଲପୁରର ୯୭ ପଞ୍ଚାୟତରେ ୩୧ ବସ ଚାଲିଲା ଏବଂ ୭ ଲକ୍ଷ ୨୮ ହଜାର ଲୋକ ଉପକୃତ ହେବେ ।

ଅଧିକ ପଢନ୍ତୁ- LAccMI Scheme Launch: ରାଜ୍ୟରେ ଚାଲିବ ହଜାରେ ବସ, ମାଲକାନଗିରି ଓଡିଶା ବିକାଶର ଲଞ୍ଚ ପ୍ୟାଡ: ମୁଖ୍ୟମନ୍ତ୍ରୀ

ପରିବହନ ମନ୍ତ୍ରୀ ଟୁକୁନି ସାହୁ କହିଛନ୍ତି ଯେ, ଲକ୍ଷ୍ମୀ ବସ ଏକ ବସ ସେବା ନୁହେଁ । ଗ୍ରାମାଞ୍ଚଳ ମହିଳାଙ୍କୁ ସଶକ୍ତ ଓ ସମୃଦ୍ଧ କରିବା ଦିଗରେ ମୁଖ୍ୟମନ୍ତୀଙ୍କର ଏକ ସଫଳତମ ପ୍ରଚେଷ୍ଟା । ସ୍ବାସ୍ଥ୍ୟ ମନ୍ତ୍ରୀ ନିରଞ୍ଜନ ପୂଜାରୀ, କନ୍ଧମାଳ ସାଂସଦ ଅଚ୍ୟୁତ ସାମନ୍ତ, ବିଧାୟକ ପଦ୍ମନାଭ ବେହେରା, ବଡମ୍ବା ବିଧାୟକ ଦେବୀ ପ୍ରସାଦ ମିଶ୍ର, କଟକ ସଦର ବିଧାୟକ ଚନ୍ଦ୍ର ସାରଥୀ ବେହେରା, ଝାରସୁଗୁଡାରେ ବିଧାୟିକା ଦିପାଳୀ ଦାସ, ବ୍ରଜରାଜନଗର ବିଧାୟିକା ଅଳକା ମହାନ୍ତି ଏବଂ ବିଧାୟକ ଚକ୍ରମଣି କହଁର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । 5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଭିକେ ପାଣ୍ଡିଆନ କାର୍ଯ୍ୟକ୍ରମ ସଂଯୋଜନା କରିଛନ୍ତି । ସମ୍ବଲପୁରରୁ ପୁରୀ ସପ୍ତାହକୁ ଦୁଇ ଦିନ ଯିବାଆସିବା କରୁଥିବା ଶ୍ରୀ ଜଗନ୍ନାଥ ଏକ୍ସପ୍ରେସ ଫେବୃଆରୀ ୨୫ ତାରିଖରୁ ସବୁ ଦିନ ଚାଲିବ । ବିଭାଗୀୟ ପ୍ରମୁଖ ଶାସନ ସଚିବ ଉଷା ପାଢୀ ସ୍ବାଗତ ଭାଷଣ ଦେଇଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

Last Updated :Feb 19, 2024, 5:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.